ରାଜ୍ୟରେ ଟିକା ଅଭାବରୁ ୧୧ଟି ଜିଲ୍ଲାରେ ଟିକାକରଣ ସମ୍ପର୍ଣ୍ଣ ବନ୍ଦ

ଭୁବନେଶ୍ୱର : ରାଜ୍ୟରେ କରୋନା ଟିକା ଅଭାବ । ବର୍ତ୍ତମାନ ୫୦୦ କେନ୍ଦ୍ରରେ ଟିକାକରଣ ଚାଲିଛି । ଟିକାର ଅଭାବରୁ ୧୧ଟି ଜିଲ୍ଲାରେ ଟିକାକରଣ ସମ୍ପର୍ଣ୍ଣ ବନ୍ଦ ରହିଛି । ସେହି ଜିଲ୍ଲା ଗୁଡିକ ହେଲା ଯାଜପୁର, ଭଦ୍ରକ, ପୁରୀ, ନୟାଗଡ଼, ସୋନପୁର , ଗଜପତି, ବୌଦ୍ଧ, ଝାରସୁଗୁଡ଼ା, ସମ୍ବଲପୁର, ଢେଙ୍କାନାଳ ଓ କୋରାପୁଟ । ରାଜ୍ୟକୁ କେନ୍ଦ୍ର କମ୍ ଟିକା ଦେଉଛି । ଅଧିକ ଟିକା ଦେବା ପାଇଁ ପୁଣି କେନ୍ଦ୍ରକୁ ଚିଠି ଲେଖାଯାଇଛି । ବର୍ତ୍ତମାନ ୬୧ହଜାର କୋଭାକ୍ସିନ ଓ ୩ଲକ୍ଷରୁ ଅଧିକ କୋଭିସିଲ୍ଡ ରହିଛି । ମଙ୍ଗଳବାର ଦିନ ଆଉ ୨ଲକ୍ଷ କୋଭିସିଲଡ଼ ଟିକା ଆସିବ । ଏନେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଦେଇଛନ୍ତି ।