ରାଜ୍ୟଗୋଷ୍ଠୀ କ୍ରୀଡା : ପାକିସ୍ତାନକୁ ୮ ଓ୍ଵିକେଟ୍ରେ ହରାଇଲା ଭାରତ
ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ରେ ଆଜି ଭାରତୀୟ ମହିଳା ଦଳର ବୋଲରଙ୍କ ଶାଣିତ ବୋଲିଂ ପରେ ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ କମବ୍ୟାକ କରିଛି ଟିମ ଇଣ୍ଡିଆ । ଦ୍ୱିତୀୟ ମ୍ୟାଚରେ ଚିର ପ୍ରତିଦ୍ୱନ୍ଦୀ ୮ ଓ୍ଵିକେଟ୍ରେ ହରାଇଲା ଭାରତ । ପାକିସ୍ତାନର ୧୦୦ ରନର ଲକ୍ଷ୍ୟକୁ ୮ ଓଭର ବାକି ଥାଇ ବିଜୟ ହାସଲ କଲା ବ୍ଲୁ ବ୍ରିଗେଡ । ଏହି ବିଜୟ ସହିତ ଭାରତୀୟ ମହିଳା ଦଳ ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରଥମ ବିଜୟ ହାସଲ କରିଛି।
ବର୍ଷା କାରଣରୁ ୧୮ ଓଭର ମ୍ୟାଚ ଖେଳାଯାଇଥିଲା। ଏହା ପୂର୍ବରୁ ଟସ୍ ଜିତି ପାକିସ୍ତାନ ମହିଳା କ୍ରିକେଟ୍ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତର ଶାଣିତ ବୋଲିଂର ମୁକାବିଲା କରିପାରିନଥିଲା ପାକିସ୍ତାନ। ଖାତା ଖୋଲିବା ପୂର୍ବରୁ ଦଳ ଓ୍ଵିକେଟ୍ ହରାଇଥିଲା। ଏହା ପରେ ମୁନିବା ଅଲୀ ଏବଂ ମାରୁଫ ଦ୍ଵିତୀୟ ଓ୍ଵିକେଟ୍ ଭଲ ବ୍ୟାଟିଂ କରି ୫୦ ରନ ଯୋଡିଥିଲେ। ତେବେ ଏହି ଯୋଡି ଭାଙ୍ଗିବା ପରେ ପାକିସ୍ତାନ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ମୁନିବା ଅଲୀଙ୍କୁ ବାଦ୍ ଦେଲେ ବାକି ବ୍ୟାଟସମ୍ୟାନ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ମୁନିବା ୩୦ ବଲରୁ ୩ ଚୌକାଏବଂ ୧ ଛକା ଜରିଆରେ ୩୨ ରନ କରିଥିଲେ। ଆଲିୟା ରିଆଜ ୧୮ ଏବଂ ମାରୁଫ ୧୭ ରନ କରି ପାରିଥିଲେ। ପାକିସ୍ତାନ ୧୮ ଓଭରରେ ୯୯ ରନରେ ଅଲଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ସ୍ନେହା ରାଣା ଏବଂ ରାଧା ଯାଦବ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ରେଣୁକା ସିଂହ, ମେଘନା ସିଂହ ଏବଂ ସେଫାଳି ବର୍ମାଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି।
𝐀𝐋𝐋 𝐎𝐕𝐄𝐑!
