ଡିଜିପିଏସ ସର୍ଭେବନ୍ଦ କରିବା ପାଇଁ ଜିଲ୍ଲାପାଳ ଙ୍କୁ ଦାବିପତ୍ର
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମଲଦା ପଂଚାୟତ ମଲଦା-କାଶିଆପାଳ ମୈାଜା ନାଣ୍ଡିଝରୀ ଜଙ୍ଗଲରେ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ବାଲେଣ୍ଟୋ ଏଣ୍ଟର ପ୍ରାଇଜେସ ନାମକ ଏକ କମ୍ପାନୀ ପ୍ରକଳ୍ପ ନିର୍ମାଣ ପାଇଁ କ୍ରାକରସ ଇଣ୍ଡିଆ ମାଇନିଂ ପ୍ରାଇଭେଟ ଲିମିଟେଡ ନାମକ ଏକ କମ୍ପାନୀ ଜରିଆରେ ଡିଜିପିଏସ ସର୍ଭେ କାର୍ଯ୍ୟ ବନ୍ଦ କରିବା ପାଇଁ ମଲଦା ବାସିନ୍ଦା ଆଜି ଜିଲ୍ଲାପାଳ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନାଅନୁସାରେ,ଦୁଇ ମୈାଜାର ଲୋକେ ବିଷେଷ ସୂତ୍ର ରୁ ଓଡିଶା ସ୍ପେସ ଆପ୍ଲିକେସନ ସେଣ୍ଟର ପକ୍ଷରୁ ଏହି କମ୍ପାନୀକୁ ଚିଠିନଂ ୧୮୪/୦୩/୦୮/୨୦୨୨ ରେ ଆଦେଶ ହୋଇଥିବାବେଳେ କିଛିଦିନ ହେଲା ମଲଦା-କାଶିଆପାଳ ସୀମାସ୍ଥିତ ଜଙ୍ଗଲରେ ସର୍ଭେ କାର୍ଯ୍ୟ ଜାରି ରହିଛି । ଜଙ୍ଗଲ ବିଭାଗ ଏବଂ ରାଜସ୍ୱ ବିଭାଗର ଅନୁମତିରେ ସର୍ଭେକାର୍ଯ୍ୟ ଚାଲିଥିବା କ୍ଷେତ୍ର ରେ ସର୍ଭେ କାର୍ଯ୍ୟକରୁଥିବା କର୍ମଚାରୀମାନେ ପ୍ରକାଶ କରିଥିବା ଦ୍ୱୟ ବାସୀ କରିଛନ୍ତି । ତେବେ ମଲଦା-କାଶିଆପାଳ ଜଙ୍ଗଲରେ ଏକାଧିକ ପ୍ଲଟକରି ଖୁଣ୍ଟପୋତା ଯାଇଛି ।ଏହାର ପ୍ରଜେକ୍ଟ ନଂ ୩୯୭ ଜରିଆରେ ବେସ ପଏଣ୍ଟ ସର୍ଭେ କାର୍ଯ୍ୟ ପାଇଁ ବାସିନ୍ଦା ଆଦିବାସୀ ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ ବନବାସୀ ମାନଙ୍କୁ କୈାଣସି ସୂଚନା ପ୍ରଦାନ କରାଯାଇନଥିବାରୁ ଜନ ଅସନ୍ତୋଷ ବୃଦ୍ଧି ଘଟିଛି । ଅଭିଯୋଗ କ୍ରମେ ମଲଦା-କାଶିଆପାଳ ସୀମାର ଏହିନାଣ୍ତିଝରୀ ଜଙ୍ଗଲ ଉପରେ ମଲଦା, କାଶିଆପାଳ, ଧନୁର୍ଯ୍ଯପୁର, ଲୁଣଗାଡିଆ, ପଟୁଆକୁଦର, କାଶିଆ, ଗୋଡୁଆଟୋପା ଆଦିଗ୍ରାମର ଲୋକ ସମେତ ଗୃହପାଳିତ ପଶୁ ନିର୍ଭର କରୁଥୁବାରୁ ଏବେ ଭାରି ହଇରାଣ ହେଉଛନ୍ତି । ଆଦିବାସୀ ବହୁଳ ଅଂଚଳ ହୋଇଥିବାରୁ ଦୈନିକ ପତ୍ର ଫଳ,ମୂଳ,ପାଇଁ ଏହି ଜଙ୍ଗଲ ଉପରେ ସମସ୍ତେ ବିର୍ଭର କରୁଛନ୍ତି । ଏହି ଜଙ୍ଗଲରେ ହରିଣ,କୁଟୁରା,ବାହାରା,ଠେକୁଆ,ଝିଙ୍କ ପ୍ରଭୃତି ବନ୍ୟଜନ୍ତୁ ରହୁଥିବାବେଳେ ହାତୀ ଙ୍କ ନିରାପଦ ଆଶ୍ରୟସ୍ଥଳୀ ପାଲଟିଛି । ନିକଟରେଥିବା ମହାପର୍ବତ ଜଙ୍ଗଲ ଉଜୁଡିଯିବ ପରେ ବଣୁଆଁ ହାତୀଗୋଠ ନାଣ୍ଡିଝରୀ ଜଙ୍ଗଲରେ ରହୁଛନ୍ତି । ଅନ୍ୟପଟେ ଏହି ଜଙ୍ଗଲରୁ ଜଗଦଳା ନାଳର ବହୁ ଉପନଦୀ ସୃଷ୍ଟିହୋଇ ଜଗଦଳା ନାଳରେ ମିଶିଥିବାବେଳେ ଜଗଦଳା ଡ୍ୟାମ ନିର୍ମାଣ କରାଯାଇ ତଳମୁଣ୍ଡରେ ରହିଥିବା କଣ୍ଡରାପୋଶି ପଂଚାୟତର ୭/୮ ଗୋଟି ଗାଁର ଚାଷ ଜମି ଜଳ ସେଚିତ ହେଉଛି । ମଲଦା-କାଳିଆପାଳ ମୈାଜାର ନାଣ୍ଡିଝରୀ ଜଙ୍ଗଲରେ ପ୍ରସ୍ତାବିତ କମ୍ପାନୀ ବାଲେଣ୍ଟ ଏଣ୍ଟରପ୍ରାଇଜେସ ର ପ୍ରକଳ୍ପ ହେଲେ ସ୍ଥାନୀୟ ଲୋକେ ଆଦିବାସୀ ମାନେ ପ୍ରଭାବିତ ହେବା ସହିତ ହରିଣ,କୁଟୁରା,ଠେକୁଆ,ବାରାହା ଭଳି ବନ୍ୟଜନ୍ତୁ ଙ୍କ ଜୀବନ ବିପଦ ଅବସ୍ଥା ହୋଇଯିବ । ହାତୀ ଙ୍କ ପାଇଁ କୈାଣସି ବଡ ଜଙ୍ଗଲ ନଥିବାରୁ ନାଣ୍ଡିଝରୀ ଜଙ୍ଗଲ ସୁରକ୍ଷିତ ଆଶ୍ରୟସ୍ଥଳୀ ପାଲଟିଥିବାବେଳେ ମଲଦା-କାଶିଆପାଳ ମୈାଜାର ଏହି ଜଙ୍ଗଲରେ ପ୍ରସ୍ତାବିତ ପ୍ରକଳ୍ପ ହେଲେ ହାତୀମାନେ ଗାଁ ମୁହାଁ ହୋଇ ବିପଦରେ ପଡିବେ ବୋଲି ବାସିନ୍ଦା ଅଭିଯୋଗ କରିଛନ୍ତି । ତେଣୁ ମଲଦା କାଶିଆପାଳ ଦ୍ୱୟ ମୈାଜା ଜଙ୍ଗଲରେ ଚାଲିଥିବା ଡିଜିପିଏସ ସର୍ଭେ ବନ୍ଦ କରିବା ସହିତ ଏହି ସ୍ଥାନରେ ପ୍ରସ୍ତାବିତ ବାଲେଣ୍ଟୋ ଏଣ୍ଟର ପ୍ରାଇଜେସର ପ୍ରକଳ୍ପ ବାତିଲ କରିବା ଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି । ଏଥିସହ ମଲଦା ମୈାଜାରେ ଆର୍ୟ୍ୟା ଇଣ୍ଟିଗ୍ରେଟେଡ ଷ୍ଟୀଭ ଏବଂ ଏସେଲ ମାଇନିଂ କମ୍ପାନୀ ଦ୍ୱାରା କିଣା ଯାଇଥିବା ଜମିରେ ଏହି ପ୍ରକଳ୍ପ ପ୍ରତିଷ୍ଠା ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଲଦା ପଂଚାୟତ ସରପଂଚ ଦେବକୀ ନାଏକ ସମେତ ବହୁ ବାସିନ୍ଦା ଉପସ୍ଥିତ ରହି ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଇଥିଲେ ।