ଘରପୋଡି କ୍ଷତିଗ୍ରସ୍ତଙ୍କୁ ସହାୟତାର ହାତ ବଢାଇଲେ ଯୁବନେତା ମାନସ ଦତ୍ତ

ବାଲେଶ୍ୱର : ବାଲେଶ୍ୱର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କସିପଦା ପଞ୍ଚାୟତର ମିରିଗିମୁଣ୍ଡି ଠାରେ ଏକ ଭୟାଭୟ ଅଗ୍ନିକାଣ୍ଡରେ ଭାଗବତ ଦଳେଇଙ୍କ ଘରପୋଡି କଥା ଶୁଣି ରାଜ୍ୟ ଯୁବମୋର୍ଚ୍ଚା ଉପ-ସଭାପତି ତଥା ନିର୍ବାଚନମଣ୍ଡଳୀର ଯୁବନେତା ମାନସ କୁମାର ଦତ୍ତ (ମିଣ୍ଟୁ ଭାଇ) ସେଠାରେ ପହଞ୍ଚିଥିଲେ । ଅଗ୍ନିକାଣ୍ଡ ଯୋଗୁଁ ଭାଗବତ ଦଳେଇଙ୍କ ବାସଗୃହ ସମେତ ବହୁ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଥିଲା ।
ଏହି ଖବର ପାଇବା କ୍ଷଣି ଶ୍ରୀ ଦତ୍ତ ସେଠାରେ ପହଞ୍ଚି ଦଳୀୟ କର୍ମୀଙ୍କ ସହଯୋଗରେ ତାଙ୍କୁ କିଛି ଅତ୍ୟାବଶ୍ୟକୀୟ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ଆସବାବପତ୍ର ଯୋଗାଇଦେଲେ । ଏହି କଠିନ ପରିସ୍ଥିତିରେ ତାଙ୍କୁ କିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ବାସଗୃହ ମିଳିବ ସହିତ ସରକାରୀ ସହାୟତା ଉପଲବ୍ଧ ହୋଇପାରିବ ସେଦିଗରେ ସ୍ଥାନୀୟ ସରପଞ୍ଚ ଅନିତା ବେହେରାଙ୍କୁ ଶ୍ରୀ ଦତ୍ତ ଅନୁରୋଧ କରିବା ସହ ଶ୍ରୀ ଦତ୍ତ ଫୋନ ଯୋଗେ ଆର.ଆଇଙ୍କୁ ମଧ୍ୟ ଅବଗତ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନ୍ତର୍ଯ୍ୟାମୀ ବେହେରା, ଚତୁର୍ଭୁଜ ବେହେରା, ଜନ୍ମଞ୍ଜୟ ପରିଡା, ପ୍ରବାସ ମହାପାତ୍ର, କୌସିକ ଚାନ୍ଦ, ଗୌତମ ବେହେରା, ତପନ କୁମାର ନାୟକ, କାଳିଆ ଗିରି, ରଶ୍ମୀ ରଞ୍ଜନ ଦାସ ଉପସ୍ଥିତ ଥିଲେ ।