ରାଜ୍ୟକୁ ଆଜି ଆଉ ୯୦ ହଜାର କୋଭିସିଲିଡ଼ ଟିକା ପହଞ୍ଚିବ

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ମେ ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଥିବାବେଳେ ଆଜିଠୁ ଆରମ୍ଭ ହେବ ପଞ୍ଜିକରଣ । ଟିକା ଆଣିବା ନେଇ ରାଜ୍ୟ ସରକାର କମ୍ପାନୀମାନଙ୍କ ସହ ଆଲୋଚନା କରୁଛନ୍ତି । ମେ’ ୧ ପରେ ରାଜ୍ୟରେ ଯେବେ ଟିକା ପହଞ୍ଚିବ ସେବେ ଟିକାକରଣ ଆରମ୍ଭ ହେବ। ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ସେସନ ସାଇଟ୍ ମଧ୍ୟ ପ୍ରସ୍ତୁତ ଅଛି । ଆବଶ୍ୟକ ସ୍ଥଳେ ସେସନ ସାଇଟ୍ ବୃଦ୍ଧି କରାଯିବ ।
ସେପଟେ ରାଜ୍ୟରେ ଆଜି ଆଉ ୯୦ ହଜାର କୋଭିସିଲିଡ଼ ଟିକା ପହଞ୍ଚିବ । ମଙ୍ଗଳବାର ୬୧୭ ଟିକାକରଣ କେନ୍ଦ୍ରରେ ଟିକାକରଣ ହୋଇଥିଲା । ୬୫ ହଜାର ୭୭୬ ଜଣଙ୍କୁ ଟିକାକରଣ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୭ ଲକ୍ଷ ୪ ହଜାର ୯୧୬ ଡୋଜ ଦିଆଯାଇଛି । ଯାଜପୁର ଓ କେନ୍ଦୁଝରରେ ଆଜି ଟିକାକରଣ ବନ୍ଦ ରହିଛି । ୪୬୪ କେନ୍ଦ୍ରରେ ଆଜି ଟିକାକରଣ କରାଯାଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୪ ହଜାର କୋଭିସିଲିଡ ଓ ୩.୫ ଲକ୍ଷ କୋଭାସ୍କିନ ଟିକା ମହଜୁଦ ରହିଛି ।