ବାଲେଟ ପେପରରେ ନିର୍ବାଚନ ଦାବି ! ‘ଇଚ୍ଛାମୃତ୍ୟୁ’ ପାଇଁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀଙ୍କ ପିତା
ନୂଆଦିଲ୍ଲୀ : ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ପିତା ନନ୍ଦ କୁମାର ବଘେଲ ‘ଇଚ୍ଛାମୃତ୍ୟୁ’ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଛନ୍ତି। ନନ୍ଦ କୁମାର ବଘେଲ କହିଛନ୍ତି ଯେ, ଦେଶରେ ବାଲେଟ ପେପରରେ ନିର୍ବାଚନ କରାଯାଉ। ଯଦି ଏମିତି ନହୁଏ ତେବେ ଜାତୀୟ ମତାଦାତା ଦିବସ ଜାନୁଆରୀ ୨୫ରେ ମୋତେ ଇଚ୍ଛାମୃତ୍ୟୁ ପ୍ରଦାନ କରିବାକୁ ଅନୁମତି ଦିଆଯାଉ।
ସୂଚନା ଯେ, ନନ୍ଦ କୁମାର ବଘେଲ ମତଦାତା ଜାଗୃତ ମଞ୍ଚର ଅଧ୍ୟକ୍ଷ। ସେ ଏହି ମଞ୍ଚ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ଇଚ୍ଛାମୃତ୍ୟୁ ଦାବି କରିଛନ୍ତି।