ଆଜି ଠାରୁ ଚୈତ୍ର ନବରାତ୍ରି, ଜାଣନ୍ତୁ କଣ ରହିଛି ଘଟ ସ୍ଥାପନାର ଶୁଭ ମୁହୂର୍ତ୍ତ ଓ ବିଧି ବିଧାନ
ଚୈତ୍ର ମାସ ଶୁକ୍ଲପକ୍ଷ ପ୍ରତିପଦା ତିଥି ଅର୍ଥାତ ଚୈତ୍ର ନବରାତ୍ରି ରୁ ଆରମ୍ଭ ହୋଇଥାଏ ହିନ୍ଦୁ ନବବର୍ଷ ଠାରୁ ଆରମ୍ଭ ହୋଇଥାଏ l ଚୈତ୍ର ନବରାତ୍ରି କୁ ବସନ୍ତ ନବରାତ୍ରି ବୋଲି ମଧ୍ୟ କୁହାଯାଇଥାଏ l ଏହା ହିନ୍ଦୁ ମାନଙ୍କର ପ୍ରଥମ ନବରାତ୍ରି ଅଟେ l
ହିନ୍ଦୁ ଧର୍ମରେ ନବରାତ୍ରିର ବିଶେଷ ମହତ୍ୱ ରହିଛି l ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଗୋଟିଏ ବର୍ଷରେ ୪ଟି ନବରାତ୍ରି ପଡିଥାଏ, ଗୋଟିଏ ହେଲା ଚୈତ୍ର ନବରାତ୍ରି , ଆଉ ଗୋଟିଏ ଶାରଦୀୟ ନବରାତ୍ରି ଏବଂ ଦୁଇଟି ଗୁପ୍ତ ନବରାତ୍ରି, ଯାହାକି ଗୃହସ୍ଥ ମାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ l ନବରାତ୍ରି ସମୟରେ ମା ଦୁର୍ଗା ଙ୍କର ୯ଟି ସ୍ୱରୂପ କୁ ବିଧିବଦ୍ଧ ଭାବରେ ପୂଜା କରାଯାଇ ଥାଏ, ଯଥା – ଶୈଳପୁତ୍ରୀ, ବ୍ରହ୍ମଚାରୀଣୀ, ଚନ୍ଦ୍ର ଘଣ୍ଟା, କୁଷ୍ମାଣ୍ଡା, ଷ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରି, ମହାଗୌରୀ, ଓ ସିଦ୍ଧି ଦାତ୍ରୀ l ମାନ୍ୟତା ଅନୁସାରେ ଚୈତ୍ର ମାସ ଶୁକ୍ଳ ପକ୍ଷ ର ପ୍ରତିପଦ ତିଥିରେ ଚୈତ୍ର ନବରାତ୍ରି ଆରମ୍ଭ ହୋଇଥାଏ l
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚୈତ୍ର ନବରାତ୍ରି ଚଳିତ ବର୍ଷ ଅପ୍ରେଲ ୮ ତାରିଖ ରାତି ୧୧ ଟା ବାଜି ୫୦ ମିନିଟ ରେ ଆରମ୍ଭ ହୋଇ ୯ ତାରିଖ ରାତି ୮ ଟା ୩୦ ମିନିଟ ରେ ସମାପ୍ତ ହେବାକୁ ଯାଉଛି l ଏହି ଦିନ ଘଟ ସ୍ଥାପନା ମୁହୂର୍ତ୍ତ ସକାଳ ୬ ଟା ୨ ମିନିଟ ରୁ ୧୦ ଟା ୧୬ ମିନିଟ ପର୍ଯ୍ୟନ୍ତ ସମୟ ରହିବ l କଳସ ସ୍ଥାପନା ର ଅଭିଜିତ ମୁହୂର୍ତ୍ତ ସକାଳ ୧୧ ଟା ୫୭ ମିନିଟ ଦ୍ବିପ୍ରହର ୧୨ ଟା ୪୮ ମିନିଟ ପର୍ଯ୍ୟନ୍ତ ସମୟ ରହିବ l
ଚଳିତ ବର୍ଷ ନବରାତ୍ରି ମଙ୍ଗଳବାର ୯ ତାରିଖ ଆରମ୍ଭ ହେବାକୁ ଯାଉଛି l ନବରାତ୍ରି ଦିନ ମଙ୍ଗଳବାର ଓ ଶନିବାର ଦିନ ମା ଙ୍କ ଆଗମନ ଘୋଡା ରେ ହେବ l ମାତା ଯଦି ଘୋଡା ରେ ଆସିବେ ତେବେ ପ୍ରାକୃତିକ ବିପଦ ଦେଶ ପାଇଁ ରହିବ l
ଚୈତ୍ର ନବରାତ୍ରି ରେ କଳସ ସ୍ଥାପନା କରିବା ଦ୍ୱାରା ଦରିଦ୍ରତା , ଦୁଃଖ ର ନାଶ ହୋଇଥାଏ l ବୈବାହିକ ଜୀବନ ସୁଖମୟ ହୋଇଥାଏ l ଯେଉଁ ଘରେ ନବରାତ୍ରି ସମୟ ରେ ଘଟ ସ୍ଥାପନା ହୋଇଥାଏ ସେଠାରେ କଦାପି ଘର ଅନ୍ଧାର ହେବା ଉଚିତ ନୁହେଁ l ଏବଂ ଘରକୁ ଖାଲି ଛାଡିବା ଉଚିତ ନୁହେଁ l
୯ ଦିନ ପର୍ଯ୍ୟନ୍ତ ଅଖଣ୍ଡ ଦୀପ ଜଳାଇବା ଉଚିତ , ଏବଂ ଘର କୁ ସଫା ସୁତୁରା ରଖିବା ଜରୁରୀ l ଏହି ନବଦିନ ମସଂହାରୀ ଭୋଜନ କରିବା ଉଚିତ ନୁହେଁ, ଏବଂ ଦାଢ଼ି କାଟିବା ଓ କେଶ କାଟିବା ମଧ୍ୟ ଉଚିତ ନୁହେଁ l ଏହି ନବରାତ୍ରି ସମୟ ରେ ବ୍ରତ ଧାରୀ ମାନେ କଳା ବସ୍ତ୍ର ପିନ୍ଧିବା ଉଚିତ ନୁହେଁ l
ଚଳିତ ଥର ନବରାତ୍ରିର କିଛିଟା ବିଶେଷତା ରହିଛି, କାହିଁକି ନା ଏହିଦିନ ମା ଦୁର୍ଗତି ନାଶିନୀ ଦୁର୍ଗା ଘୋଡା ଉପରେ ବିରାଜମାନ କରି ଧରା ପୃଷ୍ଠ କୁ ବିରାଜମାନ କରିବେ l ମାନ୍ୟତା ରହିଛି ଯେ ଏହି ନଅଦିନ ଯେଉଁ ବ୍ୟକ୍ତି ମାଙ୍କ ଆରାଧନା କରିଥାଏ ତାର ସମସ୍ତ ଦୁଃଖ, କଷ୍ଟ, ଯନ୍ତ୍ରଣା ଦୂର ହୋଇଥାଏ l
ନବରାତ୍ରି ସମୟରେ ମା’ଙ୍କ ନିକଟରେ ଗୁଆ ବସାଇ ସମର୍ପଣ କରି ପୂଜା କରିବା ଦ୍ୱାରା ସୌଭାଗ୍ୟ ଓ ସୁଖ ସମୃଦ୍ଧି ର ପ୍ରାପ୍ତି ହୋଇଥାଏ , ଏବଂ ଜୀବନ ର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ l
ନବରାତ୍ରି ସମୟରେ ମାଙ୍କୁ ନିୟମିତ ଗୋଟା ପାନ ଅର୍ପଣ କରିବା ଦ୍ୱାରା ଜୀବନ ରେ ଆସୁଥିବା ବାଧା ବିଘ୍ନ ଦୂର ହୋଇଥାଏ, ଏବଂ ଶତ୍ରୁ ନାଶ ହୋଇଥାଏ l ଯେଉଁ ବ୍ୟକ୍ତି ର କେଶ କଚେରୀ ଭୟ ରହିଥାଏ ସେଥିରୁ ମଧ୍ୟ ମୁକ୍ତି ମିଳିଥାଏ l
ନବରାତ୍ରି ହେଉଛି ଅଧର୍ମ ଉପରେ ଧର୍ମର ଜୟ, ଏହି ସମୟ ରେ କଦାପି ଘରେ କଳହ ହେବା ଉଚିତ ନୁହେଁ, ପର ଆଲୋଚନା ହେବା ଉଚିତ ନୁହେଁ, କାହାକୁ ଅନାଦର କରିବା ଠିକ ନୁହେଁ, ଭୋଜନ କୁ ଅପମାନ କରିବା ଉଚିତ ନୁହେଁ, ଗୁରୁଜନ ଙ୍କ ଅସମ୍ମାନ କରିବା ମଧ୍ୟ ଉଚିତ ନୁହେଁ l