ଏପ୍ରିଲ ୨୫ ପରେ ହ୍ରାସ ପାଇବ କରୋନା ସଂକ୍ରମଣ : ବିଶେଷଜ୍ଞ

ନୂଆଦିଲ୍ଲୀ : କରୋନା ଭାଇରସକୁ ନେଇ ନୀତି ଆୟୋଗର ସଦସ୍ୟ ଡ. ଭିକେ ପଲ କହିଛନ୍ତି ଯେ, ଆଗାମୀ ୪ ସପ୍ତାହ ଗୁରୁତ୍ୱପୂର୍ଣ୍ଣ । ଆଇଆଇଟି କାନପୁରର ଟିମ ଗଣିତୀୟ ମଡେଲ ଆଧାରରେ କହିଛନ୍ତି ଯେ, ଦେଶରେ କରୋନାର ଲହର ଏପ୍ରିଲ ୨୦ରୁ ୨୫ ମଧ୍ୟରେ ନିଜର ଶିଖରରେ ପହଂଚି ଥିବା । ଏହି ଟିମର ଅନ୍ୟତମ ସଦସ୍ୟ ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ କରୋନାର ୨ୟ ଲହର ସହିତ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ସେହିପରି ଆମର ପିକ ଭ୍ୟାଲୁ ଦୈନିକ ୨ ଲକ୍ଷ ନୂଆ ସଂକ୍ରମଣ ଥିଲା, ଯାହାକି ଏପ୍ରିଲ ୧୫ରେ ଏହା ଦେଖାଯାଇଛି । ଆମେ ଏପ୍ରିଲ ୨୦ରୁ ୨୫ ମଧ୍ୟରେ ଏହି ତଥ୍ୟ ଆସିବାକୁ ଅନୁମାନ କରିଥିଲୁ । ପିକ ଭ୍ୟାଲୁ କୌଣସି ପ୍ରକାରର ହୋଇପାରେ ।
ପ୍ରଫେସର ଅଗ୍ରୱାଲ କହିଛନ୍ତି ଯେ, ଏପ୍ରିଲ ୨୫ ପରେ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ହ୍ରାସ ପାଇବ । ମେ’ ମାସ ଶେଷ ବେଳକୁ ସ୍ଥିତି ଭଲ ଥିବ । ସେ କହିଛନ୍ତି ଯେ, ବଡ଼ ରାଜ୍ୟରେ କରୋନାର ପିକ ସମୟ ହେଉଛି ଏପ୍ରିଲ ୨୦ରୁ ୨୫ । ପ୍ରତିଦିନ ମୃତ୍ୟୁ ଏଥର ସଂକ୍ରମଣର ହାର ତୁଳନାରେ କମ । ଫେବ୍ରୁଆରି ପରେ ଲାଗୁଥିଲା ଯେ, ସଂକ୍ରମଣ ଶେଷ ହୋଇଛି ଏବଂ ଟିକା ଆସିବା ପରେ କରୋନାରୁ ମୁକ୍ତି ମିଳିଗଲା ଭଳି ଲାଗୁଥିଲା । ମଡେଲ ଅନୁସାରେ ବିଗତ ୨ ମାସ ମଧ୍ୟରେ ସଂକ୍ରମଣ ୩୦ ପ୍ରତିଶତ ବଢ଼ିଛି । ଗତ ଲହରରେ ଯେତେବେଳେ କରୋନା ସଂକ୍ରମଣ ୧ ଲକ୍ଷ ଅତିକ୍ରମ କରିଥିଲା, ସେହି ସମୟରେ ମୃତ୍ୟୁ ସଂଖ୍ୟା ୧୦୦୦ ହେଉଥିଲା । ଏଥର ଆକ୍ରାନ୍ତଙ୍କ ସଂଖ୍ୟା ଗୋଟିଏ ଦିନରେ ୨ ଲକ୍ଷ ଅତିକ୍ରମ କରିଥିବା ବେଳେ ମୃତ୍ୟୁ ସଂଖ୍ୟା ପାଖାପାଖି ୧୦୦୦ ରହୁଛି ।