ବଦଳିଲା ନିଷ୍ପତ୍ତି, ନିର୍ଦ୍ଦେଶନାମା ପ୍ରତ୍ୟାହୃତ! ଏଣିକି ସ୍କୁଲ ଯାଇପାରିବେ ସାମ୍ବାଦିକ
ଭୁବନେଶ୍ବର : ବଦଳିଲା ନିଷ୍ପତ୍ତି । ପ୍ରତ୍ୟାହୃତ ହେଲା ନିର୍ଦ୍ଦେଶନାମା । ଏଣିକି ସ୍କୁଲ ଯାଇପାରିବେ ଗଣମାଧ୍ୟମ ପ୍ରତିନିଧି । କଙ୍କଡାହାଡ଼ ବିଇଓଙ୍କ ପକ୍ଷରୁ ଚିଠି ପ୍ରତ୍ୟାହାର ପରେ ନିଆଯାଇଛି ଏହି ନିଷ୍ପତ୍ତି । ସାମ୍ବାଦିକମାନଙ୍କୁ ସ୍କୁଲକୁ ବାରଣ ନିଷ୍ପତ୍ତି ଆସିବା ପରେ ଏହାକୁ ଅନେକ ବିରୋଧ କରିଥିଲେ । ସାମ୍ବାଦିକମାନେ ସ୍କୁଲକୁ ଯାଇପାରିବେ, କିନ୍ତୁ କ୍ଲାସ ଟାଇମ୍ରେ ନୁହେଁ । କ୍ଲାସ ସରିବା ପରେ ସେମାନେ ସ୍କୁଲ ଯାଇପାରିବେ ଓ ସମସ୍ୟା ବୁଝିପାରିବେ । ଏଥିପାଇଁ ପରିଚାଳନା କମିଟି ସହ ଆଲୋଚନା କରିବାକୁ ପଡ଼ିବ ।
ସୂଚନା ଯେ, ଜିଲା ମାଜିଷ୍ଟ୍ରେଟ୍-କମ-କଲେକ୍ଟରଙ୍କ ନିର୍ଦ୍ଦେଶ ଅନୁଯାୟୀ ଢେଙ୍କାନାଳ ଜିଲାରେ ଆଜି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଳିତ ଜନ ଅଭିଯୋଗରେ କଙ୍କଡାହାଡ ବିଦ୍ୟାଳୟରେ ଗଣମାଧ୍ୟମକୁ ଅନଧିକୃତ ପ୍ରବେଶକୁ ଦର୍ଶାଇ ଗତକାଲି ଚିଠି ହୋଇଥିଲା । ତେବେ ଏହା ପୂର୍ବରୁ ଜାରି କରାଯାଇଥିବା ଚିଠିକୁ ପ୍ରତ୍ୟାହାର କରାଯାଇଛି । ସ୍କୁଲକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ମନା । ଏଥିପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜିଲା ଶିକ୍ଷା ଅଧିକାରୀଙ୍କ ଠାରୁ ଅନୁମତି ଆବଶ୍ୟକ । ନଚେତ ଗଣମାଧ୍ୟମ ପ୍ରତିନିଧିଙ୍କ ନାମରେ ଥାନାରେ ଏଫ୍ଆଇଆର୍ ଦେବାକୁ ଚିଠି ମାଧ୍ୟମରେ କଡା ନିର୍ଦ୍ଦେଶ ଦେଇଥିଲେ ଢେଙ୍କାନାଳ ଜିଲା କନକଡ଼ାହାଡ଼ ବ୍ଲକ ଶିକ୍ଷା ଅଧିକାରୀ । ଆଉ ଏବେ ନିଜ ଛେପ ନିଜେ ଢୋକିଛି ଶିକ୍ଷା ବିଭାଗ । ଏହି ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରାଯାଇଛି । ଢେଙ୍କାନାଳ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କଙ୍କଡାହାଡ଼ ବିଇଓ ସ୍କୁଲ ମାନଙ୍କୁ ଦେଇଥିବା ନିର୍ଦ୍ଦେଶନାମାକୁ ନିଜେ ପୁଣି ପ୍ରତ୍ୟାହାର କରିଥିବା ଜଣାପଡିଛି ।