ଏସିଆ କପ-୨୦୨୨ : ଏହି ୨ଟି ବଡ଼ ଭୁଲ୍ ନିଷ୍ପତ୍ତି ଭାରତକୁ ପଡିପାରେ ଭାରି
ନୂଆଦିଲ୍ଲୀ : ଆସନ୍ତା ୨୭ ତାରିଖରୁ ଏସିଆ କପ୍ ୟୁଏଇ ପଡ଼ିଆରେ ଅନୁଷ୍ଠିତ ହେବ। ଯାହା ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ନିକଟରେ ବିସିସିଆଇ ଚୟନକର୍ତ୍ତାମାନେ ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛନ୍ତି। ଚୟନକର୍ତ୍ତାମାନେ ଯେଉଁ ଦଳ ଚୟନ କରିଛନ୍ତି, ତାହା ବର୍ତ୍ତମାନ ଚର୍ଚ୍ଚାକୁ ଆସିଛି। ଦଳ ଘୋଷଣା ପରେ ଭାରତୀୟ ପ୍ରଶଂସକମାନେ ବିସିସିଆଇର ଅଫିସିଆଲ ଆକାଉଣ୍ଟକୁ ଯାଇ ଟ୍ୱିଟରର ମନ୍ତବ୍ୟ ମାଧ୍ୟମରେ ବହୁତ କ୍ରୋଧ ପ୍ରକାଶ କରିଛନ୍ତି।
ଚୟନକର୍ତ୍ତାମାନେ ଏହି ଦଳ ବାଛିବାରେ ଅନେକ ତ୍ରୁଟି କରିଥିଲେ । ଯେଉଁଥିରୁ ଆମେ ଆପଣଙ୍କୁ ଏପରି ଦୁଇଟି ବଡ ଭୁଲ ବିଷୟରେ କହିବାକୁ ଯାଉଛୁ ଯାହା ଭାରତକୁ ଏସିଆ କପ୍ ଜିତିବାକୁ ରୋକିପାରେ।
୧) ଦଳରେ ମହମ୍ମଦ ଶାମିଙ୍କ ସ୍ଥାନରେ ଆଭେଶ ଖାନଙ୍କ ଚୟନ :
ଭାରତୀୟ ଦଳର ଷ୍ଟାର ବୋଲର ଜସପ୍ରୀତ ବୁମରାଙ୍କ ପିଠିରେ ଆଘାତ ପରେ ଦଳକୁ ଜଣେ ଅଭିଜ୍ଞ ଦ୍ରୁତ ବୋଲର ଆବଶ୍ୟକ ହେଉଥିଲା। ଗୋଟିଏ ପଟେ ଭୁବନେଶ୍ୱର କୁମାର ଦଳରେ ଥିବା ବେଳେ ଅନ୍ୟପଟେ ଆଉ ଏକ ଦ୍ରୁତ ବୋଲର୍ ଆବଶ୍ୟକ କରୁଥିଲା ଦଳ। କିନ୍ତୁ ଚୟନକର୍ତ୍ତାମାନେ ସିନିୟର ଦ୍ରୁତ ବୋଲର୍ ମହମ୍ମଦ ଶାମିଙ୍କ ସ୍ଥାନରେ ଦଳରେ ଆବେଶ ଖାନଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି। ଭାରତୀୟ ଦଳରେ ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ ଏବଂ ଆବେଶ ଖାନ ହିଁ କେବଳ ତିନି ଜଣ ଦ୍ରୁତ ବୋଲର ଅଛନ୍ତି।
ୟୁଏଇର ପିଚରେ ଏସିଆ କପ୍ ଖେଳାଯିବ, ତେଣୁ ଭାରତ ସେଠାରେ ଅଭିଜ୍ଞ ଦ୍ରୁତ ବୋଲରଙ୍କୁ ହରାଇବାକୁ ଯାଉଛି। କାରଣ ଅଭିଜ୍ଞ ଦ୍ରୁତ ବୋଲର୍ ଦଳରେ ଥିଲେ ମ୍ୟାଚ୍ ଜିତିବାର ଚାଞ୍ଚ ୯୦ ପ୍ରତିଶତ ବଢିଯିବ। ଆଉ ୟୁଏଇର ପିଚ ଗୁଡିକ ଦ୍ରୁତ ବୋଲରଙ୍କୁ ସୁଆଇଥାଏ। ବର୍ତ୍ତମାନ ବୁମରାଙ୍କ ଅନୁପସ୍ଥିତିରେ ମହମ୍ମଦ ଶାମିଙ୍କୁ ଚୟନ ନ କରିବା ଭାରତ ପାଇଁ ଏକ ବଡ଼ ଭୁଲ୍ ବୋଲି ଆଲୋଚନା ହେଉଛି।
୨) ଇଶାନ କିଶାନ୍, ଶ୍ରେୟାସ ଆୟର୍ ଏବଂ ସଞ୍ଜୁ ସାମସନଙ୍କ ସ୍ଥାନରେ କେଏଲ ରାହୁଲ ଦଳରେ ଅନ୍ତର୍ଭୁକ୍ତ ହେବା :
ବିସିସିଆଇ ଏସିଆ କପ୍ ପାଇଁ ଭାରତୀୟ ଦଳରେ ଆଘାତ କାରଣରୁ ଦୀର୍ଘ ସମୟ ଧରି ବାହାରକୁ ଆସିଥିବା କେ.ଏଲ୍ ରାହୁଲଙ୍କୁ ସାମିଲ କରିଛନ୍ତି। ଇଶାନ୍ କିଶାନ୍ ଏବଂ ଶ୍ରେୟସ୍ ଚଳିତ ବର୍ଷ ଦୀର୍ଘ ଦିନ ଧରି ଭାରତୀୟ ଦଳର ଅଂଶ ହୋଇଆସୁଥିଲେ ମଧ୍ୟ ବିସିସିଆଇ ସେମାନଙ୍କ ସ୍ଥାନରେ କେ.ଏଲ୍ ରାହୁଲଙ୍କୁ ଅନ୍ତର୍ଭୁକ୍ତ କରିଛି। ଏଭଳି ପରିସ୍ଥିତିରେ କେ.ଏଲ୍ ରାହୁଲଙ୍କ ପାଇଁ ସିଧାସଳଖ ଏସିଆ କପ୍ ପରି ଏକ ବଡ଼ ଟୁର୍ନାମେଣ୍ଟରେ ଖେଳିବା ଟିକେ କଷ୍ଟସାଧ୍ୟ ହେବ।