ବାଲେଶ୍ୱର : ‘ସୁଧୀର ମଙ୍ଗରାଜ ସ୍ମୃତି ପରିଷଦ’ ଗଠିତ, ଅକ୍ଟୋବର ୧ରେ ପାଳିତ ହେବ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ଭୀମପୁରା ଛକ ନିକଟସ୍ଥ ନିଳାଦ୍ରି ଇନ୍ ହୋଟେଲ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ରେମୁଣା ଏନ୍ଏଏସି ଉପାଧ୍ୟକ୍ଷ ଆଇସନ ଖାଁ ଅଧ୍ୟକ୍ଷତା କରି ବୈଠକର ଆଭିମୁଖ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । ୰ ସୁଧୀର ମଙ୍ଗରାଜଙ୍କ ପୁତ୍ର ଶୁଭେନ୍ଦୁ ମଙ୍ଗରାଜ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ପରେ ସର୍ବସମ୍ମତି କ୍ରମେ ‘ସୁଧୀର ମଙ୍ଗରାଜ ସ୍ମୃତି ପରିଷଦ’ ଗଠନ ହୋଇଥିଲା ।
କମିଟିର ଉପଦେଷ୍ଟା ଭାବେ ରଞ୍ଜନ ବାଗ, ପ୍ରଶାନ୍ତ ବରାଳ, ଚିତ୍ତରଞ୍ଜନ ଦାସ, ହରେକୃଷ୍ଣ ପଣ୍ଡା, ଆଇନ ପରାମର୍ଶଦାତା ଭାବେ ସତ୍ୟନାରାୟଣ ନାୟକଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା । ସେହିପରି କମିଟିର ସଭାପତି ଶୁଭେନ୍ଦୁ ମଙ୍ଗରାଜ, କାର୍ଯ୍ୟକାରୀ ସଭାପତି ଆଇସନ ଖାଁ, ଉପ-ସଭାପତି ହରିମୋହନ ପାତ୍ର, ଯୋଗେନ୍ଦ୍ର ମହାରଣା, ସାଧାରଣ ସଂପାଦକ କିରଣ କୁମାର ମହାରଣା, ଯୁଗ୍ମ ସଂପାଦକ ସରୋଜ କୁମାର ସାହୁ, ଅଭିଜିତ ଦାସ, କୋଷାଧ୍ୟକ୍ଷ ପରମେଶ୍ୱର ଟୁଙ୍ଗ ଓ କାର୍ଯ୍ୟକାରୀ କମିଟିର ସଭ୍ୟ ଭାବେ ରମାକାନ୍ତ ଦାସ, ଅଶୋକ ବେହେରା, ରୀତେଶ ସିଂ, ମନୋଜ କୁମାର ମହାନ୍ତି, ଦେବବ୍ରତ ମାଝୀ, ବିଶ୍ୱଜିତ୍ ଗାଏନଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା । ବୈଠକରେ ଆସନ୍ତା ଅକ୍ଟୋବର ୧ ତାରିଖରେ ୰ ସୁଧୀର ମଙ୍ଗରାଜଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯିବ । ଏହି ଅବସରରେ ଏକ ସ୍ମରଣିକା ପ୍ରକାଶ ପାଇବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏହାବାଦ୍ ୰ ମଙ୍ଗରାଜଙ୍କ ଏକ ପୂର୍ଣ୍ଣ ଅବୟାବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ରେମୁଣାରେ ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଶେଷରେ ସତ୍ୟନାରାୟଣ ନାୟକ ଧନ୍ୟବାଦ ଦେଇଥିଲେ ।