ଯବାନ-ନକ୍ସଲ ଗୁଳି ବିନିମୟ : ୨ ମାଓବାଦୀ ମୃତ, ବିପୁଳ ବିସ୍ଫୋରଣ ସାମଗ୍ରୀ ଜବତ

ମାଲକାନଗିରି : ଯବାନଙ୍କୁ ମିଳିଲା ବଡ଼ ସଫଳତା । ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଫଳରେ ୨ ହାର୍ଡକୋର ମାଓବାଦୀ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ମଧ୍ୟରେ ମଧ୍ୟରେ ଜଣେ ମହିଳା ନକ୍ସଲ ଥିବା ଜଣାପଡ଼ିଛି । ଏହା ମହାରାଷ୍ଟ୍ର ଗଡ଼ଚିରୋଲି ଜିଲ୍ଲାରେ ହୋଇଛି । ଘଟଣାସ୍ଥଳରୁ ଯବାନ ବନ୍ଧୁକ ସହ ବିପୁଳ ବିସ୍ଫୋରଣ ସାମଗ୍ରୀ ଜବତ କରିଛନ୍ତି । ବର୍ତ୍ତମାନ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଥିବା ଗଡ଼ଚିରୋଲି ପୋଲିସ ପକ୍ଷରୁ କୁହାଯାଇଛି ।
ଗତ କିଛିଦିନ ତଳେ ନକ୍ସଲ ମାନେ ପୋମକେ ଗାଟ୍ଟା ପୋଲିସ କ୍ୟାମ୍ ଉପରେ ଆକ୍ରମଣ କରିଥିଲେ । ଏହା ପରେ ଗଡ଼ଚିରୋଲି ପୋଲିସର ସି-୬୦ ବାହିନୀ ପକ୍ଷରୁ କମ୍ବିଂ ଅପରେସନ ଜୋରଦାର କରାଯାଇଥିଲା । ଛତିଶଗଡ଼କୁ ଲାଗିଥିବା କାମଖେଡା ଜଙ୍ଗଲରେ ମାଓବାଦୀ ମାନେ କ୍ୟାମ୍ପ କରି ରହିଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଯାହାଫଳରେ ଗଡ଼ଚିରୋଲି ପୋଲିସର ସି-୬୦ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ବେଳେ ଦୁଇ ନକ୍ସଲ ପ୍ରାଣ ହରାଇଛନ୍ତି ।