ଶିଶୁଙ୍କ ପାଇଁ କମ୍ପ୍ୟୁଟର ବିପଜ୍ଜନକ
୯ ବର୍ଷରୁ କମ୍ ଶିଶୁମାନେ କମ୍ପ୍ୟୁଟର ବ୍ୟବହାର କରିବା ଉଚିତ ନୁହେଁ ବୋଲି ଏଇ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ପ୍ରକାଶ ପାଇଛି । ଏହା ସେମାନଙ୍କର ମସ୍ତିଷ୍କର ବହୁତ କ୍ଷତି ଘଟାଉଛି ବୋଲି ଏହି ଅଧ୍ୟୟନରେ କୁହାଯାଇଛି । କମ୍ପ୍ୟୁଟରରେ ବ୍ୟବହାର କରୁଥିବା ଯୋଗୁଁ ପିଲାମନେ ସେମାନଙ୍କ ମସ୍ତିଷ୍କ ଉପରେ ଚାପ ପକାଉନାହାନ୍ତି । ଫଳରେ ସେମାନଙ୍କ ମସ୍ତିଷ୍କର ସମ୍ପୂର୍ଣ୍ଣ ବିକାଶ ହୋଇପାରୁ ନାହିଁ । ସଂଯୁକ୍ତ ରାଷ୍ଟ୍ରର ପିଲାମନେ ଦୁଇରୁ ତିନିବର୍ଷ ହେବାମାତ୍ରେ କମ୍ପ୍ୟୁଟର ବ୍ୟବହାର କରିବା ଆରମ୍ଭ କରି ଦିଅନ୍ତି । ଅତି ଛୋଟ ବୟସରୁ ପିଲାମାନେ କମ୍ପ୍ୟୁଟର ବ୍ୟବହାର କରିବା ଦ୍ୱାରା ଏହା ସେମାନଙ୍କର ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଉଛି । ୯ ବର୍ଷରୁ କମ୍ ବୟସର ଯେଉଁ ଶିଶୁମାନେ ଅଧିକ କମ୍ପ୍ୟୁଟର ବ୍ୟବହାର କରୁଛନ୍ତି ସେମାନଙ୍କ ମନ ପାଠ ପଢ଼ାରେ ନ ଲାଗିବା ସହିତ ସେମାନେ ଶିକ୍ଷକଙ୍କ କଥା ଉପରେ ମଧ୍ୟ ଏତେଟା ଧ୍ୟାନ ଦେଉ ନଥିବାର ଦେଖାଯାଉଛି । ଏହି ଶିଶୁମାନେ କମ୍ପ୍ୟୁଟର ବ୍ୟବହାର କରୁଥିବା ଯୋଗୁଁ ଅନ୍ୟମାନଙ୍କ ସହିତ କଥା ହେବାକୁ ମଧ୍ୟ ପସନ୍ଦ କରୁନାହାନ୍ତି । ଏହି ସମସ୍ୟା ସବୁ ବୟସର ଲୋକମାନଙ୍କଠାରେ ଦେଖାଯାଉଛି । ସଂଯୁକ୍ତରାଷ୍ଟ୍ରର ପ୍ରାଇମେରୀ ସ୍କୁଲର ଛାତ୍ରଛାତ୍ରୀ ମଧ୍ୟ କମ୍ପ୍ୟୁଟର ବ୍ୟବହାର କରୁଛନ୍ତି । ଯଦିଓ କମ୍ପ୍ୟୁଟର ମନୁଷ୍ୟର ଜ୍ଞାନ ବୃଦ୍ଧି କରୁଛି କିନ୍ତୁ ଏହାକୁ ଅଧିକ ବୟସରେ ବ୍ୟବହାର କରିବା ଦରକାର । ମୋଟାମୋଟିଭାବେ କହିବାକୁ ଗଲେ ୯ବର୍ଷ ପରେ ପିଲାମାନେ କମ୍ପ୍ୟୁଟର ବ୍ୟବହାର କରିବା ଜରୁରୀ ।