ଚାରି ବର୍ଷର ଦନ୍ତା ହିରୋ ମୃତ
ଢେଙ୍କାନାଳ : କପିଳାସ ହାତୀ ରେସକ୍ୟୁ ସେଣ୍ଟରରେ ଥିବା ଚାରି ବର୍ଷର ଦନ୍ତା ହାତୀ ହିରୋର ମୃତ୍ୟୁ। ସୂଚନା ଯେ, ଗତ ୨୦୧୮ରେ ହିରୋକୁ ସମ୍ବଲପୁର ଜିଲ୍ଲା ବାମରା ବନ ଖଣ୍ଡର କିସିନ୍ଦା ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର କରି ଅଣାଯାଇଥିଲା। ସେ ରେସକ୍ୟୁ ସେଣ୍ଟରରେ ରହି ପର୍ୟ୍ୟଟକଙ୍କ ମନ ମୋହୁ ଥିଲା। ସବୁଠାରୁ ଛୋଟ ହାତୀ ହିରୋ ଥିଲା। ବନ ଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନି କୁହନ୍ତି ଯେ ଆଜି ୧୨ଟା ୩୦ରେ ହଠାତ କୋଲପ୍ସ ହୋଇ ଯାଇଥିଲା। ତାପରେ ତାର ମୃତ୍ୟୁ ହୋଇ ଯାଇଥିଲା। ଶବ ବ୍ୟବଛେଦ ପରେ କାରଣ ଜଣାପଡିବ ବୋଲି ବନ ଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।