ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ଵିଶତକ ମାରି ରେକର୍ଡ କଲେ ଦୀନେଶ ଚାଣ୍ଡିମଲ
ଗାଲେ: ଅଷ୍ଟ୍ରେଲିଆ ବିପକ୍ଷ ଗାଲେରେ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟରେ ଶ୍ରୀଲଙ୍କାର ବ୍ୟାଟସମ୍ୟାନ ଦିନେଶ ଚାଣ୍ଡିମଲ ଦ୍ଵିତଶତକ ଅର୍ଜନ କରି ବଡ ରେକର୍ଡ କରିଛନ୍ତି। ତାଙ୍କର ଅପରାଜିତ ୨୦୬ ରନ ଦମରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୫୫୪ ରନର ବିଶାଳ ସ୍କୋର କରିଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିଜର ପ୍ରଥମ ଇନିଂସରେ ୩୬୪ ରନ କରିଛି। ଚାନ୍ଦିମାଲ କଙ୍ଗାରୁ ଦଳ ବିରୋଧରେ ଦ୍ଵିଶତକ ଅର୍ଜନ କରିବାରେ ଶ୍ରୀଲଙ୍କାର ପ୍ରଥମ ଖେଳାଳି ହୋଇଛନ୍ତି। ୩୦ ବର୍ଷର ପୁରୁଣା ରେକର୍ଡ ଭାଙ୍ଗି ଶ୍ରୀଲଙ୍କା ଅଷ୍ଟ୍ରେଲିଆ ବିରୋଧରେ ସବୁଠୁ ବଡ ସ୍କୋର କରିଛି।
Dinesh Chandimal Completed his 200 with a Sixxxx #SLvAUS ??#Dineshchandimal #lka #SLC #LKA pic.twitter.com/QXZHncw1fX
— Talk True With ME (@TalkTrueWithME) July 11, 2022
ଦିନେଶ ଚାନ୍ଦିମାଲ ଶ୍ରୀଲଙ୍କା ତରପରୁ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବଶ୍ରେଷ୍ଠ ସ୍କୋର କରିବାର ରେକର୍ଡ କରିଛନ୍ତି। ସେ ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରାଙ୍କ ରେକର୍ଡ ଭାଙ୍ଗିଛନ୍ତି। ସାଙ୍ଗାକାରା ୨୦୦୭ରେ ଅଷ୍ଟ୍ରେଲିଆ ବିରୋଧରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୧୯୨ ରନ କରିଥିଲେ। ସେହିପରି ଚାଣ୍ଡିମଲଙ୍କ ଏହ ଦମଦାର ଇନିଂସ ଦମରେ ଘରୋଇ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ପ୍ରଥମ ଇନିଂସରେ ୫୫୪ ରନ କରିବାରେ ସଫଳ ହୋଇଛି। ସବୁଠୁ ଲମ୍ବା ଫର୍ମାଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଶ୍ରୀଲଙ୍କାର ଏହା ସର୍ବଶ୍ରେଷ୍ଠ ସ୍କୋର। ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିରୋଧରେ ଶ୍ରୀଲଙ୍କା ୧୯୯୨ରେ ୫୪୭/୮ରେ ଇନିଂସ ଘୋଷଣା କରିଥିଲା। ୨୦୧୧ରେ ଦଳ କଙ୍ଗାରୁ ବିପକ୍ଷରେ ୪୭୩ ରନ କରିଥିଲା।