ମୁମ୍ବାଇରେ ବ୍ୟବସାୟୀଙ୍କ ପ୍ରତି ଅନ୍ୟାୟ ହେଉଥିବା ନେଇ ଉଦ୍ଧବ ସରକାରଙ୍କୁ କଂଗ୍ରେସର ଚିଠି
ମୁମ୍ବାଇ : ମୁମ୍ବାଇରେ ଦୋକାନୀ ଏବଂ ବ୍ୟବସାୟୀଙ୍କ ପ୍ରତି ଉଦ୍ଧବ ଠାକରେଙ୍କ ସରକାର ଅନ୍ୟାୟ କରୁଥିବା କଂଗ୍ରେସ ପତ୍ର ଲେଖି ଅଭିଯୋଗ କରିଛି । ମହାରାଷ୍ଟ୍ରରେ ମହା ବିକାଶ ସରକାରର ଅଂଶୀଦାର କଂଗ୍ରେସର ମୁମ୍ବାଇ ଶାଖା ଶନିବାର ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି।
ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇକୁ ଲକଡାଉନ୍ ଭଳି କଟକଣା ମାମଲାରେ ଲେବଲ୍ ୩ ପରିବର୍ତେ ଲେବଲ୍ ୧ରେ ରଖିବା ଦରକାର ବୋଲି ମଧ୍ୟ କଂଗ୍ରେସ ଦାବି କରିଛି । ଉଦ୍ଧବ ସରକାର କୋଭିଡ୍ କଟକଣାକୁ ୫ ସ୍ତରରେ ବିଭକ୍ତ କରିଛନ୍ତି। ଏଥିରେ ମୁମ୍ବାଇ, ଥାଣେକୁ ଲେବଲ୍ ୧ରେ ରଖିବାକୁ ପ୍ରସ୍ତୁତି ଚାଲିଛି। ନିର୍ଦ୍ଧାରିତ ଜିଲ୍ଲା ବା ସ୍ଥାନରେ ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ଖସିଲେ ତାହାକୁ ଲେବଲ୍ ୧ରେ ରଖାଯାଏ। ସେଠାରେ କଟକଣା କୋହଳ କରାଯାଏ। କରୋନାର ତୃତୀୟ ଲହାରର ଆଶଙ୍କା ଏବଂ ଡେଲଟା ଭାରିଏଣ୍ଟର ପ୍ରଭାବକୁ ନଜରରେ ରଖି ମହାରାଷ୍ଟ୍ର ସରକାର ମୁମ୍ବାଇକୁ ଲେବଲ୍-୩ରେ ରଖିଛନ୍ତି। ଗତ ସପ୍ତାହରେ ବିଏମସି ମୁଖ୍ୟ ଇକବାଲ ଚହଲ କହିଥିଲେ, ମୁମ୍ବାଇରେ ଦୈନିକ ୧୦୦ରୁ ୨୦୦ ସଂକ୍ରମିତ ଚିହ୍ନଟ ନହେବା ଯାଏଁ ସହରକୁ ଲେବଲ୍-୩ରେ ରଖାଯିବ।