ଆଜି ଅପରାହ୍ନ ୩ଟା ୩୦ରେ ଆସିବ ଅଗଷ୍ଟ ଗାଇଡ଼ଲାଇନ୍, ଘୋଷଣା କରିବେ ଏସଆରସି

ଭୁବନେଶ୍ୱର : ଆଜି ଆସିବ ଅଗଷ୍ଟ ଗାଇଡ୍ ଲାଇନ୍ । ଅଗଷ୍ଟ ମାସ ପାଇଁ ଆଜି ଗାଇଡ୍ ଲାଇନ୍ ଘୋଷଣା କରିବେ ରାଜ୍ୟ ସରକାର । ଜୁଲାଇ ମାସ ପାଇଁ ଜାରି କରିଥିବା ଗାଇଡ୍ ଲାଇନ୍ ର ଅବଧି ରବିବାର ୬ଟାରେ ଶେଷ ହେବ । ତେଣୁ ଏହାପୂର୍ବରୁ ଅର୍ଥାତ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ମାସ ପାଇଁ କରୋନା ଗାଇଡ୍ ଲାଇନ୍ ଜାରି କରାଯିବ। ଜୁଲାଇ ମାସର କରୋନା ଗାଇଡ଼ଲାଇନ୍ ସରୁଥିବା ବେଳେ ଅଗଷ୍ଟ ମାସର କରୋନା ରୁପରେଖା କଣ ରହିବ ସେ ନେଇ ଓଡ଼ିଶାବାସୀଙ୍କୁ ସୁଚନା ଦେବେ । ରାଜ୍ୟରେ କଣ ଖୋଲା ରହିବ ଓ କଣ ବନ୍ଦ ରହିବ ତାହା ଅପରାହ୍ନ ୩ଟା ୩୦ରେ ଘୋଷଣା କରିବେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ।
କ’ଣ ହେବ କଟକଣା । ଲକ୍ଡାଉନ ଖୋଲିବ ନା ଅନ୍ଲକ୍ ହେବ । ଏ ସବୁକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିବା ବେଳେ ରୋଗୀ ସଂଖ୍ୟା, ସଂକ୍ରମଣ ହାର ନେଇ ନିଷ୍ପତ୍ତି ନେବେ ସରକାର। କାରଣ ଜୁଲାଇ ମାସ ପାଇଁ ଜାରି କରିଥିବା ଗାଇଡ୍ ଲାଇନ୍ ଅବଧି ରବିବାର ୬ଟାରେ ଶେଷ ହେବ । ତେଣୁ ଏହାପୂର୍ବରୁ ଶନିବାର ଅର୍ଥାତ ଜୁଲାଇ ୩୧ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ମାସ ପାଇଁ କରୋନା ଗାଇଡ୍ ଲାଇନ୍ ଜାରି କରାଯିବ। ଅଗଷ୍ଟ ମାସ ପାଇଁ କ’ଣ ହେବ ନୂଆ ଗାଇଡଲାଇନ୍ ? ସଂପୂର୍ଣ୍ଣ ଅନଲକ୍ କୁ ଯିବେ କି ରାଜ୍ୟ ସରକାର ? ଏସବୁକୁ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି । ରାଜ୍ୟରେ ଦୈନିକ ସଂକ୍ରମଣ କମିଚାଲିଛି । ସଂକ୍ରମଣ ହାର ବା ଟିପିଆର୍ ବି ତଳମୁହାଁ ହେଉଛି । କିନ୍ତୁ ଖୋର୍ଦ୍ଧା ଓ କଟକ ଜିଲ୍ଲାର ସଂକ୍ରମଣ ଖସିବାର ନାଁ ନେଉନି । ଏହାକୁ ନେଇ ସରକାର ପୁଣି ଅଡୁଆରେ ପଡିଛନ୍ତି । ରାଜଧାନୀ ଭୁବନେଶ୍ୱରରେ ସଂକ୍ରମଣ ଟ୍ରେଣ୍ଡ୍ ବି ଉପରକୁ ଯାଉଛି ।କିନ୍ତୁ ଜୀବନ ଓ ଜୀବିକା ମଧ୍ୟରେ ସମନ୍ୱୟ ରକ୍ଷା କରି କିଛି କ୍ଷେତ୍ରକୁ ସ୍ୱାଭାବିକ କରିବା ପାଇଁ ପୂର୍ବରୁ କଟକଣା କୋହଳ କରାଯାଇଥିଲେ ମଧ୍ୟ ଅନେକ କ୍ଷେତ୍ରରେ କଟକଣା ଏବେ ବି ବଳବତ୍ତର ରହିଛି । ମଲ୍ , ସିନେମା ହଲ୍ ଖୋଲିବାକୁ ଅନୁମତି ମିଳିନାହିଁ । ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଯାତ୍ରାକୁ ମଧ୍ୟ ଅନୁମତି ଦିଆଯାଇ ନାହିଁ । ମନ୍ଦିରଗୁଡ଼ିକ ମଧ୍ୟ ବନ୍ଦ ରହିଛି ।
ସୂଚନା ଯେ, ଏବେ ରାଜ୍ୟରେ ୧୦ ଜିଲ୍ଲାରେ କଟକଣା ରହିଥିବା ବେଳେ ୨୦ ଜିଲ୍ଲାରେ ଏହି ସବୁ କଟକଣାକୁ କୋହଳ କରାଯାଇଛି। ଅଧିକ ସଂକ୍ରମଣ ଜିଲ୍ଲା ମଧ୍ୟରେ ଉପକୂଳବର୍ତ୍ତୀ କିଛି ଜିଲ୍ଲାରେ ସଂକ୍ରମଣ ଆଶାନୁରୁପ ଭାବେ କମିନଥିଲା । ଯାହାଫଳରେ ଏଠାରେ କଟକଣାକୁ ଜୋରଦାର କରାଯାଇଥିଲା । ଖାସ୍କରି ଖୋର୍ଦ୍ଧା, କଟକ, ପୁରୀ ଆଦି ଜିଲ୍ଲାରେ ସଂକ୍ରମଣ ହାର ତିନି ଅଙ୍କ ରହୁଛି । ତେବେ ରାଜ୍ୟରେ ଏବେ କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ ଛାଡିଲେ ପ୍ରାୟ ଅନ୍ୟ ସବୁ ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଜୀବନ ଓ ଜୀବିକା ମଧ୍ୟରେ ସମନ୍ୱୟ ରକ୍ଷା କରି କିଛି କ୍ଷେତ୍ରକୁ ସ୍ୱାଭାବିକ କରିବା ପାଇଁ ପୂର୍ବରୁ କଟକଣା କୋହଳ କରାଯାଇଥିଲେ ମଧ୍ୟ ଅନେକ କ୍ଷେତ୍ରରେ କଟକଣା ଏବେ ବି ବଳବତ୍ତର ରହିଛି । ମଲ୍ , ସିନେମା ହଲ୍ ଖୋଲିବାକୁ ଅନୁମତି ମିଳିନାହିଁ । ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଯାତ୍ରାକୁ ମଧ୍ୟ ଅନୁମତି ଦିଆଯାଇ ନାହିଁ । ମନ୍ଦିରଗୁଡ଼ିକ ମଧ୍ୟ ବନ୍ଦ ରହିଛି । ସେହିପରି ବିବାହ, ବ୍ରତଘର ଓ ଶୁଦ୍ଧି କାମରେ କେତେ ଲୋକେ ଯୋଗଦେବେ ସେନେଇ କଟକଣା ରହିଛି । ତେଣୁ ଗୋଟିଏ ପଟେ କରୋନାର ସମ୍ଭାବ୍ୟ ତୃତୀୟ ଲହରର ଭୟ ଓ ଅନ୍ୟପଟେ ଜୀବନ, ଜୀବିକାକୁ ଆଖି ଆଗରେ ରଖି ରାଜ୍ୟ ସରକାର କେଉଁ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏହାରି ମଧ୍ୟରେ ରାଜ୍ୟରେ ଏବେ ସମ୍ପୂର୍ଣ୍ଣ ଅନଲକ୍ ହେବ ନାହିଁ, ବର୍ତ୍ତମାନ ରାଜ୍ୟରେ ସେଭଳି ସ୍ଥିତି ଉପୁଜିନାହିଁ ବୋଲି ବିଶେଷଜ୍ଞ ସୂଚନା ଦେଇଛନ୍ତି ।