ଆଜିଠୁ ଚଳାଚଳ ଆରମ୍ଭ କରିବ ୭୧ଟି ଅଣ ସଂରକ୍ଷିତ ଟ୍ରେନ
ନୂଆଦିଲ୍ଲୀ : ଭାରତୀୟ ରେଳବାଇ ପକ୍ଷରୁ ସୋମବାର ଠାରୁ ୭୧ଟି ଅଣ ସଂରକ୍ଷିତ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଉତ୍ତର ରେଳବାଇ ପକ୍ଷରୁ ଏହି ଟ୍ରେନଗୁଡିକ ଚଳାଚଳ କରାଯାଉଛି। ଏହି ଟ୍ରେନଗୁଡିକ ବାରଣାସୀ-ସୁଲତାନପୁର,ଅମୃତସର-ପଠାନକୋଟ୍, ଜଳନ୍ଦର ସିଟି-ପଠାନକୋଟ୍, ଫିରୋଜପୁର-ଲୁଧିଆନା, ଭଟିଣ୍ଡା-ଫିରୋଜପୁର, ଦିଲ୍ଲୀ-ରୋହତକ ଓ ଦିଲ୍ଲୀ-ପାନିପଥ ମଧ୍ୟରେ ଚଳାଚଳ କରିବ। ଏନେଇ ରେଳମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି ଯେ, ଏହି ଟ୍ରେନଗୁଡିକ ଯାତ୍ରୀମାନଙ୍କ ଆରାମଦାୟକ ଓ ନିରାପଦ ଯାତ୍ରାକୁ ସୁନିଶ୍ଚିତ କରିବ।