ଜାତୀୟ ରାଜପଥରେ ଚଳନ୍ତା ମାଲବାହୀ ଗାଡିରେ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
ଜଳେଶ୍ୱର : ଆଜି ପୂର୍ବାହ୍ନରେ ଏକ ମାଲବୋଝେଇ ମିନି ଟ୍ରକ୍ ଜାତୀୟ ରାଜପଥ ୬୦ରେ ଯାଉଥିବା ବେଳେ ରାଜଘାଟ ସ୍ଥିତ ପୁରୁଣା ଟୋଲଗେଟ ବଜାର ନିକଟ ଏକ ପୋଲ ଉପରେ ନିଆଁ ଲାଗି ଯାଇଥିଲା । ଏହା ଦେଖି ଡ୍ରାଇଭର ଗାଡିଟିକୁ ଅଟକାଇ ରାସ୍ତା ପାଶ୍ୱକୁ ଡେଇଁ ପଡିଥିଲେ । ପାଖରେ ଥିବା ଦୋକାନୀମାନେ ଏହା ଦେଖି ଦମକଳ ବାହିନୀକୁ ଫୋନ୍ କରିଥିଲେ । ପରେ ସେମାନେ ନିଆଁକୁ ଆୟତ୍ତ କରି ରାସ୍ତା ଭିଡ ହଟାଇଥିଲେ । ଡବ୍ଲୁବି-୧୯-ଜେ-୪୬୩୮ ଗାଡିଟି ବାଲେଶ୍ୱରରୁ ଘରୋଇ ଆସବାପତ୍ର ନେଇ ପଶ୍ଚିମବଂଗ ଅଭିମୁଖେ ଯାଉଥିବା ବେଳେ ଏପରି ଦୁର୍ଘଟଣାରେ ଗାଡି ସହିତ ଆସବାପତ୍ର ଜଳି ଯାଇଛି । ଡ୍ରାଇଭର ସମାନ୍ୟ ଆହତ ହୋଇଥିବା ବେଳେ ଜାତୀୟ ରାଜପଥ ଆମ୍ବୁଲାନ୍ସ ଓ ପେଟ୍ରୋଲିଂ ଭେନ୍ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ନିତ କରିଥିଲେ ।