ବାଲେଶ୍ୱର : ଭାରତୀୟ ମଜଦୁର ସଂଘ ତରଫରୁ ବିଶ୍ୱକର୍ମା ଜୟନ୍ତୀ ଓ ରାଷ୍ଟ୍ରୀୟ ଶ୍ରମ ଦିବସ ପାଳିତ

ବାଲେଶ୍ୱର : ବାଲେଶ୍ୱର ରେଡ଼କ୍ରସ୍ ଭବନ ସମ୍ମିଳନୀ କକ୍ଷରେ ଭାରତୀୟ ମଜଦୁର ସଂଘ (ବିଏମ୍ଏସ୍) ବାଲେଶ୍ୱର ଜିଲା କମିଟି ତରଫରୁ ବିଶ୍ୱକର୍ମା ଜୟନ୍ତୀ ଓ ରାଷ୍ଟ୍ରୀୟ ଶ୍ରମଦିବସ ରବିବାର ପାଳିତ ହୋଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବିଏମ୍ଏସ୍ର ଜିଲା ସଭାପତି ସଙ୍ଗୀତା ରାୟ ଅଧ୍ୟକ୍ଷତା କରିଥିଲେ ।
ରାଜ୍ୟ ସଭାପତି ପୃଥ୍ୱୀରାଜ ପଣ୍ଡା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ପବିତ୍ର ବିଶ୍ୱକର୍ମା ଜୟନ୍ତୀ ଉପଲକ୍ଷେ ଜିଲା ତଥା ରାଜ୍ୟରେ କାର୍ଯ୍ୟରତ ଶ୍ରମଜୀବୀ ଭଉଣୀଭାଇମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଦେବଶିଳ୍ପୀ ବିଶ୍ୱକର୍ମା ଯିଏକି ଦେଶର କୋଟି କୋଟି ଶ୍ରମଜୀବୀମାନଙ୍କର ଆରାଧ୍ୟ ଦେବତା ସେଥିପାଇଁ ଭାରତୀୟ ମଜଦୁର ସଂଘ ସମଗ୍ର ଦେଶରେ ଉକ୍ତ ଦିବସକୁ ରାଷ୍ଟ୍ରୀୟ ଶ୍ରମ ଦିବସରେ ଭାବରେ ପାଳନ କରିଥାଏ । ଏଥିପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ଉକ୍ତ ଦିବସକୁ ରାଷ୍ଟ୍ରୀୟ ଶ୍ରମ ଦିବସ ଘୋଷଣା କରିବା ପାଇଁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ଯୁବ ସମାଜସେବୀ ତଥା ଭାଜପା ରାଜ୍ୟ ଯୁବମୋର୍ଚ୍ଚା ଉପ-ସଭାପତି ମାନସ କୁମାର ଦତ୍ତ, ସିପ୍ରା ବାଜପେୟୀ, ଶକୁନ୍ତଳା ଗୋଚ୍ଛାୟତ, ଅପର୍ଣ୍ଣା ପରିଡ଼ା, କଳ୍ପଲତା ଦାଶ, ଜାନକୀ ରାଉଳ, ହିମାଂଶୁ ବେରା, ସନ୍ଧ୍ୟାରାଣୀ ଦାଶ, ବାସନ୍ତୀ ମହାନ୍ତି, ଭାରତୀ ସ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ଜିଲା ସଂପାଦକ ଅରୂପ କୁମାର ନାୟକ ଧନ୍ୟବାଦ ଦେଇଥିଲେ ।