ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା
କେନ୍ଦ୍ରାପଡା : ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ଭିତରକନିକା ନଦୀନାଳମାନଙ୍କରେ ଥିବା ବିରଳ ପ୍ରଜାତିର କୁମ୍ଭୀର ଗଣନା ପାଇଁ ୧୦ ଦିନ ଧରି ଏହି ଜାତୀୟ ଉଦ୍ୟାନ ବନ୍ଦ ରଖାଯାଇଥିଲା। ଗତ ୨ ତାରିଖରୁ ୧୧ ତାରିଖ ଯାଏଁ ବନ୍ଦ ଥିଲା ଉଦ୍ୟାନ। ଏବର୍ଷ ପ୍ରଥମ ଥର ପାଇଁ ପଲିଗନ ସର୍ଚ୍ଚ ଆପ ଦ୍ୱାରା କୁମ୍ଭୀର ଗଣନା କରାଯାଇଥିଲା। ଯାହା ବନବିଭାଗ ପାଇଁ ଏକ ନିଆରା ଅନୁଭୂତି ଥିଲା।
ଭିତରକନିକା ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ। ଲୁଣା ଜଙ୍ଗଲ ସଂରକ୍ଷଣ ସମ୍ପର୍କିତ ଅଧ୍ୟୟନ ପାଇଁ ଏହା ଏକ ପ୍ରକୃଷ୍ଟ ସ୍ଥାନ ହୋଇଥିବାରୁ ବର୍ଷର ବିଭିନ୍ନ ସମୟରେ ଏଠାରେ ପର୍ଯ୍ୟଟକମାନଙ୍କ ଭିଡ଼ ଜମିଥାଏ। ଅନ୍ୟପଟେ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ନୌବିହାର କରି ପ୍ରାକୃତିକ ଶୋଭାରାଜିକୁ ଉପଭୋଗ କରିବା ସହ ବିରଳ ପ୍ରଜାତିର ବଉଳା କୁମ୍ଭୀର ଶୀତଦିନେ ଖରା ପୋଇଁବାର ଦୃଶ୍ୟକୁ ଉପଭୋଗ କରିଥାନ୍ତି। ଏଥିସହ ହଜାର ହଜାର ପ୍ରଜାତିର ବାର୍ହା, ହରିଣ ଓ ଦେଶୀ ବିଦେଶୀ ପକ୍ଷୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ।