ଗୁରୁତର ଦାଦନ ଶ୍ରମିକର ବଲାଙ୍ଗୀର ମେଡ଼ିକାଲରେ ମୃତ୍ୟୁ
ବଲାଙ୍ଗିର : ପେଟ ପାଇଁ ଦାଦନ ଖଟିବାକୁ ଯିବା ଓ ନିର୍ଯ୍ୟାତନା ସହିବା ବଲାଙ୍ଗୀର ଜିଲ୍ଲା ପାଇଁ ନିତିଦିନିଆଁ ଘଟଣା । କିନ୍ତୁ ଗତ କିଛି ଦିନ ହେବ ଗାଁ କୁ ଫେରୁଛି ଶ୍ରମିକଙ୍କ ଶବ । ବିଶେଷ କରି ବେଲପଡା ବ୍ଲକରୁ ଆସୁଛି ଅନେକ ଅଭିଯୋଗ । ବେଲପଡା ଥାନା ମଣ୍ଡଳ ଗାଁ ର ଦୁଃଖିଶ୍ୟାମ ବଗର୍ତି ପରିବାର ସହିତ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିଲେ । ଗତ ୧ ତାରିଖ ଦିନ ଇଟାଭାଟିରେ କୌଣସି କାରଣରୁ ଝଗଡା ହୋଇଥିଲା । ଦୁଃଖିଶ୍ୟାମକୁ ନିରଧୂମ ମାଡ ମାରିଥିଲେ ଶ୍ରମିକ । ଗୁରୁତର ଅବସ୍ଥାରେ ଦୁଖିଶ୍ୟାମକୁ ସେଠାକାର ହସ୍ପିଟାଲରେ ଭର୍ତି କରିଥିଲେ । କିନ୍ତୁ ସେଠାରେ ଉପଯୁକ୍ତ ଚିକିତ୍ସା କରାଯାଇନଥିବାରୁ ଗୁରୁତର ଅବସ୍ଥାରେ ଦଖିଶ୍ୟାମକୁ ପରିବାର ଲୋକେ ଗାଁକୁ ଆଣିଥିଲେ । ପ୍ରଥମେ ବେଲପଡା ହସପିଟାଲ ଏବଂ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତି କରିଥିଲେ । ଗତକାଲି ଦୁଃଖିଶ୍ୟାମଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ପୋଷ୍ଟ ମୋର୍ଟ କରିବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି । ପେଟ ପାଇଁ ଦାଦନ ଖଟିବାକୁ ଯାଇଥିବା ଶ୍ରମିକ ଶେଷରେ ପୁଣି ଶବ ପାଲଟିଯାଇଛି ।