କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

ନୂଆଦିଲ୍ଲୀ : ନୂଆ ଦିଲ୍ଲୀରେ କେନ୍ଦ୍ର ରେଳମନ୍ତ୍ରୀ ଏବଂ ଭାରତୀୟ ପ୍ରଶାସନିକ ସେବା ସମୟର ବ୍ୟାଚମେଟ୍ ଏବଂ ଓଡ଼ିଶା କ୍ୟାଡରମେଟ୍ ଅଶ୍ୱିନୀ ବୈଷ୍ଣବଙ୍କୁ ଶନିବାର ସାକ୍ଷାତ କଲେ ଭୁବନେଶ୍ୱର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ସାଂସଦ ନିଜର ସଂସଦୀୟ କ୍ଷେତ୍ର ଏବଂ ଓଡ଼ିଶାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଛନ୍ତି।
Met my dear friend, IAS batchmate and cadremate @AshwiniVaishnaw today in Delhi. Was such a pleasure ; laughed heartily over old memories.
— Aparajita Sarangi, Member of Parliament (@AprajitaSarangi) July 31, 2021
Discussed a host of issues.Sought his support for my Bhubaneswar Constituency and our Odisha. Assured him of my full support.
God bless ! pic.twitter.com/7J8Wvl3B5m
ସାଂସଦ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ସମସ୍ତ ସହଯୋଗ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ପୁରୁଣା ସ୍ମୃତିକୁ ନେଇ ଉଭୟଙ୍କ ମଧ୍ୟରେ ଖୁବ ହସଖୁସି ହୋଇଥିଲା ବୋଲି ସାଂସଦ ଟୁଇଟ୍ ଜରିଆରେ ସୂଚନା ଦେଇଛନ୍ତିl