ସିଆଡ଼ିମାଳ ପଂଚାୟତ ବିଜୟ ନେଇ ଆଶାବାଦୀ ବିଜୟ
ନୀଳଗିରି : ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ପଂଚାୟତ ଗୁଡ଼ିକରେ ରାଜନୈତିକ ଉଷ୍ମତା ସେହି ପରିମାଣରେ ବଢ଼ି ବଢ଼ି ଚାଲିଛି । ନୀଳଗିରି ବ୍ଲକର ସିଆଡ଼ିମାଳ ପଂଚାୟତର ବିଜେଡି ସମର୍ଥନରେ ସମିତି ସଭ୍ୟ ଭାବେ ବ୍ଲକ ସଭାପତି ବିଜୟ ଲେଙ୍କା ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ଉକ୍ତ ପଂଚାୟତରେ ତାଙ୍କ ପଲା ଭାରି ଥିବା ବିଭିନ୍ନ ସୂତ୍ରରୁ ଖବର ମିଳିଛି ।
ବିଜୟ ଜଣେ ନିର୍ବିବାଦୀୟ ନେତୃତ୍ୱ ହୋଇଥିବାରୁ ପଂଚାୟତର ଭୋଟର ତାଙ୍କ ସପକ୍ଷରେ ମତଦାନ କରିପାରନ୍ତି । ଏଥିସହିତ ଦଳର ପ୍ରମୁଖ ମାନ୍ୟବର ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତୀ ଏବଂ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ନେଇ ବିଜୟ ଘରେ ଘରେ ପହଂଚୁଥିବାର ପରିଲକ୍ଷିତ କରାଯାଇଛି । ନୀଳଗିରିର ଆଗଧାଡ଼ିର ପ୍ରମୁଖ ନେତା ସନ୍ତୋଷ ଖଟୁଆଙ୍କ ସହ ବହୁ ଅଗ୍ରଣୀ କର୍ମକର୍ତା ବିଜୟ ଲେଙ୍କାଙ୍କ ସହ ଆଜି ପଂଚାୟତର ବିଭିନ୍ନ ୱାର୍ଡ ବୁଲି ବୁଲି ମାରାଥନ ପ୍ରଚାର କରିଥିଲେ । ତୃଣମୁଳସ୍ତରରେ ଲୋକଙ୍କ ସୁଖଦୁଃଖରେ ସାଥୀ ଥିବାରୁ ବିଜୟଙ୍କ ବହୁ ଲୋକ ଗ୍ରହଣ କରୁଥିବା ଦେଖାଯାଉଛି । ଅପରପକ୍ଷଷର ବିରୋଧି ସମିତିସଭ୍ୟ ପ୍ରାର୍ଥୀ ରାଜୀବ ଦାସବାବୁ ତାଙ୍କ ବାପାଙ୍କ ନୀତି ଆଦର୍ଶ ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନକଲ୍ୟାଣକାରୀ ଯୋଜନାଙ୍କୁ ଘରେ ଘରେ ପହଂଚାଇବା ଜଣାଯାଇଛି ।