ଜୁନ୍ ୧୦ ଯାଏ ୬ ଯୋଡ଼ା ପାସେଞ୍ଜର ଟ୍ରେନ ବାତିଲ୍

ଭୁବନେଶ୍ୱର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁନ୍ ୧୦ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବାତିଲ, ଆଂଶିକ ବାତିଲ ଓ ନିର୍ଦ୍ଧିଷ୍ଟ ଦିନଗୁଡ଼ିକରେ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜୁନ ପହିଲାରୁ ୧୦ ତାରିଖ ମଧ୍ୟରେ ବାତିଲ ହେବାକୁ ଥିବା ସ୍ବତନ୍ତ୍ର ଟ୍ରେନ୍ଗୁଡ଼ିକ ହେଲା, ଭୁବନେଶ୍ବର-କେନ୍ଦୁଝରଗଡ଼-ଭୁବନେଶ୍ବର (୦୮୪୫୬/୦୮୪୫୫), ଭୁବନେଶ୍ବର-ଭଦ୍ରକ-ଭୁବନେଶ୍ବର (୦୮୪୧୨/୦୮୪୧୧), କଟକ-ଭଦ୍ରକ-କଟକ (୦୮୪୩୮/୦୮୪୩୭), କଟକ-ପାରାଦୀପ-କଟକ(୦୮୪୬୧/୦୮୪୬୨), କଟକ-ଭଦ୍ରକ-କଟକ(୦୮୪୫୪/୦୮୪୫୩),ଭୁବନେଶ୍ବର-ବଲାଙ୍ଗୀର-ଭୁବନେଶ୍ବର (୦୮୪୯୩/୦୮୪୯୪) ଟ୍ରେନ୍।
ଜୁନ୍ ପହିଲାରୁ ୧୧ ମଧ୍ୟରେ ବାତିଲ ହେଉଥିବା ଟ୍ରେନ୍ଗୁଡ଼ିକ ହେଲା, ବିଶାଖାପାଟଣା-ରାୟପୁର-ବିଶାଖାପାଟଣା, ଭୁବନେଶ୍ବର-ଜଗଦଲପୁର-ଭୁବନେଶ୍ବର, ବିଶାଖାପାଟଣା-କିରନ୍ଦୁଲ-ବିଶାଖାପାଟଣା, ବିଶାଖାପାଟଣା-କାଚେଗୁଡ଼ା-ବିଶାଖାପାଟଣା, ଭୁବନେଶ୍ବର-ପୁଣେ-ଭୁବନେଶ୍ବର, ପୁରୀ-ଏଲଟିଟି-ପୁରୀ, ଭୁବନେଶ୍ବର-ଏଲଟିଟି-ଭୁବନେଶ୍ବର, ବିଶାଖାପାଟଣା-କଡ଼ପା-ବିଶାଖାପାଟଣା, ବିଶାଖାପାଟଣା-ଲିଙ୍ଗମପଲ୍ଲୀ-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ୍। ଜୁନ୍ ୫ ଓ ୬ (ଶନିବାର ଓ ରବିବାର)ରେ ବାତିଲ୍ ହେବାକୁ ଥିବା ଟ୍ରେନ୍ଗୁଡ଼ିକ ହେଲା, ପୁରୀ-ଅନୁଗୁଳ-ପୁରୀ(୦୮୪୨୮/୦୮୪୨୭), ପୁରୀ-କଟକ-ପୁରୀ(୦୮୪୩୨/୦୮୪୩୧), ଭୁବନେଶ୍ବର-ପଲାସା-ଭୁବନେଶ୍ବର(୦୮୪୩୩/୦୮୪୩୪), ଭୁବନେଶ୍ବର-ବାଙ୍ଗିରିପୋଷି-ଭୁବନେଶ୍ବର(୦୨୮୯୨/୦୨୮୯୧), ସମ୍ବଲପୁର-ରାୟଗଡ଼ା-ସମ୍ବଲପୁର (୦୮୩୦୧/୦୮୩୦୨) ଟ୍ରେନ୍।
