ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ : ୯୨.୭୧ % ପାସ୍, ଆଗରେ ଛାତ୍ରୀ
ନୂଆଦିଲ୍ଲୀ : ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ। ମୋଟ୍ ପାସ୍ ହାର ୯୨.୭୧% ରହିଛି । ଛାତ୍ରଛାତ୍ରୀମାନେ www.cbse.nic.in ଏବଂ cbseresults.nic.in ୱେବସାଇଟ ଯାଇ ନିଜ ପରୀକ୍ଷା ଫଳ ଦେଖିପାରିବେ । ଏହା ସହ ଅପରାହ୍ନ ୨ଟାରେ ଦଶମ ପରୀକ୍ଷା ଫଳ ବାହାରିବ ବୋଲି ସୂଚନା ମିଳିଛି ।
ସିବିଏସଇ ଦ୍ୱାଦଶ ପରୀକ୍ଷାରେ ଛାତ୍ରୀମାନେ ବାଜି ମାରିଛନ୍ତି । ମୋଟ୍ ୯୪.୫୪% ଛାତ୍ରୀ ପାସ୍ କରିଥିବା ବେଳେ ୯୧.୨୫% ଛାତ୍ର ପାସ୍ କରିଛନ୍ତି । ଚଳିତବର୍ଷ ଦେଶରେ ୧୪ ଲକ୍ଷ ୫୪ ହଜାର ୩୭୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଟର୍ମ ୧ ଏବଂ ଟର୍ମ ୨ରେ ଦୁଇଟି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଟର୍ମ ୨ପରୀକ୍ଷା ଅଫଲାଇନରେ ହୋଇଥିଲା । ଏହା ଏପ୍ରିଲ ୨୬ରୁ ଜୁନ ୧୫ ଯାଏଁ ଅନୁଷ୍ଠିତ ହୋଇଥିଲା ।