ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ
ଯାଜପୁର : ଜିଲ୍। ଗ୍ରାମ୍ୟ ଊନ୍ନୟନ ସଂସ୍ଥାସମ୍ମିଳନୀ ଗୃହରେଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତହୋଇଥିଲା । ଏଥିରେ ଯାଜପୁର ଜିଲ୍।ପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ଅଧ୍ୟକ୍ଷତା କରି କହିଲେ ଯେ, ଅଭିଯୋଗ ଏବଂ ସମସ୍ୟାର ସମାଧାନ ହେଊଚ୍ଥି ଜିଲ୍।ର ପ୍ରଶାସନର ଅଂଶ ବିଶେଷ । ଅଭିଯୋଗ ଶୁଣାଣି ପ୍ରକ୍ରିୟାର ଊଦ୍ଦେଶ୍ୟ ହେଊଚ୍ଥି ଲୋକ ମାନଙ୍କ ସମସ୍ୟା ଗୁଡିକୁ ତ୍ୱରିତ ସମାଧାନ କରି ପରିଚାଳନାରେ ସ୍ଥିରତା, ସ୍ୱଚ୍ଚ୍ଥତା ଏବଂ ନ୍ୟାୟକୁ ଊତ୍ସାହିତ କରିବା । ପଂଳରେ ପ୍ରଶାସନ ଜନସାଧାରଣଙ୍କ ନିକଟରେ ଊତ୍ତରଦାୟୀ ହେବା ସହ ଏକ ଦକ୍ଷ ଓ ପ୍ରଭାବଶାଳୀ ଅଭିଯୋଗ ସମାଧାନ ପ୍ରଣାଳୀ ପ୍ରତିଷ୍ଠା ହୋଇପାରିବ ବୋଲି ସେ କହିଥିଲେ । ଏହି ଶିବିରରେ ଆବାସ ଯୋଜନା, ଭତ୍ତା ପ୍ରଦାନ, ଚିକିତ୍ସା ସହାୟତା, ଜମିଜମା ସମ୍ୱନ୍ଧୀୟ, ଇତ୍ୟାଦି ସଂପର୍କରେ ଏହି ଅଭିଯୋଗ ଗୁଡିକ ପଂଜିକୃତ ହୋଇଥିଲା । ଏହି ଶୁଣାଣିରେ ମୋଟ ୨୩୮ ଗୋଟି ଅଭିଯୋଗ ମଧ୍ୟରୁ ୨୨୬ ଗୋଟି ବ୍ୟକ୍ତିଗତ, ୪୨ ଗୋଟି ରେଡକ୍ରସ ସହାୟତା ପାଇଁ ଓ ମୁଖ୍ୟମନ୍ତ୍ରୀ ରିଲିପ ପାଂଠିରୁ ସହାୟତା ପାଇଁ ୩୪ ଗୋଟି, ସାମୁହିକ ୧୨ ଗୋଟି ଆବେଦନ ପତ୍ର ମିଳିଥିଲା । ତତ୍କ୍ଷଣାତ୍ ୧୪୫ଗୋଟି ଆବେଦନର ସମାଧାନ କରାଯାଇଥିଲା । ଅବଶିଷ୍ଟ ଅଭିଯୋଗର ସମାଧାନ କର୍ତ୍ତୃପକ୍ଷ ଅଧିକାରୀ ମାନଙ୍କ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଗଲା । ପ୍ରକାଶ ଥାଊ କି, ଚଳିତ ମାସ ୧୨ ତାରିଖ ସୋମବାର ବ୍ୟାସନଗର ମୁନିସିପାଲିଟି ଠ।ରେ, ସେପ୍ଟେମ୍ୱର ୧୯ ତାରିଖ ସୋମବାର ବିଂଝାରପୁର ବ୍ଳ୍କ କାର୍ଯ୍ୟାଳୟ ଠାରେ, ସେପ୍ଟେମ୍ୱର ୨୬ ତାରିଖ ସୋମବାର କୋରାଇ ବ୍ଳ୍କ କାର୍ଯ୍ୟାଳୟ ଠାରେ ଦିବା ୧୦ ଘଟିକା ଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ମିଳିତ ଯୁଗ୍ମ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହେବ ବୋଲି ଜିଲ୍।ପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ବିଭାଗୀୟ ପତ୍ର ମାଧ୍ୟମରେ ଅବଗତ କରାଇଚ୍ଥନ୍ତି ।ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର., ଜିଲ୍ ଗ୍ରାମ୍ୟ ଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ, ଅତିରିକ୍ତ ଜିଲ୍ଳ୍ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଳକ, ଜିଲ୍।ପାଳ ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ତିଳୋତ୍ତମା ପୃଷ୍ଟି , ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ଯାଜପୁର ବିଡିଓ ସୈାରଭ ଚକ୍ରବର୍ତ୍ତୀ, ଏସ୍ଡିପିଓ ସରୋଜ କୁମାର ଊପାଧ୍ୟାୟ, ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟଯୋଶି ଓ ଜିଲ୍ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।