— BCCI Women (@BCCIWomen) July 31, 2022
Clinical with the ball & splendid with the bat, 𝐈𝐧𝐝𝐢𝐚 𝐛𝐞𝐚𝐭 𝐏𝐚𝐤𝐢𝐬𝐭𝐚𝐧 by 8 wickets in their 2nd Commonwealth Games match. 👏 👏
Vice-captain @mandhana_smriti smashes 63*. 🙌 🙌
Scorecard ▶️ https://t.co/6xtXSkd1O7 #B2022 #TeamIndia #INDvPAK pic.twitter.com/MVUX3yFO4s
୧୦୦ ରନର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲଇଥିଲା ଭାରତୀୟ ମହିଳା କ୍ରିକେଟ ଟିମ । ଶେଫାଳୀ ବର୍ମା ଏବଂ ସ୍ମୃତି ମନ୍ଧାନା ଚତୁରତାର ସହ ବ୍ୟାଟିଂ ଆରମ୍ଭ କରିଥିଲେ । ତେବେ ଷଷ୍ଠ ଓଭରରେ ବ୍ୟକ୍ତିଗତ ମାତ୍ର ୧୬ ରନ କରିଥିବା ବେଳେ ତୁବା ହସନଙ୍କ ଶିକାର ହୋଇଥିଲେ ଶେଫାଳୀ ବର୍ମା । ୯ ବଲରୁ ଗୋଟିଏ ଛକା ଏବଂ ୨ଟି ଚୌକା ସହ ୧୬ ରନ କରି ସେ ପାଭିଲିୟନ ଫେରି ଯାଇଥିଲେ । କିନ୍ତୁ ଏହାପରେ ପାକିସ୍ତାନ ପାଇଁ ଦୁଃସ୍ୱପ୍ନ ପାଲଟି ଯାଇଥିଲେ ସ୍ମୃତି ମନ୍ଧାନା । ପାକିସ୍ତାନର ଗୋଟିଏ ପରେ ଗୋଟିଏ ବୋଲରଙ୍କୁ ମନ୍ଧାନା ଟାର୍ଗେଟ କରିଥିଲେ । ତେବେ ସଭିନେନୀ ମେଘନା ମଧ୍ୟ ମନ୍ଧାନାଙ୍କ ସାଥ ଦେଉଥିଲେ । ୧୬ ବଲରୁ ୨ ଚୌକା ସହ ୧୪ ରନ କରି ଆଉଟ ହୋଇଥିଲେ ମେଘନା । ତେବେ ଅନ୍ୟ ପଟରେ ଦଳକୁ ବିଜୟ ଦେବାର ପ୍ରତିଜ୍ଞା କରି ଠିଆ ହୋଇଥିଲେ ସ୍ମୃତି ମନ୍ଧାନା । ଶେଷରେ ୪୨ ବଲରୁ ସେ ୬୩ ରନ ସଂଗ୍ରହ କରି ଦଳକୁ ଏକ ସହଜ ବିଜୟ ଦେଇଛନ୍ତି । ଏହି ପାଳିରେ ତାଙ୍କର ୮ଟି ଚୌକା ଏବଂ ୩ଟି ଛକା ସାମିଲ ରହିଛି । ଏହି ମ୍ୟାଚ ସହ ଟୁର୍ଣ୍ଣାମେଣ୍ଟରେ କମବ୍ୟାକ କରିଛି ଟିମ ଇଣ୍ଡିଆ । ସେପଟେ ପାକିସ୍ତାନ ପକ୍ଷରୁ ତବୁ ହସନ ଏବଂ ଓମାଇମା ଶୋହେଲ ଗୋଟିଏ ଲେଖାଏଁ ସଫଳତା ହାସଲ କରିଛନ୍ତି । ଭାରତ ପକ୍ଷରୁ ସ୍ନେହ ରାଣା ଏବଂ ରାଧା ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ମେଘନା ସିଂହ ଏବଂ ରେଣୁକା ସିଂ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ତେବେ ଏଥିରେ ନିଜ ନାଁ ଯୋଡି ଦେଇଛନ୍ତି ଓପନର ଶେଫାଳୀ ବର୍ମା । ୨ ଓଭର ବୋଲିଂ କରି ସେ ମଧ୍ୟ ପାକିସ୍ତାନର ଫତିମା ସନାଙ୍କୁ ଶିକାର କରିଛନ୍ତି ।