ବିଶ୍ୱକପ ଫାଇନାଲରେ କଙ୍ଗାରୁ ଟିମ୍ ଛଡ଼ାଇନେଲା ଟ୍ରଫି, ପୂରା ଟୁର୍ଣ୍ଣାମେଣ୍ଟରେ ଏମାନେ ହେଲେ ସବୁଠୁ ଶ୍ରେଷ୍ଠ

ନୂଆଦିଲ୍ଲୀ : ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ୍ ଫାଇନାଲ ଟାଇଟଲ ହାତେଇ ନେଇଛି କଙ୍ଗାରୁ ବାହିନୀ । ହୋମ ଗ୍ରାଉଣ୍ଡରେ ଭାରତକୁ କନ୍ଦାଇଥିବା ଟିମ୍ ଅଷ୍ଟ୍ରେଲିଆ ଉଭୟ ଫିଲ୍ଡିଂ ଓ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଲଗାତାର ୧୦ ଟି ଲିଗ୍ ମ୍ୟାଚ୍ କୁ ଜିତିବା ପରେ ଭାରତୀୟଙ୍କ ମନରେ ଏ ସନ୍ଦେହ ନଥିଲା ଯେ, ଟ୍ରଫି ଭାରତ ହାତକୁ ଆସିବନି ବରଂ ଭାରତର ଟ୍ରଫି ଜିତିବା ଆଶଙ୍କାକୁ ସବୁ କ୍ରିକେଟ ସମୀକ୍ଷକ ବି ଗ୍ରୀନ ସିଗନାଲ୍ ଦେଇ ଦେଇଥିଲେ। ହେଲେ ଖେଳ ପଲଟିଗଲା । ଗୋଟିଏ ଚୁଟ୍ କି ରେ ଭାଙ୍ଗିଯାଇଥିଲା ୧୫୦ କୋଟି ଭାରତୀୟଙ୍କ ସ୍ୱପ୍ନ । ଷ୍ଟାଡିୟମ ଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ଉତ୍ସାହ, ଉତ୍କଣ୍ଠା ହଠାତ୍ ନିରାଶା ରେ ପରିଣତ ହୋଇଥିଲା ।
ବିଶ୍ୱକପ ୨୦୨୩ ର ଫାଇନାଲ୍ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତୀୟ ଦଳକୁ ୬ ୱିକେଟରେ ପରାସ୍ତ କରିଛି । ଅଷ୍ଟ୍ରେଲିଆର ଏହି ବିଜୟରେ ହିରୋ ବାମହାତୀ ଓପନର୍ ଟ୍ରାଭିସ୍ ହେଡ୍ ୧୩୭ ରନର ଚମତ୍କାର ଇନିଂସ ଖେଳି ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ । ଏହା ବ୍ୟତୀତ ଲାବୁସାଗ୍ନେ ୫୮ ରନ୍ ସ୍କୋର କରିଥିଲେ । ଟାଇଟଲ ମ୍ୟାଚରେ ଅଷ୍ଟ୍ରେଲିଆ ଆରମ୍ଭରୁ ଭାରତ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲା । ଏହା ଅଷ୍ଟ୍ରେଲିଆର ଷଷ୍ଠ ଦିନିକିଆ ବିଶ୍ୱକପ୍ ଟାଇଟଲ୍ ଥିଲା । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫୦ ଓଭରରେ ୨୪୦ ରନ୍ ସ୍କୋର କରିଥିଲା । ୨୪୧ ରନ୍ର ଲକ୍ଷ୍ୟକୁ ପିଛାକରି ଅଷ୍ଟ୍ରେଲିଆ ୪୩ ଓଭରରେ ମ୍ୟାଚ ଜିତି ନେଇଥିଲା ।
