ଏଏଫସି ମହିଳା ଏସିଆନ କପ୍ : ୨୩ ଜଣିଆ ଭାରତୀୟ ସ୍କ୍ୱାଡ୍ରେ ଦୁଇ ଓଡ଼ିଆ
କୋଚୀ : ଆଗାମୀ ଏଏଫସି ମହିଳା ଏସିଆନ କପ ପାଇଁ ଘୋଷଣା ହୋଇଛି ଭାରତୀୟ ସ୍କ୍ୱାଡ୍ । ଭାରତୀୟ ମହିଳା ଫୁଟବଲ ଟିମର ମୁଖ୍ୟ କୋଚ୍ ଥୋମାସ ଡେନରବେ ୨୩ ଜଣିଆ ସ୍କ୍ୱାଡ୍ ଘୋଷଣା କରିଛନ୍ତି । ଏହି ସ୍କ୍ୱାଡ୍ରେ ଦୁଇ ଓଡିଆ ଖେଳାଳି ପ୍ୟାରୀ ଖାଖା ଓ ମନୀଷା ପାନାଙ୍କୁ ସ୍ଥାନ ମିଳିଛି ।
ଏଏଫସି ମହିଳା ଏସିଆନ କପ ମୁମ୍ବାଇ, ନବି ମୁମ୍ବାଇ ଓ ପୁନେରେ ଜାନୁଆରୀ ୨୦ରୁ ଫେବୃଆରୀ ୬ ମଧ୍ୟରେ ଖେଳାଯିବା ନେଇ ସୂଚୀ ରହିଛି । ସର୍ବ ଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ) ଏହି ଟୁର୍ନାମେଂଟ ପାଇଁ ଟିମର କ୍ୟାପଟେନ୍ ନିଯୁକ୍ତ କରିନାହିଁ । ତେବେ ଅଭିଜ୍ଞ ଆଶା ଦେବୀ ଟିମର ନେତୃତ୍ୱ ଭାର ସମ୍ଭାଳି ପାରନ୍ତି । ଗତ ମାସରେ ଢାକାରେ ଅନୁଷ୍ଠିତ ହୋଇଥିବା ୧୯ ବର୍ଷରୁ କମ ଏସଏଏଫଏଫ ଚାମ୍ପିଅନସିପ୍ରେ ଭାରତୀୟ ଟିମର ସଦସ୍ୟ ରହିସାରିଥିବା ହେମମ ସିଲକି ଦେବୀ(ଡିଫେଣ୍ଡର), ମାରିୟାମଲ ବାଲାମୁରୁଗାନ(ଫରୱାର୍ଡ), ସୁମତି କୁମାରୀ (ଫରୱାର୍ଡ) ଓ ନାଓରେମ ପ୍ରିୟଙ୍ଗକା ଦେବୀ(ଡିଫେଣ୍ଡର) ୨୩ ଜଣିଆ ସ୍କ୍ୱାଡ୍ରେ ରହିଛନ୍ତି ।
ସ୍କ୍ୱାଡ୍: ଗୋଲ୍କିପର: ଅଦିତି ଚୌହାନ(୧), ମାଇବାମ ଲିଥୋଇଙ୍ଗାମ୍ବି ଦେବୀ(୨୩), ସୋମିୟା ନାରାୟଣସ୍ୱାମୀ(୧୯) । ଡିଫେଣ୍ଡର: ଡାମିଲା ଛବିର(୧୭), ସ୍ୱିଟି ଦେବୀ ନଗାଙ୍ଗବାମ(୨), ରିତୁ ରାଣୀ(୨୧), ଲୋଇତୋଙ୍ଗବାମ ଆଶାଲତା ଦେବୀ(୪), ମନୀଷା ପାନା(୩), ହେମନ ସିଲକି ଦେବୀ(୫), ସଞ୍ଜୁ ଯାଦବ(୮) । ମିଡଫିଲ୍ଡର: ୟମନମ କମଳା ଦେବୀ(୬), ଅଞ୍ଜୁ ତମଙ୍ଗ(୯), କାର୍ତିକ ଅଙ୍ଗାମୁଥୁ(୨୦), ନୋଙ୍ଗେମୈଥମ ରତ୍ନବାଳା ଦେବୀ(୭), ନାଓରେମ ପ୍ରିୟଙ୍ଗକା ଦେବୀ(୧୪), ଇନ୍ଦୁମତୀ କାଥିରେସନ(୧୨) । ଫରୱାର୍ଡସ: ମନୀଷା କଲ୍ୟାଣ(୧୬), ଗ୍ରେସ ଡଙ୍ଗମେଇ(୧୧), ପ୍ୟାରୀ ଖାଖା(୧୦), ରେଣୁ(୧୫), ସୁମତୀ କୁମାରୀ(୨୨), ସନ୍ଧ୍ୟା ରଙ୍ଗନାଥନ(୧୩), ମାରିୟାମ୍ମଲ ବାଲାମୁରୁଗାନ(୧୮) । ଏଏଫସି ମହିଳା ଏସିଆନ କପ ୨୦୨୨ରେ ଗ୍ରୁପ \’ଏ\’ର ଭାରତର ସୂଚୀ: ଜାନୁଆରୀ ୨୦ରେ ଭାରତ ବନାମ ଇରାନ, ଜାନୁଆରୀ ୨୩ରେ ଚାଇନିଜ ତାଇପେଇ ବନାମ ଭାରତ ଓ ଜାନୁଆରୀ ୨୬ରେ ଭାରତ ବନାମ ଚାଇନା ପିଆର ।