ବ୍ରିଜ ଭୂଷଣ ଶରଣ ସିଂହ ବିରୋଧରେ ଲାଗିଥିବା ଯୌନ ଶୋଷଣ ଅଭିଯୋଗ, ସିନ୍ ରି-କ୍ରିଏସନ କଲା ଦିଲ୍ଲୀ ପୋଲିସ
ନୂଆଦିଲ୍ଲୀ: ବ୍ରିଜ ଭୂଷଣ ଶରଣ ସିଂହ ବିରୋଧରେ ଲାଗିଥିବା ଯୌନ ଶୋଷଣ ଅଭିଯୋଗର ସିନ୍ ରିକ୍ରିଏସନ କରି ଦିଲ୍ଲୀ ପୋଲିସ। ଏଥିପାଇଁ ଦିଲ୍ଲୀ ପୋଲିସ କୁସ୍ତିଯୋଦ୍ଧା ସଂଗୀତା ଫୋଗାଟଙ୍କୁ ବ୍ରିଜ ଭୂଷଣଙ୍କ ସରକାରୀ ବାସଭବନକୁ ନେଇଥିଲା। ମହିଳା କନଷ୍ଟେବଲଙ୍କ ସହ ଫୋଗାଟ ଘଟଣା ସ୍ଥଳକୁ ଯାଇଛନ୍ତି।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରାୟ ଦିନ ୧.୩୦ ବେଳେ ପୁଲିସ ଅଫିସରମାନେ ସଂଗୀତାଙ୍କୁ ବ୍ରିଜ ଭୂଷଣର ଦିଲ୍ଲୀ ସ୍ଥିତ ସରକାରୀ ବାସଭବନକୁ ନେଇଥିଲେ। ସେଠାରେ ସେମାନେ ପ୍ରାୟ ଅଧଘଣ୍ଟା ରହିଥିଲେ। କେଉଁଠି ଓ କେମିତି ସେ ଅଶାଳନୀ ବ୍ୟବହାର ଶିକାର ହୋଇଥିଲେ ତାର ସିନ୍ ରିକ୍ରିଏଟ କରିବାକୁ କହିଥିଲେ। ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ତଥା ଉତ୍ତର ପ୍ରଦେଶ କସରଗଞ୍ଜ ବିଜେପି ସଭାପତି ଓ ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଲାଗିଥିବା ଯୌନ ଶୋଷଣ ଅଭିଯୋଗରେ ତଦନ୍ତ କରୁଛନ୍ତି। ତାଙ୍କ ବିରୋଧରେ ରୁଜୁ ହୋଇଥିବା ଦୁଇଟି ମାମଲାର ତଦନ୍ତ କରି ପୁଲିସ ଆସନ୍ତା ସପ୍ତାହରେ କୋର୍ଟରେ ରିପୋର୍ଟ ଦାଖଲ କରିପାରେ ବୋଲି ସୂଚନା ମିଳିଛି। ତଦନ୍ତ ସ୍ୱରୂପ ଏସ୍ଆଇଟି ଘଟଣାରେ ୧୮୦ ଲୋକଙ୍କୁ ପଚରାଉଚରା କରୁଛି ବୋଲି ଦିଲ୍ଲୀ ପୁଲିସ ସୂଚନା ଦେଇଛି।
ସୂଚନା ଯେ, ଭାରତର ପ୍ରତିଷ୍ଠିତ କୁସ୍ତି ଯୋଦ୍ଧାମାନେ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ମାସାଧିକ କାଳ ଆନ୍ଦୋଳନ ଚଳାଇଛନ୍ତି। ଏନେଇ ବୁଧବାର ଖେଳାଳିମାନେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିଥିଲେ। ଏଥିରେ ଜଣେ ନାବାଳିକା ମଧ୍ୟ ଅଭିଯୋଗ ଆଣିବାରୁ ବ୍ରିଜ ଭୂଷଣ ବିରୋଧରେ ପୋକ୍ସୋ ଆକ୍ଟ ବି ଲାଗିଛି।