ଡ୍ରେସିଙ୍ଗ ରୁମରେ ଖେଳାଳିମାନଙ୍କୁ ଟିପ୍ସ ଦେଲେ ଧୋନି, ସୋସିଆଲ ମିଡିଆରେ ଫଟୋ ଅପଲୋଡ କଲା ବିସିସିଆଇ
ନୂଆଦିଲ୍ଲୀ : ଭାରତ-ଇଂଲଣ୍ଡ ଟି-୨୦ ସିରିଜର ଅନ୍ତିମ ତଥା ତୃତୀୟ ମ୍ୟାଚ୍ ଆଜି ନଟ୍ଟିଙ୍ଘମ୍ରେ ଖେଳାଯିବ। ଗତ ଶନିବାର ଏଜବେଷ୍ଟନରେ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଜିତିଛି ଟିମ୍ ଇଣ୍ଡିଆ। ଏହି ବିଜୟ ସହ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ଆଗୁଆ କବଜା କରିଛି ରୋହିତ ବାହିନୀ।
ସମ୍ପ୍ରତି ଇଂଲଣ୍ଡ ଗସ୍ତରେ ରହିଛି ଭାରତୀୟ କ୍ରିକେଟ ଟିମ । ପ୍ରଥମ ଦୁଇଟି ମ୍ୟାଚରେ ବିଜୟ ହାସଲ କରି ସିରିଜକୁ ମଧ୍ୟ ନିଜ ନାମରେ କରିଛି ଟିମ ଇଣ୍ଡିଆ । ଏବାଷ୍ଟନରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦କୁ ୪୯ ରନରେ ଜିତି ନେଇଛି ରୋହିତ ସେନା । ଏହା ସହିତ ୨-୦ରେ ସିରିଜ ଉପରେ ମଧ୍ୟ ଦଳ କବଜା କରିଛି । ତେବେ ଏହି ମ୍ୟାଚରେ ବିଜୟ ସହିତ ଭାରତୀୟ ଦଳକୁ ଆଉ ଏକ ସରପ୍ରାଇଜ ମଧ୍ୟ ମିଳିଛି । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଧୋନି ଅଚାନକ ଦଳ ସହିତ ଯୋଡି ହୋଇଛନ୍ତି ।
Always all ears when the great @msdhoni talks! ? ?#TeamIndia | #ENGvIND pic.twitter.com/YKQS8taVcH
— BCCI (@BCCI) July 9, 2022
ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ବିଜୟ ହାସଲ କରିବା ପରେ ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ଟିମ ଇଣ୍ଡିଆ ସହ ଯୋଡି ହୋଇଛନ୍ତି ମାହି । ଦଳର ଖେଳାଳିମାନଙ୍କ ସହ ସମୟ ବିତାଇବାର କିଛି ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିଛି ବିସିସିଆଇ । ଟିମ ଇଣ୍ଡିଆର ଡ୍ରେସିଙ୍ଗ ରୁମରେ ଧୋନୀ କିଛି ଖେଳାଳିମାନଙ୍କୁ ଟିପ୍ସ ଦେଉଥିବା ଦେଖିବାକୁ ମିଳିଛି । ନିଜ ପୁରୁଣା ଅନ୍ଦାଜରେ ଧୋନୀ ଟିମ ମେମ୍ବରଙ୍କୁ ଖେଳର ରଣନୀତି ଉପରେ ବୁଝାଉଥିବାର ଦୃଶ୍ୟ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ସମୟରେ ୱିକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶାନ ମାହିଙ୍କ କଥାକୁ ଖୁବ ଆଗ୍ରହ ଏବଂ ଧ୍ୟାନର ଶୁଣୁଥିବାର ଦେଖାଯାଇଛି । ତେବେ ଏହି ଫଟୋ ପୋଷ୍ଟ କରି କ୍ୟାପ୍ସନରେ ବିସିସିଆଇ ଲେଖିଛି ଯେ, ଯେତେବେଳେ ଏମ ଏସ ଧୋନୀ କୁହନ୍ତି, ସମସ୍ତେ ଏମିତି ଶୁଣନ୍ତି । ବିସିସିଆଇର ଏହି ପୋଷ୍ଟ ଇଣ୍ଡିଆନ ଟିମରେ ଧୋନୀଙ୍କ ଗୁରୁତ୍ୱ ବୁଝାଇ ଦେଇଛି । ଧୋନୀ କ୍ରିକେଟ ଦୁନିଆରୁ ଅବସର ନେଇ ସାରିଛନ୍ତି ସତ, କିନ୍ତୁ ଏବେ ବି ଦଳରେ ତାଙ୍କର ସେତିକି ମହତ୍ତ୍ୱ ରହିଛି ।
Double wins. ?
— Rishabh Pant (@RishabhPant17) July 9, 2022
Looking forward to the next one. ?? pic.twitter.com/incK68UC36
ଧୋନୀଙ୍କ ଉପସ୍ଥିତି ଟିମ ଇଣ୍ଡିଆ ପାଇଁ ଆଶୀର୍ବାଦ ପାଲଟିଛି । ମ୍ୟାଚ ପରେ ଧୋନୀଙ୍କ ଶିଷ୍ୟ ତଥା ଭାରତର ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ତାଙ୍କୁ ସାକ୍ଷାତ କରିଥିଲେ । ତେବେ ପନ୍ତ ଧୋନୀଙ୍କ ସହ ଏହି ଫଟୋ ସେୟାର କରି ଲେଖିଛନ୍ତି ଯେ, ଡବଲ ବିଜୟ, ଆଗାମୀ ମ୍ୟାଚକୁ ଅପେକ୍ଷା । ତେବେ ଆଜି ଇଂଲଣ୍ଡ ବିପକ୍ଷରେ ଭାରତ ସିରିଜର ତୃତୀୟ ତଥା ଶେଷ ଟି-୨୦ ଖେଳିବ ।