ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ : ଭାରତୋଳନରେ ରୁପା ଜିତିଲେ ବିନ୍ଦିୟାରାଣୀ
ନୂଆଦିଲ୍ଲୀ : ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଚତୁର୍ଥ ପଦକ ହାସଲ କରିଛି । ବିନ୍ଦିୟାରାଣୀ ଦେବୀ ମହିଳା ଭାରତୋଳନ ୫୫ କିଲୋ ବର୍ଗରେ ଭାରତ ପାଇଁ ରୁପା ପଦକ ଜିତିଛନ୍ତି । ସେ ଭାରତୋଳନ ବର୍ଗରେ ୮୬ ସ୍କୋର କରିଥିଲେ । ସେହିପରି କ୍ଲିନ୍ ଆଣ୍ଡ୍ ଜର୍କରେ ସେ ୧୧୬ ସ୍କୋର କରିଥିଲେ । ଫଳରେ ଉଭୟ ଉଭେଂଟରେ ମୋଟ୍ ୨୦୨ କେଜିର ସ୍କୋର କରିବା ପରେ ସେ ରୁପା ହାସଲ କରିଥିଲେ । ଭାରତୋଳନରେ ରୁପା ଜିତିବା ପରେ ଦେବୀ ବହୁତ ଖୁସି ଥିବା ନଜର ଆସିଥିଲା । ସେ କହିଥିଲେ ଯେ, ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡା ଖେଳୁଛନ୍ତି । ରୁପା ଜିତିବା ପରେ ଖୁସି ଲାଗୁଛି । ଏହା ଜୀବନର ଏକ ସୁନ୍ଦର ଦିନ । କିନ୍ତୁ ତାଙ୍କ ହାତରୁ ସୁନା ଖସି ଯାଇଥିଲା । ଆଗାମୀ ଥର ଆହୁରି ଅଧିକ ପରିଶ୍ରମ କରିବେ ବୋଲି ସେ କହିଛନ୍ତି । ସବୁଠାରୁ ଖାସ୍ କଥା ଏହେ ଯେ, ଭାରତକୁ ଚାରୋଟି ପଦକ ଭାରତୋଳନରୁ ମିଳିଛି । ଏଠାରେ ଟୋକିଓ ଅଲମ୍ପିକର ରୁପା ବିଜୟିନୀ ମୀରାବାଇ ଚାନୁ ୪୯ ବର୍ଗରେ ସୁନା ଜିତିଥିଲେ । ସଙ୍କେତ ମହାଦେବ ଓ ଗୁରୁରାଜ ପୁଜାରୀ କ୍ରମଶଃ ରୁପା ଓ ବ୍ରୋଞ୍ଜ୍ ହାତେଇଥିଲେ ।