ଆଜି ଅପରାହ୍ନ ୨ଟା ୩୦ରେ କରୋନା କଟକଣା ସମ୍ପର୍କରେ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଥିବା ଆଂଶିକ ଲକ୍ଡାଉନ୍ ଆସନ୍ତାକାଲି ସରିବାକୁ ଯାଉଛି । ସରକାର ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଲକଡାଉନ ଉପରେ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି । ଏନେଇ ଗୁରୁବାର ଅପରାହ୍ନ ୨ତା ୩୦ରେ କରୋନା ସ୍ଥିତି ନେଇ କିଛି ବଡ଼ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ତେଣୁ ଆଗକୁ ଲକ୍ଡାଉନ୍ ରହିବ କି ଅନ୍ଲକ୍ ହେବ ସେନେଇ କିଛି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ।
ସୂଚନା ଯେ, ଓଡ଼ିଶାରେ ଜୁନ୍ ମାସରେ କରୋନା ସଂକ୍ରମଣ ଖସିବାରେ ଲାଗିଛି । ହେଲେ ଏଥିରେ ଉତ୍ସାହିତ ହୋଇ ଢିଲା ହେବାର ସମୟ ଆସିନାହିଁ । ସାମାନ୍ୟ ଅବହେଳା ହିଁ ସାରା ରାଜ୍ୟକୁ ମହଙ୍ଗା ପଡ଼ିବ ବୋଲି ବିଶେଶଜ୍ଞ ମାନେ କହୁଛନ୍ତି । ରାଜ୍ୟରେ ଏବେ ସଂକ୍ରମଣ ହାର କମିବାରେ ଲାଗିଛି । ୨୦ ଜିଲ୍ଲାରୁ ଅନେକ କଟକଣା ହଟିଛି । ୧୦ ଜିଲ୍ଲାରେ ଏବେ ବି କଟକଣା ବଳବତ୍ତର ରହିଛି । ତେଣୁ ଏହି ସବୁ ଜିଲ୍ଲାର କଟକଣାକୁ ପୁରା କୋହଳ କରିବା ଉଚିତ୍ ହେବ ନାହିଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଏବେ ‘ଏ’ ଶ୍ରେଣୀରେ ୨୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିଛି । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସବୁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ‘ବି’ ଶ୍ରେଣୀରେ ଥିବା ୧୦ ଜିଲ୍ଲାରେ ଦୋକାନ ଦିନ ୨ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ମିଳିଛି । ରାତି କର୍ଫ୍ୟୁ ସହ ସପ୍ତାହନ୍ତ ସଟ୍ଡାଉନ୍ ମଧ୍ୟ ଲାଗୁ ରହିଛି। ଏଥିରେ ପରିବର୍ତ୍ତନ ହେବ। ‘ବି’ ଶ୍ରେଣୀରେ ଜିଲ୍ଲା ସଂଖ୍ୟା ୧୦ରୁ କମି ୫ ମଧ୍ୟରେ ରଖାଯାଇପାରେ। ଦୋକାନ ଖୋଲିବା କଟକଣା ସନ୍ଧ୍ୟା ୬ ଯାଏ ବଢାଯାଇପାରେ। ଆଗକୁ ପାର୍ବଣ ଋତୁ ଆସୁଛି। ସମସ୍ତେ କଟକଣା କୋହଳକୁ ଅନାଇ ବସିଛନ୍ତି। ଏଥିପାଇଁ ଅନେକ ବ୍ୟବସାୟୀ ନିଜର ପୁରୁଣା ସାମଗ୍ରୀ ସାରିବାକୁ ଡିସ୍କାଉଣ୍ଟ ଦେବାକୁ ଯୋଜନା କରି ସାରିଲେଣି। ‘ଏ’ ଶ୍ରେଣୀରେ ଥିବା ୨୦ ଜିଲ୍ଲା ଆଉ ‘ବି’ର ୫ ଜିଲ୍ଲାରେ କେବଳ ନାଇଟ୍ କର୍ଫ୍ୟୁ ରଖି ଆଉ ସବୁ କଟକଣାକୁ ହଟାଇବାକୁ ମଧ୍ୟ ବିଚାର କରୁଛନ୍ତି ସରକାର। ତେବେ ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ଲୋକଙ୍କ ସଂଖ୍ୟା ବଢିପାରେ । ତେଣୁ ଗାଇଡ଼ଲାଇନ୍କୁ କଡ଼ାକଡ଼ି ଭାବେ ପାଳନ କରାଯିବ। କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ରାଜ୍ୟଗୁଡ଼ିକୁ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାର୍କେଟ, ହାଟ, ମଲ୍, ମଣ୍ଡି, ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ୍ ଉପରେ ନଜର ରଖୁ ପ୍ରଶାସନ। ବିବାହ ମଣ୍ଡପ, ସମାଜିକ କାର୍ଯ୍ୟକ୍ରମରେ ଯେମିତି ବି ହେଉ ଗାଇଡ଼ଲାଇନ୍ ପାଳନ ହେବା ଦରକାର ।ସେହିପରି ଦେଖିବାକୁ ଗଲେ ରାଜ୍ୟରେ ଏବେ ମୃତ୍ୟୁ ସଂଖ୍ୟା ଥମିବାରେ ଲାଗୁନି । ଲଗାତର କିଛିଦିନ ହେବ ମୃତ୍ୟୁ ସଂଖ୍ୟା ୫୦ ଉପରେ ରହୁଛି ।ଓଡ଼ିଶାରେ ଜୁନ୍ ମାସରେ କରୋନା ସଂକ୍ରମଣ ଖସିବାରେ ଲାଗିଛି । ହେଲେ ଏଥିରେ ଉତ୍ସାହିତ ହୋଇ ଢିଲା ହେବାର ସମୟ ଆସିନାହିଁ । ସାମାନ୍ୟ ଅବହେଳା ହିଁ ସାରା ରାଜ୍ୟକୁ ମହଙ୍ଗା ପଡ଼ିବ ବୋଲି ବିଶେଶଜ୍ଞ ମାନେ କହୁଛନ୍ତି । ରାଜ୍ୟରେ ଏବେ ସଂକ୍ରମଣ ହାର କମିବାରେ ଲାଗିଛି । ୨୦ ଜିଲ୍ଲାରୁ ଅନେକ କଟକଣା ହଟିଛି । ୧୦ ଜିଲ୍ଲାରେ ଏବେ ବି କଟକଣା ବଳବତ୍ତର ରହିଛି । ତେଣୁ ଏହି ସବୁ ଜିଲ୍ଲାର କଟକଣାକୁ ପୁରା କୋହଳ କରିବା ଉଚିତ୍ ହେବ ନାହିଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଏବେ ‘ଏ’ ଶ୍ରେଣୀରେ ୨୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିଛି । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସବୁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ‘ବି’ ଶ୍ରେଣୀରେ ଥିବା ୧୦ ଜିଲ୍ଲାରେ ଦୋକାନ ଦିନ ୨ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ମିଳିଛି । ରାତି କର୍ଫ୍ୟୁ ସହ ସପ୍ତାହନ୍ତ ସଟ୍ଡାଉନ୍ ମଧ୍ୟ ଲାଗୁ ରହିଛି। ଏଥିରେ ପରିବର୍ତ୍ତନ ହେବ। ‘ବି’ ଶ୍ରେଣୀରେ ଜିଲ୍ଲା ସଂଖ୍ୟା ୧୦ରୁ କମି ୫ ମଧ୍ୟରେ ରଖାଯାଇପାରେ। ଦୋକାନ ଖୋଲିବା କଟକଣା ସନ୍ଧ୍ୟା ୬ ଯାଏ ବଢାଯାଇପାରେ। ଆଗକୁ ପାର୍ବଣ ଋତୁ ଆସୁଛି। ସମସ୍ତେ କଟକଣା କୋହଳକୁ ଅନାଇ ବସିଛନ୍ତି। ଏଥିପାଇଁ ଅନେକ ବ୍ୟବସାୟୀ ନିଜର ପୁରୁଣା ସାମଗ୍ରୀ ସାରିବାକୁ ଡିସ୍କାଉଣ୍ଟ ଦେବାକୁ ଯୋଜନା କରି ସାରିଲେଣି। ‘ଏ’ ଶ୍ରେଣୀରେ ଥିବା ୨୦ ଜିଲ୍ଲା ଆଉ ‘ବି’ର ୫ ଜିଲ୍ଲାରେ କେବଳ ନାଇଟ୍ କର୍ଫ୍ୟୁ ରଖି ଆଉ ସବୁ କଟକଣାକୁ ହଟାଇବାକୁ ମଧ୍ୟ ବିଚାର କରୁଛନ୍ତି ସରକାର। ତେବେ ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ଲୋକଙ୍କ ସଂଖ୍ୟା ବଢିପାରେ । ତେଣୁ ଗାଇଡ଼ଲାଇନ୍କୁ କଡ଼ାକଡ଼ି ଭାବେ ପାଳନ କରାଯିବ। କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ରାଜ୍ୟଗୁଡ଼ିକୁ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାର୍କେଟ, ହାଟ, ମଲ୍, ମଣ୍ଡି, ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ୍ ଉପରେ ନଜର ରଖୁ ପ୍ରଶାସନ। ବିବାହ ମଣ୍ଡପ, ସମାଜିକ କାର୍ଯ୍ୟକ୍ରମରେ ଯେମିତି ବି ହେଉ ଗାଇଡ଼ଲାଇନ୍ ପାଳନ ହେବା ଦରକାର । ସେହିପରି ଦେଖିବାକୁ ଗଲେ ରାଜ୍ୟରେ ଏବେ ମୃତ୍ୟୁ ସଂଖ୍ୟା ଥମିବାରେ ଲାଗୁନି । ଲଗାତର କିଛିଦିନ ହେବ ମୃତ୍ୟୁ ସଂଖ୍ୟା ୫୦ ଉପରେ ରହୁଛି ।