ଏହିସବୁ ରୋଗୀଙ୍କ ପାଇଁ ବିଷ ସଦୃଶ ହୋଇଥାଏ ସତ୍ତୁ, ଭୁଲରେ ବି ଖାଆନ୍ତୁ ନାହିଁ
ଖରାଦିନ ଆରମ୍ଭ ହୋଇଛି । ଏହି ଦିନେ ସାଧାରଣତଃ ସମସ୍ତ ଟିକେ ଥଣ୍ତା ପାନୀୟ ପିଇବାକୁ ପସନ୍ଦ କରନ୍ତି । କାହିଁକିନା ଏହି ଦିନରେ ଶରୀରରେ ଡିହାଇଡ୍ରେସନ୍ ସମସ୍ୟା ଅଧିକ ଦେଖାଯାଇଥାଏ। ଏହି କାରଣରୁ ଖରାଦିନେ ଅଧିକାଂଶ ଲୋକେ ସତ୍ତୁ ଖାଇବାକୁ ପସନ୍ଦ କରନ୍ତି । ଯାହାକି ପ୍ରଚଣ୍ଡ ଉତ୍ତାପରୁ ମଧ୍ୟ ସ୍ୱାସ୍ଥ୍ୟକୁ ଠିକ୍ ରଖିପାରେ । ଏହି କାରଣରୁ ଗ୍ରୀଷ୍ମରେ ସତ୍ତୁର ଚାହିଦା ମଧ୍ୟ ବେଶ ଅଧିକ ରହିଥାଏ । ସତ୍ତୁକୁ ଅଧିକାଂଶ ଲୋକେ ଲୁଣ ଓ ଲେମ୍ବୁ ପାଣିରେ ମିଶ୍ରଣ କରି ପିଇଥାନ୍ତି। ଯାହା ଶରୀରରକୁ ଥଣ୍ତା ରଖିବାରେ ସାହାର୍ଯ୍ୟ କରିଥାଏ । ସତ୍ତୁକୁ ପିଲାଠୁ ବୁଢା ଯାଏଁ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ କିଛି ଲୋକଙ୍କ ପାଇଁ ଜହର ସଦୃଶ ହୋଇଥାଏ ସତ୍ତୁ। ଏହା ଶରୀରକୁ ଲାଭ ଦେବା ବଦଳରେ ଅଧିକ କ୍ଷତି ପହଞ୍ଚାଇଥାଏ ।
ଏ-ହି କାରଣରୁ, ଏହାକୁ ଅତ୍ୟଧିକ ଖାଇବା ଏବଂ କିଛି ଲୋକଙ୍କୁ ସତ୍ତୁ ଖାଇବାକୁ ମଧ୍ୟ ବାରଣ କରାଯାଇଛି । ଆସନ୍ତୁ ଜାଣିବା ସତ୍ତୁ ଖାଇବାର ଦ୍ବାରା କଣ ସବୁ ସମସ୍ୟା ଦେଖାଦେଇଥାଏ ।
ଗ୍ୟାସ ସମସ୍ୟା :
ଅତ୍ୟାଧିକ ସତ୍ତୁ ଖାଇବା ଦ୍ବାରା ଗ୍ୟାସ ସମସ୍ୟା ମଧ୍ୟ ଦେଖାଦେଇଥାଏ । ଏହି କାରଣରୁ ଖରାଦିନେ ମଧ୍ୟ ଗ୍ୟାସ ସମସ୍ୟାରେ ପୀଡିତ ଥିବା ଲୋକେ ସତ୍ତୁ ଖାଇବାକୁ ବାରଣ କରାଯାଇଛି । ଖରାଦିନେ ସତ୍ତୁ ଖାଇବା ଦ୍ବାରା ପେଟରେ ପୋଡାଜଳା ହେବା ସହ ଛାତିରେ ଯନ୍ତ୍ରଣା ମଧ୍ୟ ଦେଖାଦେଇଥାଏ।
ଷ୍ଟୋନ୍ ସମସ୍ୟା :
ଷ୍ଟୋନ ରୋଗରେ ପୀଡିତ ଥିବା ଲୋକେ ମଧ୍ୟ ସତ୍ତୁ ଖାଇବା ଉଚିତ୍ ନୁହେଁ । ଯଦି ଆପଣ ଷ୍ଟୋନ ସମସ୍ୟାରେ ପୀଡିତ ତେବେ, ଆପଣ ସତ୍ତୁ ଠାରୁ ଦୂରେଇ ରୁହନ୍ତୁ । ଯାହା ଆପଣଙ୍କୁ ସୁସ୍ଥ ରଖିବ ।