ବାଲେଶ୍ୱର : ୨୧ରେ ଏବିଭିପିର ବିଶାଳ ଛାତ୍ର ହୁଙ୍କାର ସମାବେଶ, ପୋଷ୍ଟର ଓ ଲୋଗୋ ଉନ୍ମୋଚିତ

ବାଲେଶ୍ୱର : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଏକ ଦାୟିତ୍ୱବାନ ଛାତ୍ର ସଙ୍ଗଠନ ଭାବରେ ସବୁବେଳେ ବିଦ୍ୟାର୍ଥୀମାନଙ୍କ ହକ୍ ପାଇଁ ଲଢ଼ି ଆସିଛି । ଦୀର୍ଘ ୭୫ ବର୍ଷର ଯାତ୍ରାରେ ବହୁ ଆନ୍ଦୋଳନର ନେତୃତ୍ୱ ଏବିଭିପି ନେଇଛି, ଆଉ ତାରା ଫଳ ମଧ୍ୟ ଆଜି ସମାଜ ଆଗରେ ଅଛି । ଓଡ଼ିଶାରେ ଦୀର୍ଘ ୨୩ ବର୍ଷର ସରକାର ଥିଲେ ମଧ୍ୟ ଶିକ୍ଷା, ରୋଜଗାର ଓ ସୁରକ୍ଷା କ୍ଷେତ୍ରରେ ନବୀନ ପଟ୍ଟନାୟକଙ୍କ ସରକାର ବିଫଳ ରହିଛି । କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ଫେରାଇବା ବାହାନାରେ ଛାତ୍ରସଂସଦ ନିର୍ବାଚନ ବନ୍ଦ କଲେ । କିନ୍ତୁ ଆଜି କ୍ୟାମ୍ପସରେ ଅଧ୍ୟାପକ ନାହାନ୍ତି, ରାଗିଂ ବଢ଼ିବାରେ ଲାଗିଛି, କ୍ୟାମ୍ପସ୍ରେ ଗୁଣ୍ଡାଗିରି ବଢୁଛି । ସବୁ କଲେଜର ଜମି କଲେଜ ନାମରେ ଏପର୍ଯ୍ୟନ୍ତ ହୋଇନାହିଁ, ରାଜ୍ୟରେ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ରେ ପରୀକ୍ଷାରେ ଶୃଙ୍ଖଳା ରହୁନାହିଁ, ଓଡ଼ିଶାରେ ରାଷ୍ଟ୍ରୀୟ ଶିକ୍ଷା ନୀତି କ୍ରିୟାନ୍ୱୟନ କରିବା ପାଇଁ ପଦକ୍ଷେପ ନିଆଯାଉନାହିଁ, ସରକାରୀ ମହାବିଦ୍ୟାଳୟରେ ସେଲଫ ଫାଇନାନ୍ସିଂ ନାଁରେ ପଇସା ଲୁଟ କରାଯାଉଛି, ସବୁ କଲେଜରେ ଛାତ୍ରୀ ନିବାସ ନାହିଁ, ବିକାଶ ନାମରେ କେବଳ ରଙ୍ଗ ବୋଳା ଯାଉଛି । ସେହି ଭଳି ରୋଜଗାର କ୍ଷେତ୍ରରେ ଅପାର ସମ୍ଭାବନା ଥିଲେ ମଧ୍ୟ ରାଜ୍ୟ ସରକାର ସ୍ଥାନୀୟ ଯୁବକଙ୍କ ନିଯୁକ୍ତି ପାଇଁ ଆଖି ଦୃଷ୍ଟିଆ ପଦକ୍ଷେପମାନ ନେଉ ନାହାନ୍ତି, ମୂର୍ତ୍ତିକଳା, କାରୁକଳା ବିକାଶ ପାଇଁ ପଦକ୍ଷେପ, ମହାନଦୀ ଭଳି ଅନ୍ୟ ନଦୀରେ ଚେକ୍ ଡ୍ୟାମ କରି କୃଷି କ୍ଷେତ୍ର କୁ ଅଧିକ ଜଳ ଯୋଗାଇବା, ପାରମ୍ପରିକ ବୃତ୍ତି କୁ ଗୁରୁତ୍ୱ ଦେବା, ଓଡ଼ିଶାର ଦାବିରେ ଏହି ସମାବେଶ ଅନୁଷ୍ଠିତ ହେବ । ଆଜି ରାଜ୍ୟରେ ଦିନକୁ ଦିନ ମହିଳା ଉତ୍ପୀଡ଼ନ ଘଟଣା ବଢୁଛି, ତେଣୁ ରାଜ୍ୟର ସମସ୍ତ ବ୍ଲକରେ ସ୍ୱତନ୍ତ୍ର ମହିଳା ଥାନା ପ୍ରସ୍ତୁତ କରାଯାଉ, ଓଡ଼ିଶାରେ ନାବାଳିକା ତସ୍କରି ରୋକାଯାଉ । ଓଡ଼ିଶାର ବିପର୍ଯ୍ୟୟର ମୁଖ୍ୟ କାରଣ ମଦ ଓ ମାଦକ ଦ୍ରବ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ । ଓଡ଼ିଶାର ସୀମା ସୁରକ୍ଷା, କୋଟିଆ ଭଳି ପ୍ରସଙ୍ଗରେ ତତ୍ପର ହୁଅନ୍ତୁ ସରକାର, ରାଜ୍ୟରେ ବଢୁଥିବା ବଙ୍ଗଳାଦେଶି ଅନୁପ୍ରବେଶକୁ ବନ୍ଦ କରିବା ତାଙ୍କୁ ଚିହ୍ନଟ କରିବା ଓ ଦେଶାନ୍ତର କରିବା ପାଇଁ ରାଜ୍ୟ ସରକାର ପ୍ରୟାସ କରିବାର ଆବଶ୍ୟକତା ରହିଛି କ୍ଷ ଏବିଭିପି ବାରମ୍ବାର ସରକାରଙ୍କ ଆଗରେ ଓଡ଼ିଶାର ଶିକ୍ଷା ସମସ୍ୟା, ରୋଜଗାର ସମସ୍ୟା ଓ ସୁରକ୍ଷା ବିଷୟରେ ଆନ୍ଦୋଳନ କରିଛି ତଥାପି ସରକାର ନିଘୋଡ଼ ନିଦ୍ରାରେ । ତେଣୁ ୪୧ ଗୋଟି ଦାବି ନେଇ ଏବିଭିପି ଜିଲାସ୍ତରରେ ମଧ୍ୟ ଆନ୍ଦୋଳନ କରିଛି ଯୋଉଥିରେ ହଜାର ହଜାର ବିଦ୍ୟାର୍ଥୀ ଯୋଗ ଦେଇଥିଲେ ।
ବର୍ତ୍ତମାନ୍ ଆଗାମୀ ୨୧ ନଭେମ୍ବରରେ ଓଡ଼ିଶାର ସମସ୍ତ ବ୍ଲକରୁ ଶହ ଶହ କ୍ୟାମ୍ପସରୁ ହଜାର ହଜାର ବିଦ୍ୟାର୍ଥୀ ରାଜଧାନୀ ଭୁବନେଶ୍ୱରକୁ ଛାତ୍ର ହୁଙ୍କାର ସମାବେଶରେ ଯୋଗ ଦେବାକୁ ଆସିବେ ଓ ସରକାରଙ୍କୁ ନିଜ ଦାବି ସମାଧାନ ପାଇଁ ସ୍ୱର ଉତ୍ତୋଳନ କରିବେ । ସେହି ପରିପ୍ରେକ୍ଷୀରେ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବାଲେଶ୍ୱର ଜିଲା ତରଫରୁ ଖବରଦାତା ସମ୍ମିଳନୀ କରାଯିବା ସହିତ ସମାବେଶ ନିମନ୍ତେ ପୋଷ୍ଟର ଉନ୍ମୋଚନ କରାଯାଇଛି । ଖବରଦାତା ସମ୍ମିଳନୀରେ ବାଲେଶ୍ୱର ଜିଲା ସଂଯୋଜକ ପ୍ରଦୀପ କୁମାର ମଣ୍ଡଳ, ଜିଲା ସହ-ସଂଯୋଜିକା ସ୍ୱାତୀ ସାଗରିକା ଦେ, ବିଭାଗ ଏସ୍ଏଫ୍ଡ଼ି ସଂଯୋଜକ ଶୁଭ୍ର ସମ୍ବିତ ନାୟକ, ଫକୀର ମୋହନ ମହାବିଦ୍ୟାଳୟ କ୍ୟାମ୍ପସ ଶାଖାର ସଭାପତି ଆର୍ଯ୍ୟପୁତ୍ର ଆଚାର୍ଯ୍ୟ ଏବଂ କେକେଏସ୍ ମହାବିଦ୍ୟାଳୟର କ୍ୟାମ୍ପସ ଶାଖାର ସଭାପତି ସୌମ୍ୟାଶ୍ରୀ ପଣ୍ଡା ଉପସ୍ଥିତ ଥିଲେ ।