ଏପ୍ରିଲ ୧୨ରେ ବାରିପଦାରେ ଉଦଯାପିତ ହେବ ନଦୀ ଉତ୍ସବ
ବାରିପଦା : ଆଜାଦି କା ଅମୃତ ମହୋତ୍ସବର ଅମୃତ କାଳରେ ଜଳଶକ୍ତି ମନ୍ତ୍ରାଳୟ ଭାରତ ସରକାରଙ୍କ ଦ୍ୱାରା ନଦୀ ଉତ୍ସବ – ୨୦୨୩ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଗତ ଫେବୃୟାରୀ ୧୪ ତାରିଖ ଠାରୁ ଆରମ୍ଭ ହୋଇ ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରାଳୟର ବିଭିନ୍ନ ବିଭାଗ କେନ୍ଦ୍ରିୟ ଜଳ ଆୟୋଗ, କେନ୍ଦ୍ରିୟ ଭୂତଳ ଜଳ ବୋର୍ଡ, କେନ୍ଦ୍ରିୟ ଜଳ ବିକାଶ ସଂସ୍ଥା ଓ ଜାତୀୟ ଜଳ ମିଶନ ଦ୍ୱାରା ବିଭିନ୍ନ ନଦୀ କୂଳରେ ଉତ୍ସବ ପାଳନ ହେଉଥିବା ବେଳେ ଆସନ୍ତା ଏପ୍ରିଲ ୧୨ ତାରିଖରେ ଏହି ନଦୀ ଉତ୍ସବ ଅପରାହ୍ନ ୩.୦୦ଟା ସମୟରେ ମଧୁବନ ଷ୍ଟାଡିୟମ୍, ବାରିପଦା ଠାରେ ନଦୀ ଉତ୍ସବ -୨୦୨୩ ର ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ ମୁଖ୍ୟ ଅତିଥୀ ଏବଂ କେନ୍ଦ୍ର ସରକାରଙ୍କ ଜଳଶକ୍ତି ମନ୍ତ୍ରାଳୟର ବିଭିନ୍ନ ବିଭାଗର ବରିଷ୍ଠ ଅଧୁକାରୀ ମାନେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଭାରତୀୟ ସଂସ୍କୃତିରେ ନଦୀର ମହତ୍ୱ, ଜଳର ସଂରକ୍ଷଣ, ବର୍ଷା ଜଳର ସଠିକ୍ ବ୍ୟବହାର, ଭୂତଳ ଜଳର ବ୍ୟବହାର ଓ ନଦୀ ସଂଯୋଗୀ କରଣ ଇତ୍ୟାଦି ବିଷୟରେ ଜନ ସାଧାରଣଙ୍କୁ ସଚେତନ କରାଯିବ । ତେଣୁ ସମସ୍ତ ଜନସଧାରଣଙ୍କୁ ଅନୁରୋଧ କରାଯାଉଛି କି ନଦୀ ଉତ୍ସବର ଏହି ସମାପନ ସମାରୋହରେ ବହୁ ସଂଖ୍ୟାରେ ଯୋଗଦାନ ଦେଇ ଏହି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିବାକୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ସି ଡ଼ବ୍ଲୁ ସି ର ଚିଫ ଇଞ୍ଜିନିଅର ଅଜୟ କୁମାର ପ୍ରଧାନ ସୂଚନା ଦେଇଛନ୍ତି I