ତୀର ମରା ଘଟଣାରେ ଅଭିଯୁକ୍ତ ଭିଣୋଇକୁ କୋର୍ଟ ଚାଲାଣ
ସୋର : ଗତ ୧୯ ତାରିଖ ରାତିରେ ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତରେ ପାରିବାରିକ କଳହ କୁ କେନ୍ଦ୍ର କରି ଭିଣୋଇର ତୀର ମାଡ଼ରେ ଶଳା ଗୁରୁତର ଆହତ ହୋଇଥିବା ଘଟଣାରେ ଅଭିଯୁକ୍ତ ଭିଣେଇକୁ କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁସାରେ ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଂଚାୟତ ‘ଟାଆମ୍ବ ଗ୍ରାମର ସାଲୁ ସିଂ ଏବଂ ସେହି ଗ୍ରାମର ତାଙ୍କ ଭିଣୋଇ ବନମାଳୀ ସିଂ (ମୁଟୁ)ଙ୍କ ସହିତ ହୋଇଥିବା ଝଗଡାରେ ମୁଟୁ ସିଂ ଉତକ୍ଷିପ୍ତ ହୋଇ ସାଲୁ ସିଂ କୁ ପଛ ପଟୁ ତୀର ବିନ୍ଧି ଦେଇଥିଲା । ଏହି ଘଟଣାକୁ ନେଇ ସାଲୁ ସିଂ ର ମା ଜାଡ଼ି ସିଂ ସୋର ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ସୋର ପୁଲିସ ଅଟକ ରଖିଥିବା ଅଭିଯୁକ୍ତ ବନମାଳୀ କୁ ୪୫୧/୨୨ରେ ଏକ ମାମଲା ରୁଜୁ କରି ଆଜି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି ।