ବାଲେଶ୍ୱର ଟାଉନ ହାଇସ୍କୁଲରେ ଅନୁଷ୍ଠିତ ହେଲା ବିଜ୍ଞାନ ମେଳା; ପ୍ରଦର୍ଶିତ ହେଲା ୮୦ ପ୍ରକଳ୍ପ

ବାଲେଶ୍ୱର : ବାଲେଶ୍ୱର ସହରର ପୁରାତନ ଶିକ୍ଷାନୁଷ୍ଠାନ ଟାଉନ ହାଇସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟ ପିଜି ବିଭାଗର ଅତିରିକ୍ତ ପ୍ରଫେସର ଡ. ସୁବ୍ରତ କୁମାର ବିଶ୍ୱାଳ ଓ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ବିଶ୍ୱନାଥ ଜେନା ବିଜ୍ଞାନ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇ ଏହି ମେଳାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ ସହ ଛାତ୍ରୀଛାତ୍ରଙ୍କ ବିଜ୍ଞାନ ଶିକ୍ଷାକୁ ଅଧିକ ସହଜ କରିବାରେ ଏହି ମେଳା ବେଶ ସହାୟକ ହୋଇପାରିଛି ବୋଲି କହିଥିଲେ ।

ଟାଉନ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ ଭୂୟାଁଙ୍କ ପୌରହିତ୍ୱରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ପ୍ରଦୀପ ଖୁଣ୍ଟିଆ, ପୁରାତନ ଛାତ୍ର ସଂସଦ ସଭାପତି ସୁବ୍ରତ କର ଓ ସମ୍ପାଦକ ରବୀନ୍ଦ୍ର କୁମାର ମହାନ୍ତି, ସ୍ଥାନୀୟ କାଉନସିଲର ପଦ୍ମଲୋଚନ ଲେଙ୍କା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ମେଳାକୁ ବୁଲି ଦେଖିବା ସହିତ ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ପୂର୍ବତନ ସଭାପତି ପ୍ରହ୍ଲାଦ ପ୍ରସାଦ ଗୁପ୍ତ ଓ ପ୍ରଦୀପ ପ୍ରଧାନ ଏବଂ ପୂର୍ବତନ ଶିକ୍ଷକ ଦାମୋଦର ପଣ୍ଡା ପ୍ରମୁକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବିଜ୍ଞାନ ଶିକ୍ଷୟିତ୍ରୀ ଭାରତୀ ରାଉଳ, ସୁସ୍ମିତା ପଣ୍ଡା, ନମିତା ନାୟକ, ଶିଖାରାଣୀ ପାତ୍ର, ତନୁଶ୍ରୀ କର, ଅବସରପ୍ରାପ୍ତ ଶିକ୍ଷକ ଦାମୋଦର ପଣ୍ଡା ପ୍ରମୁଖଙ୍କ ତତ୍ୱାବଧାନରେ ବିଦ୍ୟାଳୟର କୁନି କୁନି ବୈଜ୍ଞାନିକଙ୍କ ୮୦ଟି ପ୍ରକଳ୍ପ ଏହି ମେଳାରେ ପ୍ରଦର୍ଶିତ ହୋଇଥିଲା । ଶିକ୍ଷକ ଅକ୍ଷୟ କୁମାର ପାତ୍ର, ସତ୍ୟ ସାଗରିକା ରାଉତ, ସସ୍ମିତା ଗିରି, ଜୟନ୍ତୀ ଚାଷି, କଳ୍ପଲତା ରଥ, ମଧୁସ୍ମିତା ବାରିକ, ଦେବସ୍ମିତା ଦାସ, ରାମକୃଷ୍ଣ ପଣ୍ଡା, ଶଶିକାନ୍ତ ମିଶ୍ର, ଶଶଧର ନାୟକ, କାର୍ତିକ ଜେନା, ଅଜିତ ପଟ୍ଟନାୟକ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ପର୍ଯ୍ୟବେକ୍ଷକଙ୍କ ଦ୍ୱାରା ଶ୍ରେଷ୍ଠ ବିବେଚିତ ହୋଇଥିବା ପ୍ରକଳ୍ପଗୁଡିକ ଆସନ୍ତା ବ୍ଲକସ୍ତରୀୟ ବିଜ୍ଞାନ ମେଳାରେ ସାମିଲ ହେବ ବୋଲି ବିଦ୍ୟାଳୟପକ୍ଷରୁ ସୂଚନା ଦିଆଯାଇଛି ।