କେପ୍ ଟାଉନ୍ ଟେଷ୍ଟ : ମଜବୁତ ସ୍ଥିତିରେ ଦଦକ୍ଷିଣ ଆଫ୍ରିକା, ଐତିହାସିକ ସିରିଜ ବିଜୟ ଠାରୁ ୮ ୱିକେଟ ଦୂରରେ ଭାରତ
କେପ୍ ଟାଉନ୍ : ନ୍ୟୁଲାଣ୍ଡ୍ସରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଟେଷ୍ଟର ତୃତୀୟ ଦିନ ଖେଳ ଶେଷ ହୋଇଛି । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି ରହିଥିବା ଅନ୍ତିମ ଟେଷ୍ଟରେ ମଜବୁତ ସ୍ଥିତିରେ ରହିଛି ଘରୋଇ ଦଳ । ତୃତୀୟ ଦିନ ଷ୍ଟମ୍ପ୍ ଅପସାରଣ ସୁଦ୍ଧା ୨ ୱିକେଟ ହରାଇ ୧୦୧ ରନ୍ ସଂଗ୍ରହ କରିନେଇଛି ଘରୋଇ ଟିମ । ଫଳରେ ୨୧୨ ରନ୍ର ପିଛା କରୁଥିବା ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ଆଉ ୧୧୧ ରନ୍ର ଆବଶ୍ୟକ ରହିଛି । ଅନ୍ୟପଟେ ଭାରତକୁ ବିଜୟ ପାଇଁ ୮ ୱିକେଟ ଆବଶ୍ୟକ ରହିଛି । ପିଟରସନ ୪୮ ରନ୍ରେ ଅପରାଜିତ ରହିଛନ୍ତି ।
୨୧୨ ରନର୍ ଟାର୍ଗେଟକୁ ପିଛା କରୁଥିବା ଦକ୍ଷିଣ ଆଫ୍ରିକା ପକ୍ଷରୁ ଦୁଇ ଓପନର ଆଡନ ମାର୍କ୍ରମ ଓ କ୍ୟାପଟେନ ଡିଲ ଏଲଗାର ପ୍ରଥମ ୭ ଓଭର ପର୍ଯ୍ୟନ୍ତ କୌଣସି କ୍ଷତି ହେବାକୁ ଦେଇନଥିଲେ । ଉଭୟଙ୍କ ମଧ୍ୟରେ ୨୩ ରନ୍ର ଭାଗିଦାରୀ ହୋଇଥିଲା । ମାତ୍ର ମାର୍କ୍ରନଙ୍କୁ ୧୬ ରନ୍ରେ ବ୍ୟାଟିଂ କରୁଥିବା ସମୟରେ ମହମ୍ମଦ ସାମି ଆଉଟ୍ କରି ଏହି ଯୋଡି ଭାଙ୍ଗିଥିଲେ । ଏହାପରେ କିଗାନ ପିଟରସନ କ୍ୟାପଟେନ ଏଲଗାରଙ୍କ ସହ ମିଶି ଦକ୍ଷିଣ ଆଫ୍ରିକାର ସ୍କୋର ୧୦୦ ରନ୍ ପାର୍ କରାଇଥିଲେ । ତୃତୀୟ ଦିନ ଖେଳ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା କୌଣସି ୱିକେଟ ହରାଇବ ନାହିଁ ବୋଲି ପ୍ରତୀତ ହେଉଥିଲା । ମାତ୍ର ଯଶପ୍ରୀତ ବୁମରା ଏଲଗାରଙ୍କୁ ଆଉଟ୍ କରି ଦକ୍ଷିଣ ଆଫ୍ରିକାକୁ ଦ୍ବିତୀୟ ଝଟ୍କା ଦେଇଥିଲେ । ପୂର୍ବରୁ ଋଷଭ ପନ୍ତଙ୍କ ଅପରାଜିତ ଶତକ ହାସଲ କରିଥିଲେ ମଧ୍ୟ ଦ୍ବିତୀୟ ଇଂନିସରେ ଭାରତ ୧୯୮ ରନ୍ର ଅଲଆଉଟ୍ ହୋଇଥିଲା । ଫଳରେ ଦକ୍ଷିଣ ଆଫ୍ରିକା ସାମ୍ନାରେ ୨୧୨ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା । ଦକ୍ଷିଣ ଆଫ୍ରିକା ପାଇଁ ମାର୍କୋ ଜେନସେନ ସର୍ବାଧିକ ୪ଟି, କାଗିସୋ ରବାଡା ଓ ଲୁଙ୍ଗି ନିଙ୍ଗିଡି ୩ଟି ଲେଖାଏଁ ୱିକେଟ ହାତେଇଥିଲେ ।
ସୂଚନା ଯେ, ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ କୋହଲିଙ୍କ ୭୯ ରନ ଏବଂ ପୁଜାରାଙ୍କ ୪୩ ରନ ସହାୟତାରେ ୨୨୩ ରନ କରି ସମସ୍ତ ଓ୍ବିକେଟ ହରାଇଥିଲା । ରାବାଡା ୪ଟି ଏବଂ ମାର୍କୋ ଜନସେନ୍ ୩ଟି ଓ୍ବିକେଟ ନେଇଥିଲେ । ଜବାବରେ ଘରୋଇ ଦକ୍ଷିଣ ଆଫ୍ରିକା, କେଗାନ୍ ପିଟରସେନ୍ଙ୍କ ୭୨ ରନ ସହାୟତାରେ ଦଳ ୨୧୦ ରନ କରିବାକୁ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ ବୁମରାହ ୫ଟି, ଉମେଶ ଯାଦବ ଏବଂ ମହମ୍ମଦ ସାମୀ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଶାର୍ଦ୍ଦୁଲ ଠାକୁର ଗୋଟିଏ ସଫଳତା ପାଇଥିଲେ । ଦ୍ବିତୀୟ ଇନିଂସରେ ଭାରତ ୧୯୮ ରନ୍ରେ ଅଲଆଉଟ ହୋଇଯାଇଥିଲା । ଯାହାଫଳରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୨୧୧ ରନ ଆବଶ୍ୟକ ରହିଥିଲା । ଋଷଭ ପନ୍ତଙ୍କ ଦମଦାର ଶତକ ବଳରେ ଦ୍ବିତୀୟ ଇନିଂସରେ ଦଳ ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଥିଲା । ଦ୍ବିତୀୟ ପାଳିରେ କେବଳ ପନ୍ତଙ୍କୁ ଛାଡିଦେଲେ ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ବଡ ସ୍କୋର କରିବାକୁ ସକ୍ଷମ ହୋଇନାହାନ୍ତି । ଦଳର ୮ ଜଣ ବ୍ୟାଟ୍ସମ୍ୟାନ୍ ୨ ଅଙ୍କ ସ୍କୋର ଛୁଇଁ ପାରିନାହାନ୍ତି । ବ୍ୟକ୍ତିଗତ ଭାବେ ଶତକ (୧୦୦ରନ) ହାସଲ କରି ଅପରାଜିତ ଥିଲେ ଋଷଭ ପନ୍ତ ।
ସଂକ୍ଷିପ୍ତ ସ୍କୋର: ଭାରତ ୨୨୩ ଓ ୧୯୮; ଦକ୍ଷିଣ ଆଫ୍ରିକା ୨୧୦ ଓ ୧୦୧/୨ (କିଗାନ ପିଟରସନ ୪୮*, ଡିନ ଏଲଗାର ୩୦; ମହମ୍ମଦ ସାମି ୧-୨୨) ।