ଅଲାରନାଥଙ୍କ ପୀଠରେ ଚାଲିଛି ଶୃଙ୍ଖଳିତ ଦର୍ଶନ, ଅର୍ଗଳୀ ଠାରୁ ଦର୍ଶନ କରିବେ ଶ୍ରଦ୍ଧାଳୁ
ବ୍ରହ୍ମଗିରି : ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ସ୍ନାନ ପରେ ଶ୍ରୀଜିଉ ଅଣସର ପିଣ୍ଡିକୁ ବିଜେ କରିବା ପରେ ବ୍ରହ୍ମଗିରି ଠାରେ ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ ହୋଇଥାଏ । ଏବେ ଶ୍ରୀଜିଉଙ୍କ ଅଣସର ଦର୍ଶନ ଚାଲିଛି । ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ଏହାରି ଭିତରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା । ହାଇକୋର୍ଟ ମାମଲାର ଶୁଣାଣି କରି ଶୃଙ୍ଖଳିତ ଦର୍ଶନ ପାଇଁ ଜିଲା ପ୍ରଶାସନ ଓ ଅଲାରନାଥଙ୍କ ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟକୁ ନିର୍ଦ୍ଦେଶ ଦେଇଥିଲେ ।
ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ମନ୍ଦିରର ଗର୍ଭଗୃହରେ ଥିବା ଅର୍ଗଳୀଠାରୁ ଦର୍ଶନ କରିବେ । ଏହା ସହିତ ଦିବ୍ୟାଙ୍ଗ, ପିଲା, ବରିଷ୍ଠ ନାଗରିକ ଭଲରେ ଦର୍ଶନ କରିବା ବ୍ୟବସ୍ଥା କରିଛି । ଏହାସହ ମାଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଗ ପାଇଁ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୬ଟା ୩୦ମିନିଟ୍ରୁ ୭ଟା ୩୦ମିନିଟ୍ ପର୍ଯ୍ୟନ୍ତ ସନ୍ଧ୍ୟା ଧୂପ ଏବଂ ରାତି ୧୦ଟାରୁ ୧୧ଟା ବଡ଼ ସିଂହାର ପାଇଁ ଦର୍ଶନ ବନ୍ଦ ରହିବ ବୋଲି ଅପରାହ୍ନରୁ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରାଯାଇଥିବା ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି ।