ବାଲିମେଳା ଜଳଭଣ୍ଡାରରେ ଦେଶୀ ଡଙ୍ଗା ବୁଡି ୩ ନିଖୋଜ
ମାଲକାନଗିରି : ଚିତ୍ରକୋଣ୍ଡା ବାଲିମେଳା ଜଳଭଣ୍ଡାରରେ ଦେଶୀ ଡଙ୍ଗା ବୁଡି ମା’ ଓ ଶିଶୁ ସହ ୩ ଜଣ ନିଖୋଜ ଥିବା ଜଣାପଡିଛି। ଏନେଇ ଖବର ପାଇ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି ।
ସୂଚନା ଯେ, ୧୧ ଜଣ ଯାତ୍ରୀକୁ ନେଇ ଏକ ଦେଶୀ ଡଙ୍ଗା ଓରାପଦର ବକୁଲି ଗ୍ରାମକୁ ଯାଉଥିଲା। ତେବେ ନଦୀ ମଝିରେ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡିଯାଇଥିଲା। ଡଙ୍ଗାରେ ବସିଥିବା ୮ ଜଣ ଯାତ୍ରୀ ପହଁରି ପହଁରି କୂଳରେ ପହଞ୍ଚିଥିବା ବେଳେ ମା’ ଓ ଶିଶୁ ସହ ଅନ୍ୟ ଜଣେ ବୃଦ୍ଧା ମହିଳା ନିଖୋଜ ଥିବା ଜଣାପଡିଛି । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ନଦୀରେ ତିନି ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ନିଖୋଜ ଗ୍ରାମବାସୀମାନେ ଦାମଦୋରଗୁଡାର ବୋଲି ଜଣାପଡିଛି। ତେବେ ଡଙ୍ଗାଟି କେମିତି ନଦୀ ମଝିରେ ଭାରସାମ୍ୟ ହରାଇଲା ତାହା ଜଣାପଡିନଥିବା ବେଳେ ନିଖୋଜର ଅବସ୍ଥା କଣ ଥିବା ସନେଇ ଏବେ ପରିବାର ଲୋକେ ଚିନ୍ତାରେ ପଡିଛନ୍ତି।