ଡ଼ଙ୍ଗାରେ ନଦୀ ପାର ହୋଇ ଲୋକଙ୍କ ସମସ୍ୟା ବୁଝିଲେ ଖଇରପୁଟ ବିଡ଼ିଓ
ମାଲକାନଗିରି : ସାବାସ ବିଡ଼ିଓ ସାର । ବଣ୍ଡାଘାଟିରେ ଲୋକଙ୍କ ସମସ୍ୟା ବୁଝିବା ପାଇଁ ଯିବାକୁ ହେଉଥିଲା ସମସ୍ୟା । କିନ୍ତୁ, ବର୍ଷ ବର୍ଷ ଧରି କୌଣସି ବରିଷ୍ଠ ଅଧିକାରୀ ଗାଁକୁ ଯାଇପାରୁନଥିଲେ । ହେଲେ ସାହାସ ଦେଖାଇଲେ ଖଇରପୁଟ ବିଡ଼ିଓ ହୃଦରଞ୍ଜନ ସାହୁ । ବଣ୍ଡାଘାଟିର ଏକ ଅପହଂଚ ଅଂଚଳ ଭୋଜଗୁଡାକୁ ଯିବାକୁ ହେଉଥିଲା ସମସ୍ୟା । କାରଣ ଅଶାନ୍ତ ପାଣି ଲୋକଙ୍କ ସହ ସରକାରୀ ବାବୁଙ୍କୁ ମଧ୍ୟ ସମସ୍ୟାରେ ପକାଉଥିଲା । କାରଣ ନଈ ପାର ହେଲେ ହିଁ ଗାଁ ରେ ପହଂଚିବାକୁ ହୁଏ । ତେଣୁ ସାହାସ କରି ଦେଶୀ ଡଙ୍ଗାରେ ବସି ନିଜ ସହକର୍ମୀଙ୍କ ସହ ଅଥଳ ଜଳ ରାଶି ପାର ହୋଇ ଗାଁ ରେ ପହଂଚିଥିଲେ ଖଇରପୁଟ ବିଡ଼ିଓ ହୃଦ ରଞ୍ଜନ ସାହୁ ଓ ସହକାରୀ ନିର୍ବାହୀ ଯନ୍ତ୍ରି ଦୁଷ୍ମନ୍ତ କୁମାର ବେହେରା ଓ ଆଉ କିଛି ସରକାରୀ ଅଧିକାରୀ । ଗାଁ ରେ ପହଁଚି ଅମୃତ ସରୋବରରେ ଖୋଳା ଯାଇଥିବା ପୋଖରୀ ଏବଂ କିଛି ଲୋକଙ୍କୁ ସରକାରଙ୍କ ତରଫରୁ ଦିଆଯାଇଥିବା ଡ଼ଙ୍ଗାର ବ୍ୟବହାର ଏବଂ ବଣ୍ଡା ଉନ୍ନୟନ ସଂସ୍ଥାର କିଛି ଉନ୍ନୟନମୂଳକ କାର୍ଯ୍ୟର ମଧ୍ୟ ତଦାରଖ କରିଥିଲେ । ଘର ଘରକୁ ଯାଇ କିଛି ଲୋକଙ୍କ ସମସ୍ୟା ମଧ୍ୟ ବୁଝିଥିଲେ ବିଡ଼ିଓ । ଯାହା ପାଇଁ ବେଶ ପ୍ରଶଂସିତ ହେଉଛନ୍ତି ବିଡ଼ିଓ ହୃଦ ରଞ୍ଜନ । ତେଣୁ ସମସ୍ତେ କହୁଛନ୍ତି ବିଡ଼ିଓ ହେବ ତ ଏମିତି ।