ଆଜିଠୁ ଭାରତ ଓ ଆମେରିକା ମଧ୍ୟରେ ଦୁଇ ଦିନିଆ ଯୁଦ୍ଧାଭ୍ୟାସ

ନୂଆଦିଲ୍ଲୀ : ଭାରତ ଓ ଆମେରିକା ମଧ୍ୟରେ ବୁଧବାର ଠୁ ଭାରତ ମହାସାଗରରେ ଆରମ୍ଭ ହେବାକୁ ଯାଉଛି ଦୁଇ ଦିନିଆ ଯୁଦ୍ଧାଭ୍ୟାସ। ଦୁଇ ଦେଶର ବାୟୁସେନା ଏହି ଯୁଦ୍ଧ ଅଭ୍ୟାସ୍ କରିବେ। ଏଥିରେ କେବଳ ଭାରତ ଓ ଆମେରିକାର ଦ୍ଵିପାକ୍ଷିକ ସହ ପ୍ରତିରକ୍ଷା ସଂପର୍କ ମଜବୁତ ହେବ ନାହିଁ ବରଂ ଭାରତ ମହାସାଗରରେ ଚୀନର ବିସ୍ତାରବାଦୀ ଆକ୍ରମଣାତ୍ମକ ରଣନୀତିକୁ ଦୃଢ ସନ୍ଦେଶ ମିଳିବ। ଏତିସହ ଚୀନକୁ ଚେକ୍ ଦେବା ପାଇଁ ରଣନୀତି ପ୍ରସ୍ତୁତ ହୋଇ ପାରିବ। ଭାରତୀୟ ବାୟୁସେନା ପକ୍ଷରୁ ଏହି ଯୁଦ୍ଧା ଅଭ୍ୟାସ୍ରେ ମାରିଟାଇମ-ଷ୍ଟ୍ରାଇକ୍ ଜଗୁଆର ସହିତ ସୁଖୋଇ-୩୦ଏମକେଆଇ ଲଢୁଆ ବିମାନ ଭାଗ ନେବ। ଏହା ବ୍ୟତୀତ ଆକାଶ ମାର୍ଗରେ ଇନ୍ଧନ ଭରୁଥିବା ଆଇଏଲ-୭୮, ଫାଲକନ ଅଓ୍ଵାକ୍ସ ଓ ନେତ୍ର ଏୟାରକ୍ରାଫ୍ଟ ମଧ୍ୟ ସାମିଲ୍ ହେବ। ଅପରପକ୍ଷେ ଆମେରିକା ପକ୍ଷରୁ ୟୁଏସ କ୍ୟାରିୟର ଗ୍ରୁପ(ସିଏସଜି)ର ନେତୃତ୍ଵରେ ଆଣବିକ ସଂପନ୍ନ ଏୟାରକ୍ରାଫ୍ଟ କ୍ୟାରିୟର ୟୁଏସଏସ ରୋନାଲ୍ଡ ରିଗନ ମଧ୍ୟ ଅଂଶଗ୍ରହଣ କରିବ। ଏହା ସଂପ୍ରତି ଭାରତ ମହାସାଗ କ୍ଷେତ୍ରରେ ମୁତୟନ ଅଛି।
ରଣନୈତିକ ଭାବେ ଗୁରୁତ୍ଵପୂର୍ଣ୍ଣ ଏହି ଏୟାର କାମ୍ଵେଟ୍ ଏକ୍ସରସାଇଜ୍ରେ ଆମେରିକା ନୌସେନାର ଏଫ-୧୮ ଲଢୁଆ ବିମାନ ଓ ଇ-୨ସି ହକ୍ ଆଇ ଏୟାରକ୍ରାଫ୍ଟ ମଧ୍ୟ ଯୋଗ ଦେବ। ଭାରତୀୟ ବାୟୁସେନାର ଅଧିକାରୀଙ୍କ ଅନୁଯାୟୀ, ଏହି ଯୁଦ୍ଧାଭ୍ୟାସ୍ କେରଳର ରାଜଧାନୀ ତିରୁଅନନ୍ତପୁରମର ଦକ୍ଷିଣରେ ହେବ। ଅଧିକାରୀଙ୍କ ଅନୁଯାୟୀ, ଭାରତୀୟ ବାୟୁସେନା ପାଖରେ ଭାରତ ମହାସାଗରରେ ସମୁଦ୍ରୀ ଅପରେସନ ଗଭୀର ଅଭିଜ୍ଞତା ରହିଛି। ବିଗତ ବର୍ଷରେ ବହୁ ରାଷ୍ଟ୍ରୀୟ, ଅନ୍ତର୍ଜାତୀୟ ଅଭ୍ୟାସ୍ ଜରିଆରେ ଭାରତୀୟ ବାୟୁସେନାର ରଣନୀତି ଆହୁରି ମଜବୁତ ହୋଇଛି। ନିକଟରେ ଭାରତ ମହାସାଗରରେ ଭାରତ ଅନେକ ସମରାଭ୍ୟାସ୍ କରିଛି। ଏହି କ୍ରମରେ ଆମେରିକା ସହ ଏହି ଯୁଦ୍ଧାଭ୍ୟାସ୍ ଏହାର ଏକ ଅଂଶ ବିଶେଷ।