ବ୍ରହ୍ମପୁର ବଡ଼ ମେଡିକାଲରେ ଏକ ବିରଳ ଛୁଆ ଜନ୍ମ
ବ୍ରହ୍ମପୁର : ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲରେ ଏକ ବିରଳ ଛୁଆ ଜନ୍ମ ହୋଇଛି । ବୁଧବାର ରାତି ପ୍ରାୟ ୨ଟା ୪୦ମିନଟ ସମୟରେ ନର୍ମଲ ଡେଲିଭେରିରେ ଏହି ଛୁଆଟି ଜନ୍ମ ନେଇଛି । ଉଭୟ ବାପା ଏବଂ ମା ପାଟକୁରା ଅଞ୍ଚଳର ।
ସୂଚନା ଯେ, ୪ ଲକ୍ଷ ଛୁଆ ଜନ୍ମ ହେବା ପରେ ଏହିପରି ଏକ ଛୁଆ ଜନ୍ମ ହୋଇଥାଏ । ତେବେ ଏହି ଭଳି ଛୁଆଙ୍କ ମୃତ୍ୟୁ ଜନ୍ମ ହେବା କ୍ଷଣି ଘଟିଥାଏ । କିନ୍ତୁ ଏହି ଛୁଆ ଟି ବର୍ତ୍ତମାନ ପର୍ଯ୍ୟନ୍ତ ବଞ୍ଚିଥିବା ବେଳେ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେରହିଛି । ଛୁଆଟି ଝିଅ ରୂପରେ ଜନ୍ମ ନେଇଛି । ଏହିଭଳି ଛୁଆ ଅତି ବେଶୀରେ ଗୋଟିଏ କିମ୍ବା ଦୁଇ ଦିନ ବଞ୍ଚନ୍ତି । ଏହି ଭଳି ଜନ୍ମିତ ଛୁଆକୁ ମେଡିକାଲ ଶବ୍ଦରେ ହାର୍ଲିକୁଇନ୍ ଇକଥୋଷିସ ବୋଲି କୁହାଯାଉଛି ।