ବାଲେଶ୍ୱର : ସ୍ବାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ମାତୃ ସମ୍ମିଳନୀ

ସିଂଲା : ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ସିଂଲା ସ୍ଥିତ ସ୍ବାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ରବିବାର ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ସଭାପତି ମନୋରଞ୍ଜନ ଗିରି ଏହି ସମ୍ମିଳନୀରେ ସଭାପତିତ୍ବ କରିଥିଲେ । ଏହି ସାରସ୍ବତ ସମାବେଶର ଅୟମାରମ୍ଭରେ ନୃତ୍ୟ ଗୁରୁମା ନିବେଦିତା ମହାପାତ୍ରଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ଛାତ୍ରୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ l
ଗୁରୁମା କଳ୍ପନା ନାୟକଙ୍କ ଅତିଥି ସମ୍ଭାଷଣ ସହିତ ପ୍ରଧାନ ଆଚାର୍ଯ୍ୟ ଜୟନ୍ତ କୁମାର ମିଶ୍ରଙ୍କ ବୈଦିକ ସ୍ତୁତି ଉଚ୍ଚାରଣରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା l ମୁଖ୍ୟ ଅତିଥି ସିଂଲା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଚିକିତ୍ସକ ଡକ୍ଟର ସ୍ନିଗ୍ଧା ସେନାପତି, ମୁଖ୍ୟ ବକ୍ତା ଲତାଯୋଡ଼ି ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ପଣ୍ଡିତ ପ୍ରିୟବ୍ରତ ପଣ୍ଡା, ବରେଣ୍ୟ ଅତିଥି ଅବସରପ୍ରାପ୍ତ ଅଧ୍ୟାପକ ସାଦ ବେଜ୍, ସମ୍ମାନିତା ଅତିଥି ଜଳେଶ୍ଵର ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପିକା ଇନ୍ଦୁମତି ଗିରି ଯୋଗଦେଇ ଏକ ଦିବ୍ୟ ଦୁର୍ଲ୍ଲଭ ସନ୍ତାନ ଗଠନରେ ମା’ଙ୍କ ଭୂମିକା ଓ ମା’ଙ୍କ ସ୍ବାସ୍ଥ୍ୟ – ପରିବାରର ସ୍ବାସ୍ଥ୍ୟ ପ୍ରସଙ୍ଗରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଗୁରୁଜୀ ଗୁରୁମା ଓ ଅଣ ଶିକ୍ଷା କର୍ମଚାରୀ ମିନତୀ ପରିଡ଼ା, ରଶ୍ମିତା ପାଢ଼ୀ, ଭବାନୀ ରଣା, ପର୍ଶୁରାମ ପରିଡ଼ା, ପଦ୍ମାବତୀ ପାତ୍ର, ଶୁଭଙ୍କର ମିଶ୍ର, ସୁବ୍ରତ କୁମାର ସାହୁ, ଜଗନ୍ନାଥ ଦେ, ରାମହରି ସାମଲ, ଗୌରୀ ଶଙ୍କର ପାଲ୍ ଏବଂ ଉପସଭାପତି ପ୍ରାଣକୃଷ୍ଣ ପ୍ରଧାନ, ସଦସ୍ୟ କମଳାକାନ୍ତ ଅଣ୍ଡିଆ, ପ୍ରଶାନ୍ତ କୁମାର ମହାନ୍ତି, ନିରଞ୍ଜନ ବେହେରା, ହରିଶ୍ଚନ୍ଦ୍ର କଇ, ହେମନ୍ତ କୁମାର ମିଶ୍ର, ନିରଞ୍ଜନ ସାହୁ, ସଞ୍ଜିବ ଦଳାଇ ଓ ସଦସ୍ୟା ଆରତୀ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଗୁରୁମା’ ଗୀତାଞ୍ଜଳି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।