ଏହି ବିଜୟ ସହ ଅଷ୍ଟ୍ରେଲିଆ ମଧ୍ୟ ଭାରତ ମାଟିରେ ବିଶ୍ୱକପ୍ ଜିତିବାର ଦ୍ୱିତୀୟ ସ୍ୱପ୍ନକୁ ସାକାର କରିନେଇଛି। ସେହିପରି ବିଦାୟୀ ବିଶ୍ୱକପ୍ ରେ ଡେଭିଜ ୱାର୍ଣ୍ଣର ତୃତୀୟ ଥର ଟ୍ରଫି ନେବାରେ ସଫଳତା ମଧ୍ୟ ପାଇଛନ୍ତି। ପ୍ୟାଟ କମିନ୍ସ ମଧ୍ୟ ଅନ୍ୟ ସଫଳ ଅଧିନାୟକ ଭାବେ ତାଲିକାରେ ଯୋଡ଼ି ହୋଇଗଲେ। ଏଠାରେ କହିରଖୁଛୁ ଯେ, ଆଇସିସି ୱାର୍ଲଡ ଟେଷ୍ଟ ଚାମ୍ପିଅନସିପି ଫାଇନାଲର ମଧ୍ୟ ଭାରତକୁ ଅଷ୍ଟ୍ରେଲିଆ ମାତ୍ ଦେଇଥିଲା। ସେହିପରି ଅମ୍ପେୟାର୍ସଙ୍କୁ ନେଇ ମଧ୍ୟ ସୋସିଆଲ ମିଡିଆରେ ଅନେକ ତର୍କ ବିତର୍କ ଚାଲିଛି । କାରଣ ଫାଇନାଲ ପରିଚାଳନା ପାଇଁ ଦୁଇ ଇଂଲିସ୍ ଅମ୍ପାୟାରଙ୍କୁ ନିଯୁକ୍ତ ପରେ ଭାରତୀୟ ଫ୍ୟାନ୍ସ ଚିନ୍ତାରେ ଥିଲେ। ଅମ୍ପାୟାର ରିଚାର୍ଡ ଇଲିଂୱର୍ଥ ଓ ରିଚାର୍ଡ କେଟଲବର୍ଗ ଆଇସିସି ନକ୍ଆଉଟ ରେ ନିଯୁକ୍ତ ପରେ ଭାରତ ପରାଜୟ ଦେଖିଥିଲା । ତେବେ ଫ୍ୟାନ୍ସଙ୍କ କହିବା କଥା ଝଟକା ଦେଉଥିବା ଭାରତ ରବିବାର କିନ୍ତୁ ଓଲଟା ଖେଳିଥିଲା।
ହେଲେ ଏହି ଟୁର୍ଣ୍ଣାମେଣ୍ଟରେ ଅନେକ ମାଇଲ୍ ଷ୍ଟୋନ ଦେଖିବାକୁ ମିଳିଛି। ପୂରା ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍ କରିବାରେ ରେକର୍ଡ କରିଛନ୍ତି ବିରାଟ କୋହଲି । ରନ୍ ସ୍କୋର ୭୬୫ । ସେହିପରି ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ନିଜ ନାମରେ ସାମିଲ କରିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟର ଗ୍ଲେନ୍ ମାକ୍ସୱେଲ ୨୦୧ । ସର୍ବାଧିକ ଶତକ ହାସଲ କରିଛନ୍ତି ସାଉଥ ଆଫ୍ରିକା କ୍ରିକେଟର କ୍ୱିନଟନ ଡିକୋକ । ୪ ଟି ଶତକ ନିଜ ନାମରେ କରିନେଇଛନ୍ତି ଏହି କ୍ରିକେଟର । ସେହିପରି ଏହି ପୂରା ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଛକା ମାରିଛନ୍ତି ହିଟ୍ ମ୍ୟାନ ରୋହିତ ଶର୍ମା । ନିଜ ଖାତାରେ ଯୋଡ଼ିଛନ୍ତି ୩୧ ଟି ଛକା । ସର୍ବାଧିକ ୱିକେଟ ନେବାରେ ରେକର୍ଡ ଭାଙ୍ଗିଛନ୍ତି ଭାରତୀୟ ବୋଲର ମହମ୍ମଦ ଶାମି । ଟୁର୍ଣ୍ଣାମେଣ୍ଟରେ ପରେ ସାମିଲ ହୋଇଥିବା ଶାମି ୨୪ ଟି ୱିକେଟ ନେବାରେ ସଫଳ ହୋଇଥିଲେ । ଅନ୍ୟପଟେ ସର୍ବାଧିକ ୱିକେଟ ନେବା ସହ ଶ୍ରେଷ୍ଠ ବୋଲିଂ ମଧ୍ୟ କରିଥିଲେ ଶାମି। ଶ୍ରେଷ୍ଠ ବୋଲିଂରେ ଶାମି (୭ବାଏ୫୭)। ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ କ୍ୟାଚ୍ ତାରିକ ମିଚେଲ ହାସଲ କରିଛନ୍ତି । ସେ ସର୍ବାଧିକ ୧୧ ଟି କ୍ୟାଚ୍ ଆଉଟ କରିଛନ୍ତି । ସର୍ବାଧିକ ଡିସ୍ ମିସାଲ୍ସ ୱିକେଟ କିପର ରେକର୍ଡ କ୍ୱିନଟନ ଡିକୋକ ନିଜ ନାମରେ କରିଛନ୍ତି ।