୨୪ ନଂ ୱାର୍ଡ଼ରେ ଆମ ଅଙ୍ଗନୱାଡ଼ି କେନ୍ଦ୍ର ଉଦ୍ଘାଟିତ
ବାଲେଶ୍ୱର : ବାଲେଶ୍ୱର ପୌରପାଳିକା ଅନ୍ତର୍ଗତ ବାରବାଟୀ ଅଂଚଳର ୨୪ ନଂ ୱାର୍ଡ଼ର ବିେଜେଡ଼ି କାଉନସିଲର୍ ମୀନା ମହାନ୍ତି ନୂତନ ଇଂରାଜୀ ବର୍ଷରୁ ନିଜ ୱାର୍ଡ଼ର ବିକାଶ ପାଇଁ ପଦକ୍ଷେପ ନେବା ଆରମ୍ଭ କରିଦେଇଛନ୍ତି । ୱାର୍ଡ଼ବାସୀଙ୍କ ସହଯୋଗରେ ଆଜି ବାରବାଟୀ ବାଳିକା ବିଦ୍ୟାଳୟ ପଛପଟେ ଥିବା ଏକ ସରକାରୀ ଜମିରେ ୭ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏକ ‘ଆମ ଅଙ୍ଗନୱାଡ଼ି’ କେନ୍ଦ୍ରକୁ ସଦର ବିଧାୟକ ସ୍ୱରୂପ କୁମାର ଦାସ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି ।
କାର୍ଯ୍ୟକ୍ରମରେ ପୌରପାଳିକାର ଭାଇସ୍ ଚେୟାରମ୍ୟାନ୍ କୈଳାସ ଚନ୍ଦ୍ର ସେଠୀ, ସଦର ବ୍ଲକ ଚେୟାରମ୍ୟାନ୍ ସୁନୀତା ବେହେରା, ସ୍ଥାନୀୟ କାଉନସିଲର୍ ମୀନା ମହାନ୍ତି, ପୂର୍ବତନ ଭାଇସ୍ ଚେୟାରମ୍ୟାନ୍ ମନୋଜ କୁମାର ରାଉତ, ବରିଷ୍ଠ କାଉନସିଲର୍ ପଦ୍ମଲୋଚନ ଲେଙ୍କା, ୨୬ ନଂ ୱାର୍ଡ଼ କାଉନସିଲର୍ ସେଖ୍ ଆୟୁବ, ପୂର୍ବତନ କାଉନସିଲର୍ ସାକିର୍ ଖାନ୍, ପୌରପାଳିକାର ମେକାନିକାଲ ଇଞ୍ଜିନିୟର ସୀମାଂଚଳ ମିଶ୍ର, କନିଷ୍ଠଯନ୍ତ୍ରୀ ପ୍ରଦୀପ ନାୟକ, ଅଙ୍ଗନୱାଡ଼ି ଶିକ୍ଷୟିତ୍ରର ଅନୁପମା କମିଳା, ବାରବାଟୀ ଗାର୍ଲ୍ସ ହାଇସ୍କୁଲ୍ ପ୍ରଧାନ ଶିକ୍ଷୟିତ୍ରୀ ଜରିନା ବେଗମ୍ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟରେ ଏହି ଅଙ୍ଗନୱାଡ଼ି କେନ୍ଦ୍ର ମାଧ୍ୟମରେ କୁନିକୁନି ପିଲାଙ୍କୁ ଶିକ୍ଷା ପ୍ରଦାନ କରାଯିବ ବୋଲି କହିଥିଲେ । ସ୍ଥାନୀୟ କାଉନସିଲର୍ ମୀନା ମହାନ୍ତି କହିଥିଲେ କି, ସ୍ଥାନୀୟ ଅଭିଭାବକମାନଙ୍କ ଦୀର୍ଘଦିନର ଦାବି ଆଜି ବାସ୍ତବରେ ପରିଣତ ହୋଇପାରିଛି ।