ହାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲରେ କରୋନାକୁ ହରାଇଲେ ୧୧୦ ବର୍ଷୀୟ ବୃଦ୍ଧ
ହାଇଦ୍ରାବାଦ : ସାରା ବିଶ୍ୱରେ କରୋନା ମହାମାରୀରେ ମୃତ୍ୟୁସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି । କିନ୍ତୁ ହାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲରେ ଜଣେ ୧୧୦ ବର୍ଷୀୟ ବୃଦ୍ଧ କରୋନାକୁ ହରାଇଦେଇଛନ୍ତି । ରାମାନନ୍ଦ ତୀର୍ଥୁଲ ନାମକ ଏହି ବୃଦ୍ଧ କିସରାର ଏକ ଆଶ୍ରମରେ ରହୁଥିଲେ । ଗତ ୨୪ ଏପ୍ରିଲରେ ଯେବେ ତାଙ୍କଠାରେ କୋଭିଡ଼ ଲକ୍ଷଣ ଜଣାଗଲା ଡାକ୍ତର ତାଙ୍କୁ ଗାନ୍ଧୀ ହସ୍ପିଟାଲକୁ ପଠାଇଦେଇଥିଲେ । ଅକ୍ସିଜେନ କମ୍ କାରଣରୁ ବୃଦ୍ଧଙ୍କର ଚିକିତ୍ସା କରାଗଲା । ଏବେ ଡାକ୍ତଙ୍କ କହିବା କଥା ସେ ଠିକ୍ ଅଛନ୍ତି । ଏବେ ତାଙ୍କୁ ବିନା ଅମ୍ଳଜାନରେ ରଖାଯାଇ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ତରଳ ଖାଦ୍ୟ ଦିଆଯାଉଛି ।
ହସ୍ପିଟାଲର ଅଧିକ୍ଷକ ରାଜା ରାଓ କହିଛନ୍ତି ଯେ, ରାମାନନ୍ଦ ତୀର୍ଥୁଲଙ୍କୁ ଅନ୍ୟ କୌଣସି ରୋଗ ନାହିଁ । ସେ କହିଛନ୍ତି ଯେ, ସେ ହିମାଳୟରେ ଦୁଇ ଦଶନ୍ଧି ଧରି ରହୁଥିଲେ । ହସ୍ପିଟାଲର ଡାକ୍ତର କହିଛନ୍ତି ଯେ, ତାଙ୍କୁ ହସ୍ପିଟାଲରୁ ଛୁଟି ଦେବା ପରେ ମଧ୍ୟ କିଛି ଦିନ ପର୍ଯ୍ୟନ୍ତ ନଜରରେ ରଖାଯିବ । ଏଥି ପୂର୍ବରୁ ଗତ ଅଗଷ୍ଟ ୨୦୨୦ରେ ସିଦ୍ଦମା ନାମକ ଜଣେ ୧୦୫ ବର୍ଷୀୟ ମହିଳା କର୍ଣ୍ଣାଟକର ଚିତ୍ରଦୁର୍ଗ ରେ କରୋନାକୁ ହରାଇଥିଲେ । ହସ୍ପିଟାଲ ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ତାଙ୍କୁ ଭବ୍ୟ ବିଦାୟ ଦେଇଥିଲେ । ସେହିପରି ପାଟନାର ଦେମାନ୍ତି ଦେବୀ ନାମକ ୧୦୫ ବୟସ୍କ ମହିଳା କରୋନାକୁ ମାତ୍ ଦେଇଥିଲେ ।