ରକ୍ତଦାନରେ ରେକର୍ଡ଼ କଲା ବିଜୁ ଛାତ୍ର ଜନତା ଦଳ : ଦିନକରେ ୪୭୩ ୟୁନିଟ ସଂଗୃହିତ
ବାଲେଶ୍ବର : ବାଲେଶ୍ୱର ବିଜୁ ଛାତ୍ର ଜନତା ଦଳ ଓ ଓଡ଼ିଶା-ମୋ ପରିବାର ପକ୍ଷରୁ ଜିଲ୍ଲା ସଭାପତି ସୀମନ ଦାସ ମହାପାତ୍ର ଙ୍କ ନେତୃତ୍ୱରେ ଶୁକ୍ରବାର ଆୟୋଜିତ ରକ୍ତଦାନ ଶିବିର ରେ ରେକର୍ଡ଼ ସଂଖ୍ୟକ ମୋଟ ୪୭୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। କରୋନା ମହାମାରୀ ସମୟରେ ରକ୍ତ ଭଣ୍ଡାରରେ ରକ୍ତାଭାବ ଙ୍କୁ ଦୃଷ୍ଟିରେ ରଖି ୧୨୦୦ ୟୁନିଟ ରୁ ଉର୍ଧ୍ବ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଆଜି ସିଦ୍ଧି କଲ୍ୟାଣ ମଣ୍ଡପରେ ୪୦୮ ୟୁନିଟ ଓ ନୀଳଗିରି ରେ ୬୫ ୟୁନିଟ ସର୍ବମୋଟ ୪୭୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରକୁ ପୂର୍ବତନ ସାଂସଦ ତଥା ଜିଲ୍ଲା ବିଜେଡି ସଭାପତି ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ଜେନା, ସଦର ବିଧାୟକ ଶ୍ରୀଯୁକ୍ତ ସ୍ୱରୁପ କୁମାର ଦାସ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ସମାଜସେବୀ ଶ୍ରୀମତୀ ସୁବାସିନୀ ଜେନା, ନୀଳଗିରି ର ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ସନ୍ତୋଷ ଖଟୁଆ, ଓଡ଼ିଶା ମୋ ପରିବାର ର ମୁଖ୍ୟ ସାହିରୂଲ ହକ୍, ପୂର୍ବତନ ଉପ ନଗରପାଳ ଶ୍ରୀଯୁକ୍ତ ମନୋଜ କୁମାର ରାଉତ, ବିଜୁ ଜନତା ଦଳ ର ଜିଲ୍ଲା ବରିଷ୍ଠ ନେତୃତ୍ୱ ବରଦା ପ୍ରସନ୍ନ ପଟ୍ଟନାୟକ, ଶ୍ରୀଯୁକ୍ତ ଗୌରୀ କୁମାର ରାଉତ, ଭୁବନ ଦାସ, ଅଜୟ ସାମଲ, ବସନ୍ତ ପଣ୍ଡା, ଜାଦବେଶ ମିଶ୍ର, ସୁବୋଧ ମହାନ୍ତି, ସଂଜୀବ ଦାସ, ଶତ୍ରୁଘ୍ନ ମଲ୍ଲିକ, କମଳ ସାହୁ, ପ୍ରାଣ ମହାପାତ୍ର, ଶୈଳେନ୍ଦ୍ର ସିଂ ବିନୁ, ଜଗନ୍ନାଥ ମହାରଣା, ସଞ୍ଜୟ ବେହେରା, ଅସିତ ଦାସ, ବାବୁ ପାତ୍ର, ଧୀରେନ ନାୟକ, ତାପସ ଦାସ, କୈଳାସ ତରେଇ, ତାପସ ନାୟକ, ମହିଳା ନେତ୍ରୀ ମିନା ମହାନ୍ତି, ରଞ୍ଜିତା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଟାଉନ ସଭାପତି କୁଶାଲ ଚାଟାର୍ଜୀ, ଭବାନୀ ପଣ୍ଡା, ବ୍ରଜ କିଶୋର ପ୍ରଧାନ, ଓମ୍ ପ୍ରକାଶ ମହାପାତ୍ର, ହରେକୃଷ୍ଣ ପ୍ରଧାନ, ହୃତିକ ନାୟକ, ଦେବଶ୍ରୀ ମହାନ୍ତି, କିରଣ ନାଥ, କାଳିଚରଣ, ଭବାନୀ ମହାନ୍ତି, ସୁଶୀଲ ପଣ୍ଡା, ସ୍ୱୟଂ କୁମାର ଆଚାର୍ଯ୍ୟ, ପ୍ଲାବନ ଦାସ, ପ୍ରିୟଦର୍ଶନ କବି, ବିଜୟ ଜେନା, ରାହୁଲ ନାୟକ, ଚିନ୍ମୟ ମହାନ୍ତି, ଶୁଭମ କୁମାର ନାୟକ, ସୁରଜ ସାହୁ, ଜଗତ ଜୀବନ ମହାନ୍ତି, ଇବ୍ରାର ହୁସେନ, ବଲୟତ କାଦ୍ରୀ, ସବୀର ହୁସେନ, ଗଣେଶ, ଜୀବନ ସଂଗ୍ରାମ, ପ୍ରିତେଶ, ତନବୀର, ରାଜା ଭୋଇ, ଗୋପୀ, ମୋନାଲିସା, ଜିଗର, ମିଥୁନ, ଦେବେନ୍ଦ୍ର, ବିଶ୍ୱ, ମନୋଜ, ଶ୍ରୀକାନ୍ତ, ଚନ୍ଦ୍ର, ଅମିତ, ହରିଶ, ଜାହିର, ମିଟୁ, ସଦାମ, ଦିଲାବର, ରାଜେନ୍ଦ୍ର, ଚନ୍ଦନ, ବିକ୍ରମ, ଆଲାମ, ଅଚ୍ୟୁତ, ମୁନୁ, ଦେବରାଜ, ଗଜେନ୍ଦ୍ର, ନାନୁଆ, ଅଙ୍କିତ, ଦେବିଦତ୍ତ, ଧଳ, ଅବିନାଶ, ଜ୍ଞାନ, ଅମିତ ପ୍ରମୁଖ ପରିଚାଳନା କରିଥିଲେ।