ବିପ୍ଲବୀ ଚକ୍ରଧର ବେହେରାଙ୍କ ସ୍ମୃତିସଭା

ତିହିଡି : ଚାନ୍ଦବାଲି ବ୍ଲକର ଘଣ୍ଟେଶ୍ୱର ବି ବି ସି ହାଇସ୍କୁଲ ପରିସରରେ ବିପ୍ଲବୀ ଚକ୍ରଧର ବେହେରାଙ୍କ ୫୦ତମ ସ୍ମୃତି ସଭା ସ୍ମୃତି ସଂସଦର ସ୍ଥାୟୀ ସଭାପତି ସମାଜସେବୀ ସତ୍ୟାନନ୍ଦ ରାଉତଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି, ଆଜି ଏହି ସଭାର ଦ୍ୱିତୀୟ ଦିବସରେ ଉପସ୍ଥିତ ମୁଖ୍ୟ ଅତିଥି ଶ୍ରୀମତୀ ମଞ୍ଜୁ ଲତା ମଣ୍ଡଳ ସାଂସଦ ଭଦ୍ରକ,ସଂମ୍ମାନିତ ଅତିଥି ଡ଼ ବ୍ୟୋମକେଶ ରାୟ ବିଧାୟକ ଚାନ୍ଦବାଲି, ମୁଖ୍ୟବକ୍ତା ଶ୍ରୀଯୁକ୍ତ କାଳି ପ୍ରସାଦ ନାୟକ, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଗିରିଧାରୀ ନାଥ, ବିବେକାନନ୍ଦ ଦୀକ୍ଷିତ, ଧୀରେନ୍ଦ୍ର ନାଥ ବେହେରା, ସମ୍ପାଦକ ସୁବାସ ଦାସ ପ୍ରମୁଖ ମଂଚାସୀନ ଥିଲେ , ଅତିଥି ମାନେ ପ୍ରଥମେ ହାଇସ୍କୁଲ ପରିସରରେ ଥିବା ବିପ୍ଲବୀ ଚକ୍ରଧର ବେହେରାଙ୍କ ପ୍ରତି୍ମୃତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ପରେ ପରେ ସଭାମଞ୍ଚରେ ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା , ବକ୍ତାମାନେ ବିପ୍ଲବୀ ଚକ୍ରଧରଙ୍କ ନିଷ୍ଠା, ପରିଶ୍ରମ, ଏକାଗ୍ରତା,ଏବଂ ସେ ସମୟରେ ତାଙ୍କର କର୍ମ ଓ କର୍ମଭୂମି ପ୍ରତି ତ୍ୟାଗ ବିଷୟରେ ଆଲୋକ ପାତ କରିଥିଲେ. ଅନ୍ୟମାନେ ସୁବାସ ଚନ୍ଦ୍ର ନାୟକ,ରମେଶ ନାୟକ, ପ୍ରମିଳା ମାଝୀ, ବୈଲୋଚନ ପଣ୍ଡା, ରମେଶ ଓଝା, ଅର୍ଜୁନି ବେହେରା, ଚନ୍ଦ୍ରମଣି ଦାସ, କୀର୍ତନ ନାଥ, ସୁଦାମ ନାୟକ, ମାନଗୋବିନ୍ଦ ମହାଳିକ, ଚକ୍ରଧର ମାଝୀ, ଭାସ୍କର ଓଝା, ଶୈଳେନ୍ଦ୍ର ଓଝା, କୃଷ୍ଣ ଚନ୍ଦ୍ର ବାରିକ, ସୁରେଶ ଧଳ, ସୁକାନ୍ତ ଦାସ, ପ୍ରଭୁତି ବହୁ ଚକ୍ରଧର ପ୍ରେମୀ ଉପସ୍ଥିତ ଥିଲେ