ଏସିଆ କପ୍-୨୦୨୨ : ଜାଣନ୍ତୁ କେବେ, କେଉଁଠାରେ ଓ କିପରି ଦେଖିପାରିବେ ଭାରତ-ପାକିସ୍ତାନ ମ୍ୟାଚ୍?
ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନର କ୍ରିକେଟ୍ ଟିମ୍ ୯ ମାସ ପରେ ଦୁବାଇରେ ପୁଣି ଥରେ ମୁହାଁମୁହିଁ ହେବାକୁ ପ୍ରସ୍ତୁତ ଅଛନ୍ତି । ଶେଷ ଥର ପାଇଁ ଉଭୟ ଦଳ ଟି-୨୦ ବିଶ୍ୱକପ ୨୦୨୧ ରେ ପରସ୍ପରକୁ ଭେଟିଥିଲେ । ସେହି ମ୍ୟାଚରେ ବିରାଟ କୋହଲିଙ୍କ ନେତୃତ୍ୱରେ ଦଳକୁ ୧୦ ୱିକେଟ୍ ବ୍ୟବଧାନରେ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଏଭଳି ପରିସ୍ଥିତିରେ ଏଥର ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ପୂର୍ବ ପରାଜୟର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ବାବର ଆଜାମଙ୍କ ସେନାଙ୍କୁ ପଡିଆରେ ଟକ୍କର ଦେବ ।
ଏସିଆ କପ୍ରେ ହଂକଂ ଦଳ ସହିତ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି । ଉଭୟ ଦଳ ଅଗଷ୍ଟ ୨୮ ରେ ନିଜର ଅଭିଯାନ ଆରମ୍ଭ କରିବେ । ଭାରତୀୟ ସମୟ ଅନୁଯାୟୀ, ଭାରତ ପାକିସ୍ତାନ ମ୍ୟାଚ୍ ଅଗଷ୍ଟ ୨୮ ରେ ଦୁବାଇରେ ସନ୍ଧ୍ୟା ୭.୩୦ ରୁ ଖେଳାଯିବ । ଭାରତ ଓ ପାକିସ୍ତାନ ସୁପର-୪ ରେ ପହଞ୍ଚିବା ପ୍ରାୟ ନିଶ୍ଚିତ । ଯେଉଁଠାରେ ଉଭୟ ଦଳ ମୁହାଁମୁହିଁ ହେବେ । ସମସ୍ତ ଚାରିଟି ଦଳ ସୁପର-୪ ରାଉଣ୍ଡରେ ପରସ୍ପରକୁ ଭେଟିବେ ଓ ସେପ୍ଟେମ୍ବର ୧୧ ରେ ଫାଇନାଲରେ ଶ୍ରେଷ୍ଠ ଦୁଇ ଦଳ ପରସ୍ପରକୁ ଭେଟିବେ । ଏହି ଦୁଇ ଦଳ ଯେଉଁ ପ୍ରକାରର ଫର୍ମରେ ଅଛନ୍ତି, ତାକୁ ଦେଖି ଉଭୟଙ୍କୁ ଟାଇଟଲ୍ ପ୍ରତିଯୋଗୀ ଭାବରେ ବିବେଚନା କରାଯାଏ । ଏପରି ପରିସ୍ଥିତିରେ, ଚିର ପ୍ରତିଦ୍ୱନ୍ଦ୍ୱୀ ଦଳ ୨ ସପ୍ତାହ ମଧ୍ୟରେ ତୃତୀୟ ଥର ପାଇଁ ସଂଘର୍ଷ କରିପାରନ୍ତି ।
ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କ ୨୦୨୨ ଏସିଆ କପ୍ ପାଇଁ ପ୍ରସାରଣ ଅଧିକାର ପ୍ରାପ୍ତ କରିଛି । ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ଷ୍ଟାର୍ ସ୍ପୋର୍ଟସର ବିଭିନ୍ନ ଚ୍ୟାନେଲରେ ସିଧାସଳଖ ପ୍ରସାରଣ ହେବ । ଟୁର୍ଣ୍ଣାମେଣ୍ଟର ଲାଇଭ୍ ଷ୍ଟ୍ରିମିଂ ହଟଷ୍ଟାର୍ ଆପ୍ ଓ ୱେବସାଇଟ୍ ରେ ଉପଲବ୍ଧ ହେବ ।
ଭାରତ: ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଋଷଭ ପନ୍ତ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ୟୁଜଭେନ୍ଦ୍ର ଚହଲ, ରବି ବିଷ୍ଣୋଇ , ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ ଓ ଆବେଶ ଖାନ ।
ପାକିସ୍ତାନ: ବାବର ଆଜାମ (ଅଧିନାୟକ), ଶଦାବ ଖାନ, ଅସୀଫ ଅଲ୍ଲୀ, ଫଖର ଜମାନ, ହାଇଦର ଅଲ୍ଲୀ, ହାରିସ ରଉଫ, ଇଫ୍ତିଖର ଅହମ୍ମଦ, ଖୁସଦିଲ ଶାହା, ମହମ୍ମଦ ନୱାଜ, ମହମ୍ମଦ ରିଜୱାନ, ମହମ୍ମଦ ୱାସିମ ଜୁନିୟର ।