ଆଂଶିକ ବାତିଲ୍ ହେବାକୁଥିବା ଟ୍ରେନଗୁଡ଼ିକ ହେଲା, ପୁରୀ-ଅନୁଗୁଳ-ପୁରୀ ସ୍ପେସାଲ୍(୦୮୪୨୮/୦୮୪୨୭) ଜୁନ୍ ୧ରୁ ୪ ଏବଂ ଜୁନ୍ ୭ରୁ ୧୦ ମଧ୍ୟରେ ପୁରୀ ଓ ତାଳଚେର ମଧ୍ୟରେ ଚଳାଚଳ କରିବ। ଉଭୟ ଦିଗରୁ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ ରହିବ। ସମ୍ବଲପୁର-ରାୟଗଡା-ସମ୍ବଲପୁର ବିଶେଷ ଟ୍ରେନ୍(୦୮୩୦୧/୦୮୩୦୨) ଜୁନ୍ ୧ରୁ ୪ ଓ ଜୁନ୍ ୭ରୁ ୧୦ ମଧ୍ୟରେ ସମ୍ବଲପୁର ଓ ଟିଟିଲାଗଡ଼ ମଧ୍ୟରେ ଚଳାଚଳ କରିବ। ଟିଟିଲାଗଡ଼ ଓ ରାୟଗଡ଼ା ମଧ୍ୟରେ ଉଭୟପାର୍ଶ୍ବରୁ ବାତିଲ ରହିବ। ଭୁବନେଶ୍ବର-ଜୁନାଗଡ଼ ରୋଡ୍-ଭୁବନେଶ୍ବର ବିଶେଷ ଟ୍ରେନ୍(୦୨୦୯୭/୦୨୦୯୮) ଜୁନ ପହିଲାରୁ ୧୦ ତାରିଖ ମଧ୍ୟରେ ଭୁବନେଶ୍ବରରୁ ଓ ଜୁନ୍ ୨ରୁ ୧୧ମଧ୍ୟରେ ଜୁନାଗଡ଼ ରୋଡ୍ରୁ ଉଭୟ ପାର୍ଶ୍ବରୁ ଭୁବନେଶ୍ବର ଓ ରାୟଗଡ଼ା ମଧ୍ୟରେ ଚଳାଚଳ କରିବ। ରାୟଗଡ଼ାରୁ ଜୁନାଗଡ଼ ରୋଡ୍ ମଧ୍ୟରେ ବାତିଲ ରହିବ।
ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ବିଶେଷ ଏକ୍ସପ୍ରେସ୍(୦୨୮୨୩) ଭାୟା ଟାଟା ଜୁନ୍ ୧୦ ପର୍ଯ୍ୟନ୍ତ ଭୁବନେଶ୍ବରରୁ ପ୍ରତି ମଙ୍ଗଳବାର ଛାଡ଼ିବ ଓ ଅନ୍ୟ ଦିନଗୁଡ଼ିକରେ ବାତିଲ ରହିବ। ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ବିଶେଷ ଏକ୍ସପ୍ରେସ(୦୨୮୨୪) ଭାୟା ଟାଟା ନୂଆଦିଲ୍ଲୀରୁ ପ୍ରତି ବୁଧବାର ଛାଡ଼ିବ ଏବଂ ଅବଶିଷ୍ଟ ଦିନଗୁଡ଼ିକ ଜୁନ୍ ୧୦ ପର୍ଯ୍ୟନ୍ତ ବାତିଲ୍ ରହିବ। ଭୁବନେଶ୍ବର-ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ବିଶେଷ ଏକ୍ସପ୍ରେସ୍(୦୨୮୨୫/୦୨୮୨୬) ଭାୟା ଆଦ୍ରଓ ରବିବାର ଭୁବନେଶ୍ବରରୁ ଓ ସୋମବାର ନୂଆଦିଲ୍ଲୀରୁ ଚଳାଚଳ କରିବ। ଏହି ଟ୍ରେନ୍ ଜୁନ୍ ୨ ଓ ୯ରେ ଭୁବନେଶ୍ବରରୁ ଏବଂ ଜୁନ୍ ୪ ଓ ୧୧ରେ ନୂଆଦିଲ୍ଲୀରୁ ବାତିଲ ରହିବ। ଭୁବନେଶ୍ବର-ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ବିଶେଷ ଏକ୍ସପ୍ରେସ(୦୨୮୫୫/୦୨୮୫୬) ଭାୟା ସମ୍ବଲପୁର ସିଟି ଓ ରାଉରକେଲା ଜୁନ୍ ୫ରେ ଭୁବନେଶ୍ବରରୁ ଓ ଜୁନ୍ ୬ରେ ନୂଆଦିଲ୍ଲୀରୁ ବାତିଲ ରହିବ। ଲକଡାଉନ୍ ବଳବତ୍ତର ଥିବା ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ରାତି ୮ଟା ପର୍ଯ୍ୟନ୍ତ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (ପିଆରଏସ) କାଉଣ୍ଟର୍ ଖୋଲା ରଖିବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।